ଫୁଲବାଣୀ: କନ୍ଧମାଳ ଖଜୁରିପଡା ଥାନା ଗାଡିଆପଡା ଘାଟିରେ ବସ୍ ଦୁର୍ଘଟଣା । ଭାରସାମ୍ୟ ହରାଇ ଓଲଟିଛି ବସ୍ । 30ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ସୂଚନା ।
ସୂଚନା ଅନୁଯାୟୀ, ଫୁଲବାଣୀରୁ ଭୁବନେଶ୍ବର ଯାଉଥିବା ରାଜା ନାମକ ଘରୋଇ ବସ୍ ବିଳମ୍ବିତ ରାତିରେ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଫଳରେ 30ରୁ ଅଧିକ ଯାତ୍ରୀ ଆହତ ହୋଇଥିବାବେଳେ 3 ଜଣ ଗୁରୁତର ଅଛନ୍ତି।
ବସଟି ଘାଟିରୁ ଓହ୍ଲାଇବାବେଳେ ଗାଡିଆପଡା ଗାଁ ନିକଟରେ ଏକ ବିଦ୍ୟୁତ୍ ଖୁଣ୍ଟରେ ପିଟି ହୋଇଯାଇଥିଲା। ଫଳରେ 30ରୁ ଅଧିକ ଆହତ ହୋଇଛନ୍ତି ।
ସେପଟେ ଏସମ୍ପର୍କରେ ସୂଚନା ପାଇ ପୋଲିସ ଓ ଦମକଳବାହୀନି ଘଟଣାସ୍ଥଳରେ ପହଞ୍ଚିବା ସହ ଆହତଙ୍କୁ ଉଦ୍ଧାର କରି ଖଜୁରୀପଡ଼ା ଓ ଫୁଲବାଣୀ ମେଡ଼ିକାଲକୁ ପଠାଇଛନ୍ତି। ଗୁରୁତରଙ୍କୁ ଅଧିକ ଚିକିତ୍ସା ପାଇଁ ଜିଲ୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି।
କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ