ETV Bharat / state

ନବମ ଶ୍ରେଣୀ ଛାତ୍ରୀ ମୃତ୍ୟୁ ଘଟଣା: ଅନ୍ୟ ଅଭିଯୁକ୍ତକୁ ଗିରଫ ଦାବିରେ ABVPର ବିକ୍ଷୋଭ

author img

By

Published : Jul 22, 2022, 8:01 AM IST

ଦିନ ପରେ ଦିନ ଗଡୁଛି, ହେଲେ ମିଳୁନି ମୃତ ଛାତ୍ରୀଙ୍କୁ ନ୍ୟାୟ । ଗଣଦୁର୍ଷ୍କମ ପରେ ହତ୍ୟା କରାଯାଇଥିବା ଭିଡିଓ ପୋଲିସ ଦେଖିଥିଲେ ବି ଏଯାବତ୍‌ କୌଣସି କାର୍ଯ୍ୟାନୁଷ୍ଠାନ ନେଇନି । ଏଭଳି ଅଭିଯୋଗ ଆଣି ବିକ୍ଷୋଭ କରିଛି ଏବିଭିପି । ଅଧିକ ପଢ଼ନ୍ତୁ

ନବମ ଶ୍ରେଣୀ ଛାତ୍ରୀ ମୃତ୍ୟୁ ଘଟଣା : ଅନ୍ୟ ଅଭିଯୁକ୍ତକୁ ତୁରନ୍ତ ଗିରଫ ଦାବିରେ ଏବିଭିପିର ବିକ୍ଷୋଭ

ଫୁଲବାଣୀ: ନବମ ଶ୍ରେଣୀ ଛାତ୍ରୀଙ୍କୁ ନ୍ୟାୟ ଦାବିରେ ରାଜରାସ୍ତାରେ ଏବିଭିପିର ବିକ୍ଷୋଭ । ଛାତ୍ରୀଙ୍କ ମୃତ୍ୟୁରେ ଦାୟୀ ଥିବା ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ହେଲେ ପ୍ରକୃତ ଦୋଷୀ ବାହାରେ ବୁଲୁଥିଲା ଅଭିଯୋଗ କରିଛି ସଙ୍ଗଠନ । ଏନେଇ ସଙ୍ଗଠନ ପକ୍ଷରୁ କନ୍ଧମାଳରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

କଣ ଥିଲା ଘଟଣା ?

ଗଉଡ଼ପଡ଼ା ଗ୍ରାମର ଜଣେ ୧୪ ବର୍ଷ ଝିଅ ଦୂତିପଡା ଲେମ୍ବୁ ବଗିଚା ହାଇସ୍କୁଲରେ ରହି ନବମ ଶ୍ରେଣୀରେ ପଢୁଥିଲେ । ସ୍କୁଲ ଛୁଟି ହେବାରୁ ସେ ତାଙ୍କ ମା’ଙ୍କ ସାଙ୍ଗରେ ଘରକୁ ଆସି ଥିଲେ । ଘରେ କିଛି ଦିନ ରହିବା ପରେ ସେ ଡକାଙ୍ଗିରେ ଥିବା ସାଙ୍ଗ ଘରକୁ ଯାଇଥିଲେ । କିନ୍ତୁ ସେଠାରୁ ଘରକୁ ଫେରି ନଥିଲେ । ଦୁଇଦିନ ପରେ ଆଇଟିଆଇ ପାଖ ନିକଟସ୍ଥ ଏକ ଆମ୍ବ ଗଛରେ ତାଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା । ପାରିପାର୍ଶ୍ବିକ ପରିସ୍ଥିତିକୁ ଦେଖି ତାଙ୍କୁ ଦୁର୍ଷ୍କମ କରିବା ପରେ ହତ୍ୟା କରାଯାଇଥିବା ସନ୍ଦେହ କରିଥିଲେ ପରିବାର ଲୋକେ । ଏନେଇ ପରିବାର ଲୋକେ ସଦର ଥାନାରେ ଏତଲା ଦେଇଥିଲେ ।

ବହୁ ପ୍ରତିବାଦ ପରେ ଉକ୍ତ ଘଟଣାରେ ଜଣେ ଯୁବକକୁ ଗିରଫ କରିଥିଲା ପୋଲିସ । ହେଲେ ପ୍ରକୃତ ଅପରାଧୀ ଏବେ ବି ଘୁରି ବୁଲୁଛି । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ମୃତ ଛାତ୍ରୀଙ୍କ ମୁହଁକୁ ଯୁବକମାନେ ମାରି ନାକ ଫଟେଇ ଦେଇଥିଲେ । ଏହାସହ ବହୁ ଅଶାଳୀନ ବ୍ୟବହାର କରିଥିଲେ ।

ଏହି ଭିଡିଓ ପୋଲିସ ହାତରେ ପହଁଞ୍ଚିବା ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ନେଉନି । ପୋଲିସକୁ ଆଉ କ’ଣ ପ୍ରମାଣ ଦରକାର ବୋଲି ଅଭିଯୋଗ କରିଛି ଅଖିଳ ଭାରତୀୟ ବିଦ୍ୟାର୍ଥି ପରିଷଦ (ଏବିଭିପି) । ଏନେଇ ଏବିଭିପି କର୍ମୀ ଉତକ୍ଷିପ୍ତ ହୋଇ ରାଜରାସ୍ତାକୁ ଓହ୍ଲାଇଛନ୍ତି । ପୂର୍ବ ନିଷ୍ପତ୍ତି ଅନୁସାରେ ଏବିଭିପି କର୍ମକର୍ତ୍ତା, ଛାତ୍ରଛାତ୍ରୀ ସ୍ଥାନୀୟ ମାଦିକୁନ୍ଦା ଛକରୁ ଏକ ରାଲିରେ ବାହାରି ସହର ପରିକ୍ରମା କରିଥିଲେ । ରାଲିରେ ମୃତ ଛାତ୍ରୀଙ୍କୁ ନ୍ୟାୟ ପ୍ରଦାନ ପାଇଁ ଦାବି କରିବାସହ ପୋଲିସ ବିରୋଧରେ ନାରାବାଜି କରିଥିଲେ ।

ଘଟଣାରେ ସମ୍ପୃକ୍ତ ଅଭଯୁକ୍ତକୁ ତୁରନ୍ତ ଗିରଫ କରାନଗଲେ ରାଜ୍ୟସ୍ତରରେ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛି । ଅନ୍ୟପକ୍ଷରେ ଏବିଭିପି କର୍ମକର୍ତ୍ତା ଏସ୍‌ପିଙ୍କ କାର୍ଯ୍ୟାଳୟ ସମମୁଖରେ ପହଁଞ୍ଚିବା ପରେ ପ୍ରତିବାଦ ସଭା କରିଥିଲେ । ଏହି ଘଟଣାରେ ବହୁ ଯୁବକ ସାମିଲ ଅଛନ୍ତି । ଝିଅକୁ ମରଣାନ୍ତକ ଆକ୍ରମଣ କରାଯିବା ଭିଡିଓ ଭାଇରାଲ ହେଉଛି । ତଥାପି ପୋଲିସ କାହିଁ ଚୁପ୍ ବସିଛି । ପୋଲିସ ତଦନ୍ତ ପ୍ରତି ସନ୍ଦେହ ହେଉଛି । ଆମକୁ ନ୍ୟାୟ ଦରକାର । ସେ ଝିଅ ଆମର ଜଣେ ଭଉଣୀ ଥିଲା । ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଆମେ ଉଠିବୁ ନାହିଁ ବୋଲି କର୍ମକର୍ତ୍ତା ପ୍ରକାଶ କରିଥିଲେ ।

ଏହାପରେ ଏସ୍‌ପି ଘଟଣାର ତଦନ୍ତ ଜଣେ ବରିଷ୍ଠ ପୋଲିସ ଅଧିକାରୀ କରିବେ । ଘଟଣାରେ ଯିଏ ବି ସାମିଲ ଥାଆନ୍ତୁନା କାହିଁକି, କାହାରିକୁ ଛଡାଯିବ ନାହିଁ ବୋଲି ଏସ୍‌ପିଙ୍କ ପକ୍ଷରୁ ପ୍ରତିଶ୍ରୁତି ମିଳିବା ପରେ ଛାତ୍ରଛାତ୍ରୀ ଧାରଣାରୁ ଉଠିଥିଲେ ।

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.