ETV Bharat / state

Accident in kandhamal: ବିଦ୍ୟୁତ ବିଭାଗ ଯନ୍ତ୍ରୀ ଆହତ, କର୍ମଚାରୀ ମୃତ - ଦୁର୍ଘଟଣାରେ ବିଦ୍ୟୁତ ବିଭାଗ ଯନ୍ତ୍ରୀ ଆହତ ଖବର

ଭାରସାମ୍ୟ ହରାଇ ଗଛରେ ପିଟି ହେଲା କାର । ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇ ଥିବାବେଳେ ଅନ୍ୟଜଣେ ଆହତ । ଆହତ ବ୍ୟକ୍ତି ବିଦ୍ୟୁତ ବିଭାଗର ଯନ୍ତ୍ରୀ ହୋଇଥିବା ସୂଚନା । ଅଧିକ ପଢନ୍ତୁ

Accident in kandhamal: ବିଦ୍ୟୁତ ବିଭାଗ ଯନ୍ତ୍ରୀ ଆହତ, କର୍ମଚାରୀ ମୃତ

author img

By

Published : Apr 17, 2022, 5:20 PM IST

ଫୁଲବାଣୀ: ଭାରସାମ୍ୟ ହରାଇ ଗଛରେ ପିଟି ହେଲା କାର । ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟଜଣେ ଆହତ । ଆହତ ବ୍ୟକ୍ତି ଜଣକ ବିଦ୍ୟୁତ ବିଭାଗର ଯନ୍ତ୍ରୀ ବୋଲି ଜଣାପଡିଛି । ତେବେ ମୃତକ ଜଣକଙ୍କ ନାମ ଅଶ୍ୱିନୀ ମିଶ୍ର, ସେ ଯନ୍ତ୍ରୀଙ୍କ କର୍ମଚାରୀ ।

ସୂଚନା ଅନୁଯାୟୀ, ଅଫିସ କାର୍ଯ୍ୟରେ କର୍ମଚାରୀ ଅଶ୍ବିନୀ ମିଶ୍ର ଏବଂ ଯନ୍ତ୍ରୀ ଅନିଲ କୁମାର ପରିଡା ମିଶି ଟିକାବାଲି ଆଡକୁ ଯାଉଥିଲେ । ଗାଡି ଗତି ଅଧିକ ଥିବାରୁ ଏକ ବୁଲାଣିରେ ଭାରସାମ୍ୟ ହରାଇ କନ୍ଧମାଳ ଜିଲା ଶଙ୍କରାଖୋଲ ପଞ୍ଚାୟତ ନିକଟ ରାସ୍ତାକଡ ଗଛରେ ପିଟିହୋଇ ଓଲଟି ପଡ଼ିଥିଲା । ସ୍ଥାନୀୟ ଲୋକେ ଏନେଇ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଆହତ ଜଣକୁ ସଦର ମହକୁମା ଡାକ୍ତରଖାନାକୁ ପଠାଇଥିଲେ ।

ଟିକାବାଲି ପୋଲିସ ଏନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । ଖବର ପାଇ ନିର୍ବାହୀ ଯନ୍ତ୍ରୀ ଇଂ ମନୋଜ କୁମାର ମହାନ୍ତି, ଏସଡିଓ, ସମେତ ଯନ୍ତ୍ରୀ ଓ କର୍ମଚାରୀ ସଦର ମହକୁମା ଡାକ୍ତରଖାନାରେ ପହଞ୍ଚି ଆହତ ଯନ୍ତ୍ରୀଙ୍କ ଚିକିତ୍ସା ବାବଦରେ ପଚାରି ବୁଝିଛନ୍ତି । ସେହିପରି ମୃତ କର୍ମଚାରୀ ଅଶ୍ୱିନୀ ମିଶ୍ରଙ୍କ ଅକାଳ ମୃତ୍ୟୁରେ ଶୋକବ୍ୟକ୍ତି କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ଗଭୀର ଶୋକ ବ୍ୟକ୍ତି କରିଛନ୍ତି ।

କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.