ETV Bharat / state

୭୧ କେଜି ଗଞ୍ଜେଇ ଜବତ, ୨ ଗିରଫ - ବିପୁଳ ପରିମାଣର ଗଞ୍ଜେଇ

ଦିନକୁ ଦିନ ବଢିବାରେ ଲାଗିଛି ନିଶା ଦ୍ରବ୍ୟ କାରବାର । ଫୁଲବାଣୀ ଅବକାରୀ ବିଭାଗ ଦ୍ୱାରା ପୁଣିଥରେ ଆଜି ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯାଇଛି । ଅଧିକ ପଢ଼ନ୍ତୁ

୭୧ କେଜି ଗଞ୍ଜେଇ ଜବତ, ୨ ଗିରଫ
୭୧ କେଜି ଗଞ୍ଜେଇ ଜବତ, ୨ ଗିରଫ
author img

By

Published : Apr 11, 2022, 7:47 PM IST

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ପୁଲିସର ପୁଣି ସଫଳତା । ୭୧ କେଜି ଗଞ୍ଜେଇ ସହ ୨ଜଣଙ୍କୁ ଗିରଫ କରିଛି ବନବିଭାଗ । ଗିରଫ ଅଭିଯୁକ୍ତ ଦ୍ବୟ ହେଲେ କଟକ ଜିଲ୍ଲା ସାଲେପୁର ଅଞ୍ଚଳର ଆଲୋକ ସାହୁ (୩୦) ଓ ଅନ୍ୟଜଣେ ଏସ୍.କେ ସୁସ୍ତାକିନ୍ (୩୫) ବୋଲି ଫିରିଙ୍ଗିଆ ଥାନା ଅଧିକାରୀ ପି.ଶ୍ୟାମ ସୁନ୍ଦର ରାଧ ସୂଚନା ଦେଇଛନ୍ତି । ପୂର୍ବାହ୍ନ ପ୍ରାୟ ୧୦ଟାରେ ଫିରିଙ୍ଗିଆ ପୁଲିସକୁ ଗଞ୍ଜେଇ ଚାଲାଣ ହେଉଥିବା ସୂଚନା ମିଳିଥିଲା ।

୭୧ କେଜି ଗଞ୍ଜେଇ ଜବତ, ୨ ଗିରଫ

ଫିରିଙ୍ଗିଆ ଥାନା ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଫିରିଙ୍ଗିଆ ଅତିରିକ୍ତ ଥାନା ଅଧିକାରୀ ବିକାଶ ଜାଲି, ଉଦୟନାଥ ଆଚାର୍ଯ୍ୟ ଓ ଟିମ ମାଶ୍ରୀପଡ଼ା ଛକ ନିକଟରେ ଜଗି ରହିଥିଲେ । ସେହି ସମୟରେ ବୁଡ଼ାକାମ୍ବା ପଟୁ ଆସୁଥିବା ଗାଡ଼ିକୁ ଅଟକାଇ ଯାଞ୍ଚ କରିବାପରେ ଗଞ୍ଜେଇ ଚାଲାଣ ହେଉଥିବା ଜଣାପଡିଥିଲା । ଏହି ଘଟଣାରେ ଦୁଇ ଅଭିଯୁକ୍ତ ଆଲୋକ ଓ ମୁସ୍ତାକିନଙ୍କ ନାମରେ ଫିରିଙ୍ଗିଆ ଥାନାରେ ମାମଲା ରୁଜୁ କରାଯାଇଛି । ଅନ୍ୟପଟେ ଚଢ଼ଉରେ ଅତିରିକ୍ତ ଥାନା ଅଧିକାରୀ ବିକାଶ କୁମାର ଜାଲି, ଏଏସ୍‌ଆଇ ଉଦୟନାଥ ଆଚାର୍ଯ୍ୟ ସାମିଲ ଥିଲେ ।

କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.