ETV Bharat / state

ସାବଧାନ ! ରାସ୍ତାରେ ବୁଲୁଛନ୍ତି ଯମରାଜ - kandhamal news

ଡିସେମ୍ବର 1ରୁ ପୁଣି ଥରେ ଟ୍ରାଫିକ ନିୟମ ଓ ମୋଟରଯାନ ଆଇନ କଡାକଡି କରାଯାଇଛି । ଲୋକଙ୍କୁ ଏନେଇ ଯମ ବେଶରେ ସ୍କୁଲ ଛାତ୍ରମାନେ ସଚେତନ କରିଛନ୍ତି ।

A unique traffic awareness by school student
ଫଟୋ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ
author img

By

Published : Dec 3, 2019, 7:41 PM IST

ଫୁଲବାଣୀ: ଡିସେମ୍ବର 1ରୁ ପୁଣି ଥରେ ନୂଆ ମୋଟରଯାନ ଆଇନ କଡାକଡି କରାଯାଇଛି । 3 ମାସ କୋହଳ ପରେ ଲୋକଙ୍କ ମନରେ ଟ୍ରାଫିକ ନିୟମକୁ ନେଇ ପରିବର୍ତ୍ତନ ଓ ସଚେତନତା ଦେଖାଯାଇନାହିଁ । ତେବେ ଲୋକଙ୍କୁ ଏନେଇ ସଚେତନ କରିବାକୁ ଅଭିନବ ଉପାୟ ଆପଣାଇଛନ୍ତି ସ୍କୁଲ ପିଲା । ଫୁଲବାଣୀ ଗୋପବନ୍ଧୁ ଛକରେ ଲୋକଙ୍କୁ ମୃତ୍ୟୁର ଦେବତା ବେଶରେ ସ୍କୁଲ ଛାତ୍ରମାନେ ସଚେତନ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ

ଫୁଲବାଣୀ ପବ୍ଲିକ ସ୍କୁଲର ପିଲାମାନେ ଯମରାଜ ବେଶରେ ସହରର ମୁଖ୍ୟ ଛକରେ ଲୋକଙ୍କୁ ସଚେତନ କରିଛନ୍ତି । ନିୟମ ଅମାନ୍ୟକାରୀଙ୍କୁ ଗଦାରେ ମାରି ମୃତ୍ୟୁର ଭୟ ଦେଖାଇ ନେଇଯିବି ବୋଲି ତାଗିଦ କରୁଥିବା ଦେଖିବାକୁ ମିଳିଛି । ଆଉ ହେଲମେଟ ପିନ୍ଧିଥିବା ଲୋକଙ୍କୁ ଆଶୀର୍ବାଦ ଦେଉଛନ୍ତି । ଟାଉନ ଥାନା ଅଧିକାରୀ ନରେଶ ଚନ୍ଦ୍ର ସାହୁ ଓ କର୍ମଚାରୀ ଛାତ୍ରଛାତ୍ରୀଙ୍କ ଏହି ନିଆରା ଅଭିଯାନରେ ସାମିଲ ହୋଇଥିଲେ ।

ଲୋକଙ୍କୁ ଟ୍ରାଫିକ ସଚେତନ କରିବାକୁ ଆଗକୁ ଏପରି ଅଭିଯାନ ଜାରି ରହିବା ଆଇନ ଉଲ୍ଲଙ୍ଘନକାରୀଙ୍କୁ ଜୋରଦାର ଧରପଗଡ଼ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

କନ୍ଧମାଳରୁ ସଦାଶିଵ ପାତ୍ର, ଇଟିଭି ଭାରତ

Intro:ଡିସେମ୍ବର ଏକ ତାରିଖରୁ ଟ୍ରାଫିକ ନିୟମ ଓ ମୋଟରଯାନ ଆଇନ କଡାକଡି କରାଯାଇଛି। ଲୋକଙ୍କ ମନରେ କିନ୍ତୁ ସେତେଟା ପରିବର୍ତନ ଓ ସଚେତନତା ଦେଖାଯାଉନାହିଁ । ସେଥିପାଇଁ ସ୍କୁଲ ପିଲା ମାନେ ଆରମ୍ଭ କରିଛନ୍ତି ନିଆରା ଢ଼ଙ୍ଗରେ ସଚେତନତା। ଫୁଲବାଣୀ ପବ୍ଲିକ ସ୍କୁଲର ପିଲାମାନେ ଯମରାଜ ବେଶରେ ସହରର ମୁଖ୍ୟ ଛକରେ ସଚେତନ କରୁଛନ୍ତି। ନିୟମ ଅମାନ୍ୟକାରୀଙ୍କୁ ଗଦାରେ ମାରି ମୃତ୍ୟୁର ଭୟ ଦେଖାଇ ନେଇଯିବି ବୋଲି ତାଗିଦ କହୁଛନ୍ତି।

Body:ହେଲମେଟ ପିନ୍ଧିଥିବା ଲୋକଙ୍କୁ ଆଶୀର୍ବାଦ ଦେଉଛନ୍ତି ଏହି ପିଲାମାନେ। ଫୁଲବାଣୀ ଗୋପବନ୍ଧୁ ଛକରେ ଏମିତି ଲୋକଙ୍କୁ ମୃତ୍ୟୁର ଦେବତା ବେଶଧାରୀ ସ୍କୁଲ ଛାତ୍ର ମାନେ ସଚେତନ କରୁଛନ୍ତି। ଟାଉନ ପୋଲିସ ଓ ଟ୍ରାଫିକ ପୋଲିସ ମଧ୍ୟ ଏହି ନିଆରା ଅଭିଯାନରେ ସାମିଲ ହେଉଛନ୍ତି। ଟାଉନ ଥାନା ଅଧିକାରୀ ନରେଶ ଚନ୍ଦ୍ର ସାହୁ ଓ କର୍ମଚାରୀ ମିଶି ଏହି ନିଆରା ଅଭିଯାନରେ ସାମିଲ ହୋଇଥିଲେ।

Conclusion:ଏପରି ଅଭିଯାନ ଜାରି ରହିବ ଏବଂ ଆଗକୁ ଆଇନ ଉଲ୍ଲଘଂନକାରୀଙ୍କୁ ଧରପକଡ଼ ଜୋରଦାର କରାଯିବ ବୋଲି ପୋଲିସ ସୂଚନା ଦେଇଛି।
କନ୍ଧମାଳରୁ ସଦାଶିଵ ପାତ୍ର,ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.