ଫୁଲବାଣୀ: ଜିଲ୍ଲା ତୁମୁଡିବନ୍ଧ ବ୍ଳକର ଗୁମା ପଞ୍ଚାୟତରେ ଜନନୀ ଯନ୍ତ୍ରଣାର କରୁଣ ଦୃଶ୍ୟ । ସୁଶାଭଟ୍ଟା ଗାଁର ଆସନ୍ନ ପ୍ରସବାକୁ ପୁଣି ଖଟିଆରେ ବୋହି 3 କିଲୋମିଟର ବାଟ ଚାଲିଛନ୍ତି ଗାଁ ଲୋକେ। ଆମ୍ବୁଲାନ୍ସ ସୁବିଧା ନାହିଁ ବୋଲି ମେଡିକାଲ କର୍ତ୍ତୃପକ୍ଷ କହିବାରୁ ଶେଷରେ ବାଧ୍ୟ ହୋଇ କୃଷ୍ଣ ମାଝିଙ୍କ ପତ୍ନୀ ନିୟମ ଦେଇ ମାଝିଙ୍କୁ ଖଟିଆରେ ବୋହି ନିଆଗଲା ।
![pregnant lady carry by stretcher](https://etvbharatimages.akamaized.net/etvbharat/prod-images/5685492_pregnent.jpg)
ସୂଚନା ଅନୁସାରେ ଜନନୀ ଯନ୍ତ୍ରଣାରେ ଛଟପଟ ହେବାରୁ ନିୟମ ଦେଇ ମାଝିଙ୍କୁ ମେଡିକାଲ ନେବା ପାଇଁ ଆମ୍ବୁଲାନ୍ସକୁ ଫୋନ୍ କରାଯାଇଥିଲା । ହେଲେ ତୁମୁଡିବନ୍ଧ ମେଡିକାଲ କର୍ତ୍ତୃପକ୍ଷ ଆମ୍ବୁଲାନ୍ସ ନାହିଁ ବୋଲି କହିଥିଲେ । ଫଳରେ ଖଟିଆରେ 3 କିଲୋମିଟର ବାଟ ବୋହିବା ପରେ ଗୁମା ନିକଟରୁ ଏକ ଅଟୋରେ 1200 ଟଙ୍କାରେ ଭଡା କରି ପହଞ୍ଚିଥିଲ ତୁମୁଡିବନ୍ଧ ଚିକିତ୍ସାଳୟ । ମେଡିକାଲରେ ନିୟମ ଦେଇ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି ବୋଲି ଖବର ଆସିଛି ।
ଆଦିମ ଆଦିବାସୀ କୁଟିଆ କନ୍ଧ ସମ୍ପ୍ରଦାୟଙ୍କୁ କାହିଁ କେତେ ଦିନଠାରୁ ଚିକିତ୍ସିତ ହେବା ପାଇଁ ଏପରି ଖଟିଆରେ ବୋହି ନେଇଯାଆନ୍ତି ଚିକିତ୍ସିତ ପାଇଁ । ସେପଟେ ମାଆ ଘର, ଆମ୍ବୁଲାନ୍ସ, ଜନନୀ ଏକ୍ସପ୍ରେସ, ବାଇକ୍ ଆମ୍ବୁଲାନସ୍ ଏମିତି କେତେ କଣ ଯୋଜନା ରହିଛି । ହେଲେ ବାସ୍ତବରେ ଆଦିବାସୀ ଜନଜାତିଙ୍କୁ କିପରି ମିଳୁଛି ସେବା, ତାହା ସ୍ପଷ୍ଟ ହୋଇଛି ଏହି ଘଟଣାରୁ ବୋଲି କହିଛନ୍ତି ପୂର୍ବତନ ବିଧାୟକ କୁଟିଆ ଜନଜାତି ନେତା କରେନ୍ଦ୍ର ମାଝି।
କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ