ETV Bharat / state

ମାଓବାଦୀଙ୍କ PLGA ସପ୍ତାହକୁ ବିରୋଧ କରି ଭିଡିଓ ଟେପ ଜାରି କଲା ANPPF - ଭିଡିଓ ଟେପ ଜାରି କଲା ANPPF

ଡିସେମ୍ବର ୨ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ମାଓବାଦୀଙ୍କ ପିଏଲଜିଏ ସପ୍ତାହକୁ ବିରୋଧ କରି ANPPF ଭାରତ ଭୂଷଣ ଜାରି କଲେ ଭିଡିଓ ଟେପ । ଏହାସହ ମାଓବାଦୀଙ୍କୁ ଭୟ ନକରି ଦୈନନ୍ଦିନ କାର୍ଯ୍ୟ ଜାରି ରଖିବାକୁ ଅଞ୍ଚଳବାସୀଙ୍କୁ କହିଛି ANPPF । ଅଧିକ ପଢନ୍ତୁ

ମାଓବାଦୀଙ୍କ ପିଏଲଜିଏ ସପ୍ତାହକୁ ବିରୋଧ କରି ଭିଡିଓ ଟେପ ଜାରି କଲା ANPPF

author img

By

Published : Dec 5, 2021, 12:56 PM IST

ଫୁଲବାଣୀ: ଡିସେମ୍ବର ୨ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ମାଓବାଦୀଙ୍କ ପିଏଲଜିଏ ସପ୍ତାହକୁ ବିରୋଧ କରି ଭାରତ ଭୂଷଣ ଜାରି କଲେ ଭିଡିଓ ଟେପ । ଆଣ୍ଟି ନକ୍ସଲ ପିପୁଲ ପିସ ଫୋର୍ସ (ANPPF) ପକ୍ଷରୁ କନ୍ଧମାଳ ଜିଲ୍ଲା ବେଲଘର ଥାନା ଭଣ୍ଡରଙ୍ଗି ପଞ୍ଚାୟତର ବିଭିନ୍ନ ସ୍ଥାନରେ ମାଓ ବିରୋଧୀ ପୋଷ୍ଟର ସହ ଭିଡ଼ିଓ ଟେପ ଜାରି କରାଯାଇଛି ।

ମାଓବାଦୀଙ୍କ ପିଏଲଜିଏ ସପ୍ତାହକୁ ବିରୋଧ କରି ଭିଡିଓ ଟେପ ଜାରି କଲା ANPPF

ଗୋଟିଏ ପଟେ ଡିସେମ୍ବର ୨ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ଲାଲ ବାହିନୀ ପିଏଲଜିଏ ସପ୍ତାହ ପାଳନ କରୁଥିବା ବେଳେ ମାଓ ପ୍ରବଣ ଅଞ୍ଚଳରେ ଆଣ୍ଟି ନକ୍ସଲ ପିପୁଲ ପିସ ଫୋର୍ସ ଏହାକୁ ତୀବ୍ର ବିରୋଧ କରିଛି । ତେବେ ‘ଏହି ସପ୍ତାହ ପାଳନ କଲେ ଜନତାଙ୍କ ଲାଭ କଣ ? ଯଦି ଜନତାଙ୍କ ଲାଭ ନାହିଁ, ତେବେ କ'ଣ ପାଇଁ ଜନତା ପାଳିବେ ପିଏଲଜିଏ ସପ୍ତାହ’ ବୋଲି ପୋଷ୍ଟର ମାଧ୍ୟମରେ ପ୍ରଶ୍ନ କରିଛନ୍ତି ଭାରତ ।

ଏହାସହ କେଉଁ କାରଣରୁ ଚୀନର ଅଇଁଠା ଖିଆ କୁକୁର ମାଓବାଦୀ ପିଏଲଜିଏ ସପ୍ତାହ ପାଳନ କରୁଛନ୍ତି ବୋଲି ପୋଷ୍ଟରରେ ଉଲ୍ଲେଖ ରହିଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ମାଓବାଦୀଙ୍କୁ ପୋଷ୍ଟର ମାଧ୍ୟମରେ ଚେତାବନୀ ଦେବାସହ କାଗଜ ବାଘ ମାଓବାଦୀଙ୍କୁ ଭୟ ନକରି ଦୈନନ୍ଦିନ କାର୍ଯ୍ୟ ଜାରି ରଖିବାକୁ ଅଞ୍ଚଳବାସୀଙ୍କୁ କହିଛି ANPPF ।

କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.