ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫୁଲବାଣୀର ପେଂଜିସାହି ନିକଟରୁ 3.58 ଗ୍ରାମ ବ୍ରାଉନସୁଗାର ସହ ଏକ ବାଇକ (od12A 4114)କୁ ଜବତ କରିଛି ପୋଲିସ । ଏହି ଘଟଣାରେ ଫରେଷ୍ଟ କଲୋନୀର ସପନ କୁମାର ମହାପାତ୍ର (25)କୁ ଗିରଫ କରି ପଚରାଉଚରା କରୁଛି ଟାଉନଥାନା ପୋଲିସ । ଖୋର୍ଦ୍ଧାରୁ ଫୁଲବାଣୀକୁ ବ୍ରାଉନ ସୁଗାର ଚାଲାଣ ହେଉଥିବା ଜଣାପଡିଛି । ଏସପି ବିନୀତ ଅଗ୍ରୱାଲଙ୍କ ନିର୍ଦ୍ଦେଶକ୍ରମେ ସଦର ଏସ୍ଡ଼ିପିଓ ମହେନ୍ଦ୍ର ନାଥ ମୁର୍ମୁ ଓ ଆଇଆଇସି ସୁଶାନ୍ତ କୁମାର ସେଠୀ ଯୋଜନା ମୁତାବକ ଭାବେ କାର୍ଯ୍ୟ କରି ଏହି ଯୁବକଙ୍କୁ କାବୁ କରିଥିଲେ । ଘଟଣାର ଅଧିକ ତଦନ୍ତ ଚାଲିଛି ବୋଲି ଆଇଆଇସିଙ୍କ ପକ୍ଷରୁ ସୂଚନା ମିଳିଛି ।
ଇଟିଭି ଭାରତ, କନ୍ଧମାଳ