ETV Bharat / state

ଅଟୋ ଓଲଟି ୭ ଆହତ, ଜଣେ ଗୁରୁତର

author img

By

Published : Nov 1, 2021, 7:50 PM IST

Updated : Nov 1, 2021, 8:14 PM IST

କନ୍ଧମାଳ ଜିଲ୍ଲା କ.ନୁଆଗାଁ ଥାନା କୁଡୁତୁଲିରୁ କଞ୍ଜାମେଣ୍ଡି ଅଞ୍ଚଳରେ ଓଲଟିଲା ଅଟୋ । ଜଣେ ଗୁରୁତରଙ୍କ ସହ ୭ ଆହତ । ସମସ୍ତେ ହସ୍ପିଟାଲରେ ଭର୍ତ୍ତି । ଅଧିକ ପଢନ୍ତୁ...

ଅଟୋ ଓଲଟି ୭ ଆହତ, ଜଣେ ଗୁରୁତର
ଅଟୋ ଓଲଟି ୭ ଆହତ, ଜଣେ ଗୁରୁତର

ଫୁଲବାଣୀ: କନ୍ଧମାଳ ଜିଲ୍ଲା କ.ନୁଆଗାଁ ଥାନା କୁଡୁତୁଲିରୁ କଞ୍ଜାମେଣ୍ଡି ଅଞ୍ଚଳରେ ଭାରସାମ୍ୟ ହରାଇ ଏକ ଅଟୋ ଓଲଟି ପଡିବାରୁ ଜଣେ ଗୁରୁତରଙ୍କ ସହ ୭ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ କ.ନୁଆଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

ଅଟୋ ଓଲଟି ୭ ଆହତ, ଜଣେ ଗୁରୁତର

ସୂଚନା ଅନୁସାରେ, ଆଜି ପୂର୍ବାହ୍ନ ୧୧ଟା ସମୟରେ କୁଡୁତୁଲି ଅଞ୍ଚଳରୁ ପ୍ରାୟ ୧୦-୧୨ ଜଣ ମହିଳା ଓ ପୁରୁଷ ଯାତ୍ରୀଙ୍କୁ ନେଇ କଞ୍ଜାମେଣ୍ଡି ଅଭିମୁଖେ ଆସୁଥିବା ଏକ ଅଟୋ କ.ନୁଆଗାଁ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଫଳରେ ଅଟୋରେ ଥିବା ୭ଜଣ ଯାତ୍ରୀ ଆହତ ହୋଇଥିଲେ । ଆହତଙ୍କ ମଧ୍ୟରେ ଜଣେ ଯାତ୍ରୀଙ୍କ ଅବସ୍ଥା ଗୁରୁତର ରହିଥବା ସୂଚନା ରହିଛି । ଗୁରୁତରଙ୍କୁ ପ୍ରାଥମିକ ଚିକିତ୍ସା ପରେ ଫୁଲବାଣୀ ସ୍ଥାନାନ୍ତର କରାଯାଇଥିବାବେଳେ ଅନ୍ୟ ଆହତମାନେ କ.ନୁଆଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି ।

କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ

Last Updated : Nov 1, 2021, 8:14 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.