ETV Bharat / state

PM Awas Yojan: ନାଁ ଆସିଛି ହେଲେ ଖାତାକୁ ଆସିନି ଟଙ୍କା, ଦୁର୍ଦ୍ଦିନରେ ଦିନ କାଟୁଛି ପରିବାର

author img

By ETV Bharat Odisha Team

Published : Sep 28, 2023, 6:57 PM IST

ଦୁର୍ଦ୍ଦିନରେ ଦିନ କାଟୁଛି ପରିବାର । ଆବାସ ଯୋଜନାରେ ନାଁ ଥାଇ ମଧ୍ୟ ଖାତାକୁ ଟଙ୍କା ଆସିନଥିବା ଅଭିଯୋଗ । ଅଧିକ ପଢନ୍ତୁ

ଆବାସ ଯୋଜନାରେ ନାଁ ଥାଇ ମଧ୍ୟ ଖାତାକୁ ଟଙ୍କା ଆସିନଥିବା ଅଭିଯୋଗ

ଫୁଲବାଣୀ: ଗରିବ ଅସହାୟ ଲୋକଙ୍କୁ ଘର ଖଣ୍ଡେ ଯୋଗାଇ ଦେବାକୁ ସରକାରୀ ସ୍ତରରେ ଅନେକ ଯୋଜନା ରହିଛି । ବିଭାଗୀୟ ପ୍ରଶାସନିକ ଅଧିକାରୀଙ୍କ ଅବହେଳା ହେଉ ଅଥବା ଅନ୍ୟ କୌଣସି କାରଣରୁ ହିତାଧିକାରୀଙ୍କ ପାଖରେ ଠିକ ସମୟରେ ପହଞ୍ଚି ପାରୁନି ଯୋଜନାର ଅର୍ଥ । ଯାହାଫଳରେ ଯୋଜନାରେ ନାଁ ଥାଇ ମଧ୍ୟ ଖାତାକୁ ଟଙ୍କା ଆସିନଥିବା ଅଭିଯୋଗ ହୋଇଛି । ଏପରି ଅଭିଯୋଗ କରିଛନ୍ତି କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକର ପ୍ରଧାନପଡ଼ା ଗ୍ରାମର ଭିନ୍ନକ୍ଷମ କାହ୍ନୁ ଚରଣ ସାହାଣୀ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣରେ କାର୍ଯ୍ୟାଦେଶ ମିଳିଛି । ମାତ୍ର ଦୁଇ ମାସରୁ ଉର୍ଦ୍ଧ୍ବ ସମୟ ବିତିଯାଇଥିଲେ ମଧ୍ୟ ଅନୁଦାନ ଖାତାକୁ ଆସିନଥିବା କାହ୍ନୁ ଅଭିଯୋଗ କରିଛନ୍ତି ।

ଭିନ୍ନକ୍ଷମ କାହ୍ନୁ ଚରଣ ସାହାଣୀ କହିଛନ୍ତି, ‘‘ସମ୍ପୂର୍ଣ୍ଣ ଦୃଷ୍ଟି ଶକ୍ତି ହରାଇଥିବା ବେଳେ ପରିବାରକୁ ଚଳାଇବା କଷ୍ଟକର ହୋଇଛି । ପୂର୍ବରୁ ମାଟି ତିଆରି ଚାଳଛପର ଘର ଖଣ୍ଡେଥିଲା ଯାହା ଲଗାଣ ବର୍ଷାରେ ଭୁଶୁ଼ୁଡି ପଡିଛି । ଏହାକୁ ନେଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ନାଁ ଦେଇଥିଲି । ଯୋଜନା ପାଇବା ପାଇଁ ବ୍ଲକ ସ୍ତରରେ ନାଁ ମଧ୍ୟ ଅସିଥିଲା । ହେଲେ ନାଁ ଆସିବାର 2 ମାସରୁ ଉର୍ଦ୍ଧ୍ବ ସମୟ ବିତିଯାଇଥିଲେ ମଧ୍ୟ ଖାତାକୁ ଟଙ୍କା ଆସିନି । ଝାଟିମାଟିର ଭଙ୍ଗା ଦରଦରା ଘରରେ ଦିନ କାଟୁଛି ପୂରା ପରିବାର । ବର୍ଷା ହେଲେ ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡେ ନାହିଁ । ପରଘରେ ଆଶ୍ରୟ ମାଗୀ ବଡ ଦୟନୀୟ ଅବସ୍ଥାରେ ଦିନ କାଟିବାକୁ ପଡୁଛି । ବ୍ଲକରେ ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ କେହି କର୍ଣ୍ଣପାତ କରୁ ନାହିଁନ୍ତି ।’’

ଏହା ମଧ୍ୟ ପଢନ୍ତୁ...ଯୋଗ୍ୟ ହିତାଧାରୀଙ୍କୁ ମିଳିନି ଆବାସ ! ଆନ୍ଦୋଳନକୁ ଓହ୍ଲାଇଲା ବିଜେପି

ସେପଟେ କାହ୍ନୁଙ୍କ ଦୟନୀୟ ଅବସ୍ଥା ଦେଖି କାର୍ଯ୍ୟାଦେଶ ମୁତାବକ ଯଥା ଶୀଘ୍ର ଅନୁଦାନ ପ୍ରଦାନ କରିବା ପାଇଁ ଗ୍ରାମବାସୀମାନେ ସରକାରଙ୍କୁ ଅନୁରୋଧ କରିଛନ୍ତି । ଗରିବ ହିତାଧିକରୀକୁ ସରକାର କାହିଁକି ଅଣଦେଖା କରୁଛନ୍ତି ବୋଲି ଗ୍ରାମବାସୀ ପ୍ରଶ୍ନ କରିଛନ୍ତି । କେବଳ କାହ୍ନୁ କାହିଁକି ତାଙ୍କ ପରି ଅନେକ ହିତାଧିକାରୀ ଅନୁଦାନ ପାଇବାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ଆମ ପ୍ରତିନିଧି ଖଜୁରୀପଡ଼ା ବିଡିଓ ଅନୁପମା ଘୋଷଙ୍କୁ ଭେଟିଥିଲେ । କିନ୍ତୁ ସେ କ୍ୟାମେରା ସମ୍ମୁଖରେ କିଛି କହିବାକୁ ମନା କରିବା ସହ ତଦନ୍ତ କରାଯାଇ ହିତାଧିକାରୀମାନଙ୍କୁ ଅନୁଦାନ ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.