ETV Bharat / state

ଭୁଲ ଇଞ୍ଜେକ୍ସନରୁ ରୋଗୀ ମୃତ୍ୟୁ ଅଭିଯୋଗ, କ୍ଷତିପୂରଣ ଦାବିରେ ରାଜପଥ ଅବରୋଧ - କନ୍ଧମାଳ ଡାକ୍ତର ଅବହେଳା

କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭୁଲ ଇଞ୍ଜେକ୍ସନ ଯୋଗୁଁ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

ଡାକ୍ତରଙ୍କ ଅବହେଳାରୁ ରୋଗୀର ମୃତ୍ୟୁ: କ୍ଷତିପୂରଣ ଦାବିରେ ରାଜପଥ ଅବୋରୋଧ

author img

By

Published : Nov 5, 2021, 3:35 PM IST

ଫୁଲବାଣୀ: ଡାକ୍ତର ଅବହେଳାରୁ ରୋଗୀ ମୃତ୍ୟୁକୁ ନେଇ ରାଜପଥ ଅବୋରୋଧ କାଲେ ଗ୍ରାମବାସୀ । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଗତକାଲି(ଗୁରୁବାର) ଭୁଲ ଇଞ୍ଜେକ୍ସନ ଯୋଗୁଁ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିଲା । ମୃତକ ଜଣକ ହେଲେ ସଲାଗୁଡ଼ା ତେଲେପଙ୍ଗା ଗାଁର ରବିଚନ୍ଦ୍ର ଦିଗାଲ । ପରିବାରଙ୍କ ଅଭିଯୋଗ ଅନୁସାରେ ରବିଚନ୍ଦ୍ରଙ୍କ ଗୋଡ଼ରେ ଯନ୍ତ୍ରଣା ସହିତ ଜ୍ବର ହେଉଥିଲା । ଫଳରେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ରବିଚନ୍ଦ୍ରଙ୍କୁ ଭର୍ତ୍ତି କରାଇଥିଲେ ପରିବାର ଲୋକ । ଭର୍ତ୍ତି ହେବାର କିଛି ସମୟ ପରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଡାକ୍ତରଙ୍କ ଅବହେଳାରୁ ରୋଗୀର ମୃତ୍ୟୁ: କ୍ଷତିପୂରଣ ଦାବିରେ ରାଜପଥ ଅବୋରୋଧ

ଡାକ୍ତରଙ୍କ ଭୁଲ୍ ଇଞ୍ଜେକ୍ସନ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରେ ବାଲିଗୁଡ଼ା ଏସଡିପିଓ ଓ ଥାନା ଅଧିକାରୀ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହିତ ତଦନ୍ତ ଆରମ୍ଭ କରିଥିଲେ । କିନ୍ତୁ ପରିବାରକୁ କ୍ଷତିପୂରଣ ଦାବିରେ ଆଜି(ଶୁକ୍ରବାର) 59 ନମ୍ବର ଜାତୀୟ ରାଜପଥ ଅବୋରୋଧ କରିଛନ୍ତି ଗ୍ରାମବାସୀ । ପରିବାର ପ୍ରତିପୋଷଣ ପାଇଁ ଜଣକୁ ଚାକିରି ସହ କ୍ଷତିପୂରଣ ବାବଦକୁ 10 ଲକ୍ଷ ଟଙ୍କା ଦିଆଯାଉ ବୋଲି ଗ୍ରାମବାସୀ ଦାବି କରିଛନ୍ତି । ଏଥିସହିତ ବାଲିଗୁଡା ଡାକ୍ତରଖାନାରେ ଅଭିଜ୍ଞ ଡାକ୍ତର ନିଯୁକ୍ତି କରିବାକୁ ମଧ୍ୟ ଦାବି ହୋଇଛି ।

କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.