ETV Bharat / state

ବାଇକ ଦୁର୍ଘଟଣାରେ 2 ମୃତ, 2 ଆହତ - ବାଇକ ଦୁର୍ଘଟଣାରେ 2 ମୃତ

ଦୁଇ ବାଇକ ମୁହାଁମୁହିଁ ଧକ୍କାରେ ଦୁଇ ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଆହତ ହୋଇଛନ୍ତି । ଅଧିକ ଖବର ପଢନ୍ତୁ...

ଫଟୋ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ
author img

By

Published : Nov 24, 2019, 3:26 AM IST

ଫୁଲବାଣୀ: ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା କଡ଼ମ୍ବା ଛକରେ ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା । ଫଳରେ ଦୁଇ ବାଇକ ଚାଳକଙ୍କ ମୃତ୍ୟୁ ଘଟିଛି । ମୃତକ ଦୁଇ ଜଣ ହେଲେ ବ୍ରାହ୍ମଣୀଗାଁ ଥାନା କୁମ୍ଭାରିଗାଁ ପଞ୍ଚାୟତ ରାଜନଗଡ଼ ଗ୍ରାମର ପାଉଲ ଶବର ଏବଂ ଗଜପତି ଜିଲା ମୋହନା ବ୍ଲକ ଦନିଗାଁ ଗ୍ରାମର କଲେଜ ଛାତ୍ର ଅର୍ଜୁନ ମନ୍ତ୍ରୀ (୨୦) ।

Accident head on collision 2 dead
ଫଟୋ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ

ଅନ୍ୟପକ୍ଷେ ଗୁରୁତର ଆହତ ହୋଇଥିବା ଦୁଇଜଣ ହେଲେ ଦନିଗାଁର କଲେଜ ଛାତ୍ର ନରେନ୍ଦ୍ର ନାୟକ ଏବଂ ଗୋବରକୁଟି ଗ୍ରାମର ସୀମାଞ୍ଚଳ ନାୟକ l ଗୁରୁତର ଆହତ ମାନଙ୍କୁ ପ୍ରଥମେ ବ୍ରାହ୍ମଣୀଗାଁ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି l

ପୋଲିସ ସୂଚନାନୁଯାୟୀ, ଅର୍ଜୁନ ଏବଂ ତାଙ୍କ ସହପାଠୀ ନରେନ୍ଦ୍ର ନାୟକ, ନିଜ ବାଇକରେ କଲେଜରୁ ଗ୍ରାମ ଗଜପତି ଜିଲା ଦନିଗାଁକୁ ଫେରୁଥିବା ସମୟରେ ବିପରୀତ ଦିଗରୁ ଅନ୍ୟ ଏକ ବାଇକରେ ପାଉଲ ଏବଂ ସୀମାଞ୍ଚଳ ନିଜ ଗ୍ରାମକୁ ଫେରୁଥିଲେ । ଏହି ସମୟରେ ଗଜପତି ଏବଂ କନ୍ଧମାଳ ସୀମାବର୍ତ୍ତୀ କଡ଼ମ୍ବା ଘାଟିରେ ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା।

ଖବର ପାଇ ବ୍ରାହ୍ମଣୀଗାଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇଟି ବାଇକକୁ ଜବତ କରିବା ସହ ମୃତଦେହ ଜବତ କରିଛି । ଥାନାରେ ୯୮/୧୯ରେ ଏକ ମାମଲା ରୁଜୁ କରାଯାଇଥିବା ସୂଚନା ଦେଇଛନ୍ତି ଅଧିକାରୀ ସଂଗ୍ରାମ ଜେନା । ଏହି ଦୁଃଖଦ ଘଟଣା ପରେ ଦୁଇ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

Intro:ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କାରେ ୨ ଜଣ ମୃତବରଣ କରିଥିବା ବେଳେ ଅନ୍ଯ ୨ ଗୁରୁତର ଆହତ ହୋଇଛନ୍ତି । କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା କଡ଼ମ୍ବା ଛକରେ ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଦୁଇ ବାଇକ ଚାଳକଙ୍କ ମୃତ୍ୟୁ ଘଟିଛି।
Body:ମୃତକ ଦୁଇ ଜଣ ହେଲେ ବ୍ରାହ୍ମଣୀଗାଁ ଥାନା କୁମ୍ଭାରିଗାଁ ପଞ୍ଚାୟତ ରାଜନଗଡ଼ ଗ୍ରାମର ପାଉଲ ଶବର ଏବଂ ଗଜପତି ଜିଲା ମୋହନା ବ୍ଲକ ଦନିଗାଁ ଗ୍ରାମର କଲେଜ ଛାତ୍ର ଅର୍ଜୁନ ମନ୍ତ୍ରୀ(୨୦)। ସେହିପରି ଗୁରୁତର ଆହତ ହୋଇଥିବା ଦୁଇଜଣ ହେଲେ ଦନିଗାଁର କଲେଜ ଛାତ୍ର ନରେନ୍ଦ୍ର ନାୟକ ଏବଂ ଗୋବରକୁଟି ଗ୍ରାମର ସୀମାଞ୍ଚଳ ନାୟକ l ଗୁରୁତର ଆହତ ମାନଙ୍କୁ ପ୍ରଥମେ ବ୍ରାହ୍ମଣୀଗାଁ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି l ପୋଲିସ୍ ସୂଚନା ଅନୁଯାୟୀ, ଅର୍ଜୁନ ଏବଂ ତାଙ୍କ ସହପାଠୀ ନରେନ୍ଦ୍ର ନାୟକ ନିଜ ବାଇକରେ କଲେଜରୁ ନିଜ ଗ୍ରାମ ଗଜପତି ଜିଲା ଦନିଗାଁକୁ ଫେରୁଥିବା ସମୟରେ ବିପରୀତ ଦିଗରୁ ଅନ୍ୟ ଏକ ବାଇକରେ ପାଉଲ ଏବଂ ସୀମାଞ୍ଚଳ ନିଜ ଗ୍ରାମକୁ ଫେରୁଥିଲେ। ଏହି ସମୟରେ ଗଜପତି ଏବଂ କନ୍ଧମାଳ ସୀମାବର୍ତ୍ତୀ କଡ଼ମ୍ବା ଘାଟିରେ ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଖବର ପାଇ ବ୍ରାହ୍ମଣୀଗାଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇଟି ବାଇକକୁ ଜବତ କରିବା ସହ ଦୁଇଟି ମୃତଦେହ ଜବତ କରିଛି । ଥାନାରେ ୯୮/୧୯ରେ ଏକ ମାମଲା ରୁଜୁ କରାଯାଇଥିବା ସୂଚନା ଦେଇଛନ୍ତି ତଦନ୍ନ୍ତକାରୀ ଅଧିକାରୀ ସଂଗ୍ରାମ ଜେନା । Conclusion:ଏହି ଦୁଃଖଦ ଘଟଣା ପରେ ଦୁଇ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।
କନ୍ଧମାଳରୁ ସଦାଶିବ ପାତ୍ର,ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.