ETV Bharat / state

ଆମ ଆଦମୀ ପାର୍ଟି କର୍ମୀ ସମ୍ମିଳନୀ ଅନୁଷ୍ଠିତ, ଯୋଗଦେଲେ ରାଜ୍ୟ ଆବାହକ - ଆମ ଆଦମୀ ପାର୍ଟି ରାଜ୍ୟ ଆବାହକ ନିଶିକାନ୍ତ ମହାପାତ୍ର

ଫୁଲବାଣୀରେ ଆମ ଆଦମୀ ପାର୍ଟିର କର୍ମୀ ସମ୍ମିଳନୀ ଅନୁଷ୍ଠିତ । ରାଜ୍ୟରେ ଏକ ସ୍ଵଚ୍ଛ ଓ ଦୁର୍ନୀତିମୁକ୍ତ ସରକାର ଗଠନ ପାଇଁ ଦଳର ସଂଗଠନକୁ ସୁଦୃଢ଼ କରିବାକୁ ଆହ୍ବାନ ଦେଇଛନ୍ତି ଆମ ଆଦମୀ ପାର୍ଟି ରାଜ୍ୟ ଆବାହକ ନିଶିକାନ୍ତ ମହାପାତ୍ର । ଅଧିକ ପଢ଼ନ୍ତୁ

ଆମ ଆଦମୀ ପାର୍ଟି କର୍ମୀ ସମ୍ମିଳନୀ ଅନୁଷ୍ଠିତ, ଯୋଗଦେଲେ ରାଜ୍ୟ ଆବାହକ

author img

By

Published : Dec 11, 2022, 7:20 PM IST

ଆମ ଆଦମୀ ପାର୍ଟି କର୍ମୀ ସମ୍ମିଳନୀ ଅନୁଷ୍ଠିତ, ଯୋଗଦେଲେ ରାଜ୍ୟ ଆବାହକ

ଫୁଲବାଣୀ: ଆମ ଆଦମୀ ପାର୍ଟିର କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଫୁଲବାଣୀସ୍ଥିତ ଗାନ୍ଧୀ ସ୍ମୃତି ଭବନରେ ଆୟୋଜିତ ଏହି କର୍ମୀ ସମ୍ମିଳନୀରେ ଦଳର ରାଜ୍ୟ ଆବାହକ ନିଶିକାନ୍ତ ମହାପାତ୍ର ଯୋଗଦେଇଥିଲେ । ରାଜ୍ୟରେ ଏକ ସ୍ଵଚ୍ଛ ଓ ଦୁର୍ନୀତିମୁକ୍ତ ସରକାର ଗଠନ ପାଇଁ ଆମ ଆଦମୀ ପାର୍ଟିରେ ସାମିଲ ହୋଇ ସଂଗଠନକୁ ସୁଦୃଢ଼ କରିବାକୁ ଆହ୍ବାନ ଦେଇଛନ୍ତି ନିଶିକାନ୍ତ ମହାପାତ୍ର ।

ଗୁଜୁରାଟ ନିର୍ବାଚନରେ ଆଶାନୁରୂପ ଫଳ ନପାଇବା ପରେ ମଧ୍ୟ ଆମ ଆଦମି ପାର୍ଟିକୁ ଜାତୀୟ ଦଳ ଘୋଷଣା କରିଛନ୍ତି ଦଳର ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଏହାପରେ ବିଭିନ୍ନ ରାଜ୍ୟରେ ଦଳକୁ ସୁଦୃଢ଼ କରିବାକୁ ଆରମ୍ଭ ହୋଇଛି କାର୍ଯ୍ୟକ୍ରମ । ତେବେ ଏହି ପରିପ୍ରେକ୍ଷୀରେ ଆଜି (ରବିବାର) ଫୁଲବାଣୀସ୍ଥିତ ଗାନ୍ଧୀ ସ୍ମୃତି ଭବନରେ ଦଳର ଏକ କର୍ମୀ ସମ୍ମିଳନୀ ଆୟୋଜନ ହୋଇଥିଲା । ଏଥିରେ ଆମ ଆଦମୀ ପାର୍ଟି ରାଜ୍ୟ ଆବାହକ ନିଶିକାନ୍ତ ମହାପାତ୍ର ଯୋଗଦେଇଥିଲେ । ଏଥିରେ ଦଳର କର୍ମୀଙ୍କୁ ନିଷ୍ଠା ଓ ଆନ୍ତରିକତାର ସହ କାର୍ଯ୍ୟ କରି ସଙ୍ଗଠନକୁ ସୁଦୃଢ଼ କରିବାକୁ ସେ ପରାମର୍ଶ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସଭାପତି ବଳରାମ ଡିଗାଲ, ଉପସଭାପତି ଯୌବନ ମଲ୍ଲିକ, କନ୍ଧମାଳ ପର୍ଯ୍ୟବେକ୍ଷକ ଆଦିତ୍ୟ ନାରାୟଣ ରଥ, ନାରୀନେତ୍ରୀ ରଶ୍ମିତା ପଟ୍ଟନାୟକ, ଯୁବନେତା ଗିରିଶ ପଟ୍ଟନାୟକ, ଅନୁସୂଚିତ ଜାତି ଅଧ୍ୟକ୍ଷ ତ୍ରିନାଥ ମାଝୀ, ଅନୁସୂଚିତ ଜନଜାତି ଅଧ୍ୟକ୍ଷ ମହେନ୍ଦ୍ର ମଲ୍ଲିକ, ଯୁବନେତା ସଞ୍ଜୀବ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ଉପସ୍ଥିତ ଅତିଥିମାନେ ରାଜ୍ୟରୁ ଦୁର୍ନୀତି ଓ ଭ୍ରଷ୍ଟାଚାର ଦୂର ସହ ଶିକ୍ଷା, ସ୍ବାସ୍ଥ୍ୟ, ବିଜୁଳି, ପାଣି ଓ ରୋଜଗାର ପାଇଁ ଆମ ଆଦମୀ ପାର୍ଟିକୁ ସହଯୋଗ କରିବା ପାଇଁ ଜନସାଧାରଣଙ୍କୁ ଆହ୍ବାନ ଦେଇଥିଲେ । ଏହି ଅବସରରେ ମାଦିକୁନ୍ଦା ଛକରୁ ଏକ ଶୋଭାଯାତ୍ରା ବାହାରି ମୁଖ୍ୟରାସ୍ତାରେ ଆସି ଗାନ୍ଧି ସ୍ମୃତି ଭବନରେ ପହଞ୍ଚିଥିଲା । ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଶତାଧିକ ଆମ ଆଦମୀ ପାର୍ଟି କର୍ମୀ ଏଥିରେ ଯୋଗ ଦେଇଥିଲେ ।

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.