ETV Bharat / state

ମିଳିଲାନି ମହାପ୍ରୟାଣ ଗାଡି, ବାଇକରେ ବୁହା ହେଲା ମୃତଦେହ - ସ୍ବାସ୍ଥ୍ୟ ସେବାର ନଗ୍ନ ଚିତ୍ର

ପୁଣି ସାମ୍ନାକୁ ଆସିଲା ସ୍ବାସ୍ଥ୍ୟ ସେବାର ଅସଲ ଚିତ୍ର । ମହାପ୍ରୟାଣ ଗାଡି ନ ମିଳିବାରୁ ବାଇକରେ ବୁହା ହେଲା ମୃତଦେହ ।

ଫଟୋ ସୌଜନ୍ୟ: ସମ୍ବାଦଦାତା,କନ୍ଧମାଳ
author img

By

Published : Aug 16, 2019, 10:39 PM IST

ଫୁଲବାଣୀ: ପୁଣି ସାମ୍ନାକୁ ଆସିଲା ସ୍ବାସ୍ଥ୍ୟ ସେବାର ନଗ୍ନ ଚିତ୍ର । ମହାପ୍ରୟାଣ ଗାଡି ନ ମିଳିବାରୁ ବାଇକରେ ବୁହା ହେଲା ମୃତଦେହ । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲାରେ ।

ଶୁକ୍ରବାର କଟିଙ୍ଗିଆ ଗାଁର ସେପତି ପ୍ରଧାନଙ୍କ ଦେହ ଖରାପ ହେବାରୁ ପରିବାର ଲୋକେ ତାଙ୍କୁ ଜି.ଉଦୟଗିରି ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ହେଲେ କିଛି ସମୟ ପରେ ତାଙ୍କର ମୃତ୍ୟୁ ଘଟିଥିଲା । ମୃତଦେହକୁ ନେବା ପରେ ସେପତିଙ୍କ ପରିବାର ଲୋକେ ମେଡିକାଲ କର୍ତ୍ତୃପକ୍ଷଙ୍କୁ ଆମ୍ବୁଲାନ୍ସ କିମ୍ବା ମହାପ୍ରୟାଣ ଗାଡି ପାଇଁ କହିଥିଲେ । ହେଲେ ମେଡିକାଲ କର୍ତ୍ତୃପକ୍ଷ ଗାଡି ଦେବାକୁ ମନା କରିଦେଇଥିଲେ । ଫଳରେ ଅର୍ଥ ଅଭାବରୁ ମୃତଦେହକୁ ପରିବାର ଲୋକେ ବାଇକରେ ବୋହି ଆଣିବାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏନେଇ ସ୍ଥାନୀୟ ଲୋକଙ୍କ ହସ୍ତକ୍ଷେପ ପରେ ମେଡିକାଲ କର୍ତ୍ତୃପକ୍ଷ ଗାଡି ଦେଇଥିଲେ । ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

Intro:Body:

srg

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.