ETV Bharat / state

‘ଆକାଂକ୍ଷା ଜିଲ୍ଲା’ କନ୍ଧମାଳରେ ମିଳୁନି ଉନ୍ନତ ସ୍ବାସ୍ଥ୍ୟସେବା - ଅପହଞ୍ଚ ସ୍ବାସ୍ଥ୍ୟ ସେବା

କେନ୍ଦ୍ର ସରକାର ମହତ୍ତ୍ବକାଂକ୍ଷୀ ଯୋଜନା ‘ଆକାଂକ୍ଷା ଜିଲ୍ଲା’ ମାଧ୍ୟମରେ କନ୍ଧମାଳରେ ବିଶେଷ କରି ଉନ୍ନତ ସ୍ବାସ୍ଥ୍ୟସେବା ଯୋଗାଇଦେବାକୁ ଅଣ୍ଟା ଭିଡିଥିଲେ । ଅର୍ଥ ବି ମଞ୍ଜୁର ହେଲା । କିନ୍ତୁ ଜିଲ୍ଲାବାସୀ ଏବେବେ ଉନ୍ନତ ସ୍ବାସ୍ଥ୍ୟସେବାରୁ ବଞ୍ଚିତ । ତେବେ ନଜର ପକାନ୍ତୁ ଏହି ରିପୋର୍ଟ ଉପରେ..

ଫଟୋ ସୌଜନ୍ୟ: ବ୍ୟୁରୋ, ଇଟିଭି
author img

By

Published : Jul 20, 2019, 7:45 PM IST

ଭୁବନେଶ୍ବର: ପାହାଡ଼ ଚଢି ପାରୁନି ସରକାରୀ ଯୋଜନା । ଆକାଂକ୍ଷା ଜିଲ୍ଲା କନ୍ଧମାଳରେ ଅପହଞ୍ଚ ଉନ୍ନତ ସ୍ବାସ୍ଥ୍ୟସେବା । ସଂସଦରେ ଉପସ୍ଥାପିତ ଏକ ରିପୋର୍ଟରୁ ହୋଇଛି ମହାଖୁଲାସା । କନ୍ଧମାଳର ବିକାଶ ପାଇଁ କେନ୍ଦ୍ର ସରକାର ଆଗେଇଆସିଥିଲେ ବି ପଦ୍ମ ଘୁଞ୍ଚି ଘୁଞ୍ଚି ଗଲା ପରି ବିକାଶଠୁ ଦୂରେଇ ଦୂରେଇ ଯାଉଛି ଜିଲ୍ଲା ।

କେନ୍ଦ୍ର ସରକାର ମହତ୍ତ୍ବକାଂକ୍ଷୀ ଯୋଜନା ‘ଆକାଂକ୍ଷା ଜିଲ୍ଲା’ ମାଧ୍ୟମରେ କନ୍ଧମାଳରେ ବିଶେଷ କରି ଉନ୍ନତ ସ୍ବାସ୍ଥ୍ୟସେବା ଯୋଗାଇଦେବାକୁ ଅଣ୍ଟା ଭିଡିଥିଲେ । ଅର୍ଥ ବି ମଞ୍ଜୁର ହେଲା । କିନ୍ତୁ ଜିଲ୍ଲାବାସୀ ଏବେବେ ଉନ୍ନତ ସ୍ବାସ୍ଥ୍ୟସେବାରୁ ବଞ୍ଚିତ । ତେବେ ନଜର ପକାନ୍ତୁ ଏହି ରିପୋର୍ଟ ଉପରେ...

ପାହାଡ଼ ଜଙ୍ଗଲ ଘେରା ଆଦିବାସୀ ଅଧ୍ୟୁଷିତ ଜିଲ୍ଲା କନ୍ଧମାଳ । ଯେଉଁଠି ଆଜି ବି ସାତ ସପନ ଉତ୍ତମ ସ୍ବାସ୍ଥ୍ୟ ସେବା । ଉନ୍ନତ ଚିକିତ୍ସା ଟିକେ ପାଇବା ପାଇଁ ଯିବାକୁ ପଡ଼ୁଛି ପଡ଼ୋଶୀ ଜିଲ୍ଲାକୁ । ତେବେ ଗତ ପାଞ୍ଚ ବର୍ଷରେ ଜିଲ୍ଲାର ଚିକିତ୍ସା ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ କୋଟି କୋଟି ଟଙ୍କା ପଣି ଭଳିଆ ଖର୍ଚ୍ଚ ହୋଇଥିଲେ ବି ଆଖି ଦୃଶିଆ ବିକାଶ ଘଟିନଥିବା ରିପୋର୍ଟରୁ ଜଣାପଡ଼ିଛି ।

ପଛୁଆ ଅଞ୍ଚଳର ବିକାଶ ପାଇଁ କେନ୍ଦ୍ର ସରକାର ଓଡ଼ିଶାର ୧୦ଟି ଜିଲ୍ଲାକୁ ଚୟନ କରିଥିଲେ । ଏଥି ମଧ୍ୟରେ ସାମିଲ ରହିଛି କନ୍ଧମାଳ । ଆକାଂକ୍ଷା ଜିଲ୍ଲା ଯୋଜନାର ମୂଳ ଲକ୍ଷ୍ୟ ଥିଲା ଆଦିବାସୀ ଜନଜାତିର ଉନ୍ନତି, ବିଶେଷ କରି ସ୍ବାସ୍ଥ୍ୟଗତ ବିକାଶ । ଜିଲ୍ଲାର ବିକାଶ ଏବଂ ସ୍ବାସ୍ଥ୍ୟସେବାର ଉନ୍ନତି ଲକ୍ଷ୍ୟରେ ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ରାଜ୍ଯ ସରକାରଙ୍କୁ ସ୍ବତନ୍ତ୍ର ଆର୍ଥିକ ସହାୟତା ଦେଉଛି କେନ୍ଦ୍ର । ତେବେ ବଦଳୁନି ଜିଲ୍ଲା ଚିକିତ୍ସା ବ୍ୟବସ୍ଥାର ଚିତ୍ର ।

ରିପୋର୍ଟ ଅନୁଯାୟୀ, ଜିଲ୍ଲାରେ 172ଟି ଉପ-କେନ୍ଦ୍ର, 40 ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର, 14ଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ଗୋଟିଏ ଜିଲ୍ଲା ଉପ ସ୍ବାସ୍ଥ୍ୟକେନ୍ଦ୍ର ଓ ମୁଖ୍ୟ ଚିକିତ୍ସାଳୟ କାର୍ଯ୍ୟକାରୀ ହେଉଛି । ତେବେ ‘ଆକାଂକ୍ଷା ଜିଲ୍ଲା’ ଯୋଜନାର ପ୍ରଥମ ବର୍ଷ ବା 2014-15 ଆର୍ଥିକ ବର୍ଷରେ କେନ୍ଦ୍ର ସରକାର ଏନ୍ଏଚ୍ଏମ ଜରିଆରେ 309.05 ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ କରିଥିବାବେଳେ ରାଜ୍ଯ ସରକାର 425.56 ଲକ୍ଷ ଟଙ୍କା ବ୍ୟୟ କରିଛନ୍ତି । ସେହିପରି 2015-16ରେ କେନ୍ଦ୍ର ସରକାରଙ୍କ 216.60 ଲକ୍ଷ ଅନୁଦାନ ଥିବାବେଳେ ଖର୍ଚ୍ଚ ହୋଇଛି 429.61 ଲକ୍ଷ, 2016-17ରେ ଅନୁଦାନ ରାଶି 8292.26, ବ୍ୟୟ 400.78 ଲକ୍ଷ ଏବଂ 2018-19 ଆର୍ଥିକ ବର୍ଷରେ କେନ୍ଦ୍ର ସରକାରଙ୍କ ଅନୁଦାନ 570 ରହିଥିବାବେଳେ ରାଜ୍ଯ ସରକାର 564.11 ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି । ଅର୍ଥାତ୍ ସମୁଦାୟ ଭାବରେ କହିବାକୁ ଗଲେ ଗତ ପାଞ୍ଚ ବର୍ଷରେ 22 କୋଟି 55ଲକ୍ଷ 70 ହଜାର ଟଙ୍କା ମିଳିଥିବା ବେଳେ ଖର୍ଚ୍ଚ ହୋଇଛି 18 କୋଟି 86 ଲକ୍ଷ 65 ହଜାର ଟଙ୍କା ।

ସେହିପରି ବିଭିନ୍ନ ଜିଲ୍ଲା ସମେତ କନ୍ଧମାଳରେ ଉନ୍ନତ ସ୍ବାସ୍ଥ୍ୟସେବା ପହଞ୍ଚାଇବା ପାଇଁ ବିଭିନ୍ନ ପଦକ୍ଷେପମାନ ନିଆଯାଇଛି । ଯେପରି କ୍ୟାନସର, ଡାଏଲସିସ୍, ପାଥୋଲଜି ଟେଷ୍ଟ, ଏକ୍ସରେ, ଏମମଏଚ ଓ୍ବିଙ୍ଗ ଇତ୍ୟାଦି । ଏଥିପାଇଁ 2014-15 ବର୍ଷରେ 16 ଲକ୍ଷ 17 ହଜାର 997 ଟଙ୍କା ଜାତୀୟ ସ୍ବାସ୍ଥ୍ୟ ମିଶନ ଏବଂ ରାଜ୍ୟ ସରକାରଙ୍କ ଅର୍ଥିକ ଅନୁଦାନ କ୍ରମେ ଖର୍ଚ୍ଚ ହୋଇଥିଲା ।

ତେବେ ଦେଖିବାକୁ ବାକି ରହିଲା କେବେ ଆଦିବାସୀ ଇଲାକାରେ ଉନ୍ନତ ସ୍ବାସ୍ଥ୍ୟସେବା ମିଳିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.