ETV Bharat / state

ଅକ୍ଷୟ କୁମାର କର୍ଣ୍ଣଙ୍କୁ ମିଳିଲା ଗାନ୍ଧୀ ଆଦର୍ଶ ସମ୍ମାନ

author img

By

Published : Oct 15, 2019, 6:48 AM IST

ଭୁବନେଶ୍ବରର ଶ୍ରୀଜଗନ୍ନାଥ ସେବାସଦନ ଅନୁଷ୍ଠାନ ପକ୍ଷରୁ କନ୍ଧମାଳ କଳା ଓ ସଂସ୍କୃତି ସଂଘର ଜିଲ୍ଲା ସଭାପତି ଅକ୍ଷୟ କୁମାର କର୍ଣ୍ଣଙ୍କୁ ଗାନ୍ଧୀ ଆଦର୍ଶ ସମ୍ମାନରେ ସମ୍ମାନିତ କରାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା କନ୍ଧମାଳ

ଭୁବନେଶ୍ବର: କନ୍ଧମାଳର ଅକ୍ଷୟ କୁମାର କର୍ଣ୍ଣଙ୍କୁ ମିଳିଲା ଗାନ୍ଧୀ ଆଦର୍ଶ ସମ୍ମାନ । ଏଥିସହିତ ' ଗାନ୍ଧୀ ସ୍ବଚ୍ଛତା ସମ୍ମାନରେ" ମଧ୍ୟ ଅକ୍ଷୟଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଭୁବନେଶ୍ବରର ଶ୍ରୀଜଗନ୍ନାଥ ସେବାସଦନ ଅନୁଷ୍ଠାନ ପକ୍ଷରୁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏହି ସମ୍ମାନ ପ୍ରଦାନ କରାଯାଇଛି ।

ଅକ୍ଷୟଙ୍କ ଘର କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଳକ ଅନ୍ତର୍ଗତ ରତଙ୍ଗ ଜାର୍ଗୀପଦର ଗାଁରେ । ଅକ୍ଷୟ ଏକାଧାରାରେ ଜଣେ ସୁସାହିତ୍ୟିକ, କଳାକାର ଓ ସମାଜସେବୀ ଭାବେ ଜଣାଶୁଣା । କନ୍ଧମାଳ କଳା ଓ ସଂସ୍କୃତି ସଂଘର ଜିଲ୍ଲା ସଭାପତି ଦାୟିତ୍ବ ମଧ୍ୟ ତୁଲାଉଛନ୍ତି ।

କଳା ଓ ସଂସ୍କୃତି ସଂଗଠକ ଭାବରେ ଲୋକଙ୍କ ପାଇଁ କାର୍ଯ୍ୟ କରୁଛନ୍ତି । ଏଥିସହିତ କଳା ସଂସ୍କୃତି ଓ ପରମ୍ପରାକୁ ଉଦ୍ଜୀବିତ ପାଇଁ ମଧ୍ୟ ଉଦ୍ୟମ ଜାରି ରଖିଛନ୍ତି । ଅକ୍ଷୟ ଏହି ସମ୍ମାନ ପାଇବା ପରେ ସମଗ୍ର ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି । ମୁଖ୍ୟ ଅତିଥି ଭାବେ ଭୁବନେଶ୍ବରର ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟସାଣୀ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ । ସମ୍ମାନ ଅଧିକ ଦାୟିତ୍ବ ଆଣିଦିଏ ଓ ଏହି ସମ୍ମାନ ପାଇ ଆନନ୍ଦିତ ବୋଲି କହିଛନ୍ତି ଅକ୍ଷୟ କୁମାର କର୍ଣ୍ଣ ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

Intro:ଗାନ୍ଧୀ ଆଦର୍ଶ ସମ୍ମାନରେ ଭୂଷିତ ହେଲେ ଅକ୍ଷୟ । କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଳକ ଅନ୍ତର୍ଗତ ରତଙ୍ଗ ଜାର୍ଗୀପଦର ଗାଁର ଅକ୍ଷୟ କୁମାର କର୍ଣ୍ଣଙ୍କୁ ଗାନ୍ଧୀ ଆଦର୍ଶ ସମ୍ମାନରେ ସମ୍ମାନିତ କରାଯାଇଛି। ଭୂବନେଶ୍ବର ସ୍ଥିତ ଶ୍ରୀଜଗନ୍ନାଥ ସେବାସଦନ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଅକ୍ଷୟଙ୍କୁ ' ଗାନ୍ଧୀ ସ୍ବଚ୍ଛତା ସମ୍ମାନରେ" ସମ୍ବର୍ଦ୍ଧିତ କରାଯାଇଥିଲା।
Body: ଭୂବନେଶ୍ବର ସ୍ଥିତ ଶ୍ରୀଜଗନ୍ନାଥ ସେବାସଦନ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଅକ୍ଷୟଙ୍କୁ ' ଗାନ୍ଧୀ ସ୍ବଚ୍ଛତା ସମ୍ମାନରେ" ସମ୍ବର୍ଦ୍ଧିତ କରାଯାଇଥିଲା।
ମୂଖ୍ୟ ଅତିଥି ଭାବରେ ଭୂବନେଶ୍ବରର ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟସାଣୀଙ୍କ କରକମଳରେ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା । ଅକ୍ଷୟ ଏହି ସମ୍ମାନ ପାଇବା ପରେ ସମଗ୍ର ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି।ଅକ୍ଷୟ ଏକାଧାରାରେ ଜଣେ ସୁସାହିତ୍ୟିକ କଳାକାର ଓ ସମାଜସେବୀ ଭାବରେ ବେଶ୍ ଜଣାଶୁଣା ବର୍ତ୍ତମାନ କନ୍ଧମାଳ କଳା ଓ ସଂସ୍କୃତି ସଂଘର ଜିଲ୍ଲା ସଭାପତି ଭାବେ କାର୍ଯ୍ୟରତ । କଳା ଓ ସଂସ୍କୃତି ସଂଗଠକ ଭାବରେ ଲୋକଙ୍କ ପାଇଁ କାମ କରୁଛନ୍ତି ଏବଂ କଳା ସଂସ୍କୃତି ଓ ପରମ୍ପରାକୁ ଉଦ୍ଜୀବିତ ପାଇଁ ଉଦ୍ୟମ ଜାରି ରଖିଛନ୍ତି।Conclusion:ସମ୍ମାନ ଆଣିଦିଏ ଅଧିକ ଦାୟିତ୍ୱ ଏବଂ ଏହି ସମ୍ମାନ ପାଇ ମୁଁ ଆନନ୍ଦିତ ବୋଲି କହିଛନ୍ତି ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.