ETV Bharat / state

ନବୀନଙ୍କ କନ୍ଧମାଳ ଗସ୍ତକୁ ବିରୋଧ, BJP ଓ Congressର ୬୦ କର୍ମୀଙ୍କୁ ଉଠାଇନେଲା ପୋଲିସ - ମୁଖ୍ୟମନ୍ତ୍ରୀଙ୍କ କନ୍ଧମାଳ ଗସ୍ତ

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କନ୍ଧମାଳ ଗ୍ରସ୍ତ କାର୍ଯ୍ୟକ୍ରମକୁ କଳାପତାକା ଦେଖାଇ ବିରୋଧ କରିଛି କଂଗ୍ରେସ ଓ ବିଜେପି । ଫଳରେ ୬୦ କର୍ମୀଙ୍କୁ ଉଠାଇନେଲା ପୋଲିସ । ଅଧିକ ପଢନ୍ତୁ

ମୁଖ୍ୟମନ୍ତ୍ରୀଙ୍କ କନ୍ଧମାଳ ଗସ୍ତକୁ ବିରୋଧ, କଳାପତାକା ଦେଖାଇବାରୁ ବିଜେପି ଓ କଂଗ୍ରେସର ୬୦ କର୍ମୀଙ୍କୁ ଉଠାଇନେଲା ପୋଲିସ
ମୁଖ୍ୟମନ୍ତ୍ରୀଙ୍କ କନ୍ଧମାଳ ଗସ୍ତକୁ ବିରୋଧ, କଳାପତାକା ଦେଖାଇବାରୁ ବିଜେପି ଓ କଂଗ୍ରେସର ୬୦ କର୍ମୀଙ୍କୁ ଉଠାଇନେଲା ପୋଲିସମୁଖ୍ୟମନ୍ତ୍ରୀଙ୍କ କନ୍ଧମାଳ ଗସ୍ତକୁ ବିରୋଧ, କଳାପତାକା ଦେଖାଇବାରୁ ବିଜେପି ଓ କଂଗ୍ରେସର ୬୦ କର୍ମୀଙ୍କୁ ଉଠାଇନେଲା ପୋଲିସ
author img

By

Published : Nov 22, 2021, 12:16 PM IST

Updated : Nov 22, 2021, 12:49 PM IST

ଫୁଲବାଣୀ: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କନ୍ଧମାଳ ଗ୍ରସ୍ତ କାର୍ଯ୍ୟକ୍ରମକୁ କଂଗ୍ରେସ ଓ ବିଜେପିର ବିରୋଧ । କଳାପତାକା ଦେଖାଇ ବିରୋଧ କରୁଥିବା ବେଳେ ୩୦ କଂଗ୍ରେସ ଓ ୩୦ ବିଜେପି କର୍ମୀଙ୍କୁ ଉଠାଇ ନେଇଛି ପୋଲିସ । ସୂଚନାଅନୁଯାୟୀ ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଥିବାରୁ ତାଙ୍କୁ ବହିଷ୍କାର ଦାବି କରି କଂଗ୍ରେସ ନାରାୟଣୀ ଛକ ଠାରେ କଳା ପତାକା ଦେଖାଇଥିଲା । ଏହି ସମୟରେ ପଞ୍ଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା ସମତେ ବିଜେଡିର କର୍ମୀ ସହର ପରିକ୍ରମା କରୁଥିବା ବେଳେ କଂଗ୍ରେସ କଳା ପତାକା ଦେଖାଇ ପ୍ରତିବାଦ କରିବାରୁ ବିଜେଡି ସହ ଧସ୍ତାଧସ୍ତି ହୋଇଥିଲା । ଏହି ଘଟଣାରେ କଂଗ୍ରେସର 30 ଜଣରୁ ଅଧିକ କର୍ମୀଙ୍କୁ ଉଠାଇ ନେଇଛି ପୋଲିସ ।

ନବୀନଙ୍କ କନ୍ଧମାଳ ଗସ୍ତକୁ ବିରୋଧ, BJP ଓ Congressର ୬୦ କର୍ମୀଙ୍କୁ ଉଠାଇନେଲା ପୋଲିସ

ସେହିପରି ମାଦିକୁନ୍ଦା ଛକ ଠାରେ ବିଜେପି ପକ୍ଷରୁ ମଧ୍ୟ ମମିତା ମେହେର ହତ୍ୟା ଘଟଣାରେ ଦିବ୍ୟଶଙ୍କର ମିଶ୍ରଙ୍କୁ ଗିରଫ ଦାବି କରିବା ସହ ମୁଖ୍ୟମନ୍ତ୍ରୀ ବିରୋଧି ନାରା ଦେଇ କଳାପତାକା ପଦର୍ଶନ କରିଥିଲେ । ଏହି ସମୟରେ ବିଜେପିର 30 ଜଣ କର୍ମୀଙ୍କୁ ପୋଲିସ ଅଟକ ରଖିଥିବା ସୂଚନା ମିଳିଛି । ତେବେ ଆଜି ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ରହିଥିବା ବେଳେ ସୁରକ୍ଷା ଦାୟିତ୍ବରେ ଥିବା ପୋଲିସ ଯୁବ କଂଗ୍ରେସ କର୍ମୀଙ୍କ ଅଟକ ରଖିଥିବା ଜଣାପଡିଛି ।

କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ

Last Updated : Nov 22, 2021, 12:49 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.