ETV Bharat / state

ଜି.ଉଦୟଗିରିରେ ବାଜି ମାରିଲା ବିଜେଡି: ଅଧ୍ୟକ୍ଷ ପଦରେ ଦେବସ୍ମୀତା ସତପଥୀ

author img

By ETV Bharat Odisha Team

Published : Nov 30, 2023, 7:39 PM IST

ଜି.ଉଦୟଗିରି ଏନ୍ଏସି (NAC) ଅଧ୍ୟକ୍ଷ ରେ ବାଜି ମାରିଲା ବିଜେଡି । ବିଜେଡି ପ୍ରାର୍ଥୀ ଦେବସ୍ମୀତା ସତପଥୀ 2355 ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି । ଆଗକୁ ପଢ଼ନ୍ତୁ...

ଅଧ୍ୟକ୍ଷ ପଦରେ ଦେବସ୍ମୀତା ସତପଥୀ
ଅଧ୍ୟକ୍ଷ ପଦରେ ଦେବସ୍ମୀତା ସତପଥୀ
ଅଧ୍ୟକ୍ଷ ପଦରେ ଦେବସ୍ମୀତା ସତପଥୀ

କନ୍ଧମାଳ: ଜି.ଉଦୟଗିରି ଏନ୍ଏସି (NAC) ଅଧ୍ୟକ୍ଷ ଉପନିର୍ବାଚନରେ ବାଜି ମାରିଲା ବିଜେଡି । ବିଜେଡି ପ୍ରାର୍ଥୀ ଦେବସ୍ମୀତା ସତପଥୀ 2355 ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି । ଦେବସ୍ମୀତା ନିକଟତମ ପ୍ରତିଦ୍ଵନ୍ଦୀ ବିଜେପିର ରଞ୍ଜିତା ନାୟକଙ୍କ ଠାରୁ 2355 ଖଣ୍ଡ ଭୋଟରେ ବିଜୟ ହାସଲ କରିଛନ୍ତି । ବିଜେପି ପ୍ରାର୍ଥୀ ରଞ୍ଜିତା ନାୟକଙ୍କୁ 756 ଖଣ୍ଡ ଓ କଂଗ୍ରେସ ପ୍ରାର୍ଥୀ ମଧୁଲିନା ଦିଗାଲଙ୍କୁ 614 ଖଣ୍ଡ ଭୋଟ ମିଳିଛି ।

ଶେଷ ହୋଇଛି ଜି.ଉଦୟଗିରି ଏନ୍ଏସି (NAC)ର ଉପନିର୍ବାଚନ । ଜି.ଉଦୟଗିରି ଏନ୍ଏସି (NAC) ଅଧ୍ୟକ୍ଷ ପଦବୀକୁ ନେଇ ଗତ କିଛିଦିନ ହେବ ଅଞ୍ଚଳରେ ରାଜନୈତିକ ସରଗରମ ଲାଗିରହିଥିଲା । ବିଜେଡି, ବିଜେପି, କଂଗ୍ରେସ ପକ୍ଷରୁ ଜୋରଦାର ପ୍ରଚାର ଦେଖିବାକୁ ମିଳିଥିଲା । ତେବେ ଆଜି ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ଶେଷରେ ଜି.ଉଦୟଗିରି ଏନ୍ଏସି (NAC) ଅଧ୍ୟକ୍ଷା ରୁପେ ବିଜେଡି ପ୍ରାର୍ଥୀନୀ ଦେବସ୍ମୀତା ସତପଥୀ ବାଜି ମାରିଛନ୍ତି । ବିଜେଡି ପ୍ରାର୍ଥୀ ଦେବସ୍ମୀତା ସତପଥୀ 2355 ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି । ସ୍ଥାନୀୟ ତହସିଲଦାର ତଥା ନିର୍ବାଚନ ଅଧିକାରୀ ରଞ୍ଜନ କୁମାର୍ ସାହୁଙ୍କ ନେତୃତ୍ୱରେ ଭୋଟ ଗଣତି ହୋଇଥିଲା । ଆଜି ସକାଳ 8 ଟା ସମୟରେ ଷ୍ଟ୍ରଙ୍ଗ ରୁମରୁ ଇଭିଏମ (EVM) ମେସିନ ବାହାର କରାଯାଇ ଭୋଟ ଗଣତି କରାଯାଇଥିଲା । ପ୍ରଥମ ପର୍ଯ୍ୟାୟରୁ ହିଁ ବିଜେଡି ପ୍ରାର୍ଥୀ ଦେବସ୍ମୀତା ସତପଥୀ ଲିଡରେ ରହି ଆସିଥିଲେ । ତେବେ ଶେଷ ସପ୍ତମ ରାଉଣ୍ଡ ସୁଦ୍ଧା ସମୁଦାୟ 3111 ଭୋଟ ପାଇଥିଲେ, ବିଜେପି ପ୍ରାର୍ଥୀ ରଞ୍ଜିତା ନାୟକ 756 ଖଣ୍ଡ ଭୋଟ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ମଧୁଲିନା ଦିଗାଲ 614 ଖଣ୍ଡ ଭୋଟ ପାଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...9ରେ ତେଲେଙ୍ଗାନାରେ ଶପଥ ନେବ କଂଗ୍ରେସ ସରକାର: ପ୍ରଦେଶ କଂଗ୍ରେସ ସଭାପତି

ବିଜେଡି ପ୍ରାର୍ଥୀ ଦେବସ୍ମୀତା ସତପଥୀ ନିକଟତମ ପ୍ରତିଦ୍ଵନ୍ଦୀ ବିଜେପିର ରଞ୍ଜିତା ନାୟକଙ୍କ ଠାରୁ 2355 ଖଣ୍ଡ ଭୋଟରେ ଆଗୁଆ ରହି ବିଜୟ ହାସଲ କରିଛନ୍ତି । ଦେବସ୍ମୀତାଙ୍କ ବିଜୟ ପରେ ସମର୍ଥକ ଏବଂ ବିଜେଡି କର୍ମୀଙ୍କ ମଧ୍ୟରେ ଖୁସିର ମାହୋଲ ଦେଖିବାକୁ ମିଳିଛି । ଦେବସ୍ମୀତା ପୂର୍ବତନ ଅଧ୍ୟକ୍ଷ ଭାନୁପ୍ରଭା ମିଶ୍ରଙ୍କ ଝିଅ । ସ୍ବର୍ଗତା ମାଆଙ୍କର ଅଧା ରହିଥିବା ସ୍ବପ୍ନକୁ ସାକାର କରିବା ସହ ଅଞ୍ଚଳର ଉନ୍ନତୀ କରିବା ଦିଗରେ ଅଗ୍ରାଧିକାର ଦେବେ ବୋଲି କହିଛନ୍ତି ଦେବସ୍ମୀତା । ତେବେ ଗତକାଲି ଉପନିର୍ବାଚନ ହୋଇଥିଲା ଏନ୍ଏସି (NAC)ର ସମୁଦାୟ 8185 ଭୋଟରଙ୍କ ମଧ୍ୟରୁ 4519 ମତଦାତା ମତଦାନ କରିଥିଲେ l ମୋଟ 55.4 ପ୍ରତିଶତ ମତଦାନ ହୋଇଥିଲା ।

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.