ETV Bharat / state

ଷ୍ଟାପ ନର୍ସଙ୍କ ସନ୍ଦେହଜନକ ମୃତ୍ୟୁ, ଅଭିଯୁକ୍ତ ସ୍ବାମୀକୁ ଗିରଫ କରିବାକୁ ଦାବି - death of a staff nurse in kandhamal

କନ୍ଧମାଳରେ ଷ୍ଟାପ ନର୍ସଙ୍କ ସନ୍ଦେହଜନକ ମୃତ୍ୟୁ । କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ କାର୍ଯ୍ୟରତ ନର୍ସଙ୍କ ମୃତ୍ୟୁ ହୋଇଛି । ଏହାକୁ ନେଇ ଉତ୍ତେଜନା ଦେଖାଦେବା ସହ ତାଙ୍କ ସ୍ବାମୀଙ୍କୁ ଗିରଫ କରିବାକୁ ଦାବି ହୋଇଛି । ଅଧିକ ପଢନ୍ତୁ...

ଷ୍ଟାପ ନର୍ସଙ୍କ ସନ୍ଦେହଜନକ ମୃତ୍ୟୁ, ଅଭିଯୁକ୍ତ ସ୍ବାମୀକୁ ଗିରଫ କରିବାକୁ ଦାବି

author img

By

Published : Oct 23, 2020, 9:27 AM IST

ଫୁଲବାଣୀ: ଷ୍ଟାଫ ନର୍ସଙ୍କ ସନ୍ଦେହଜନକ ମୃତ୍ୟୁ । କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଷ୍ଟାଫ ନର୍ସ ମୌସୁମୀ ମିଶ୍ରଙ୍କର ସନ୍ଦେହ ଜନକ ମୃତ୍ୟୁ ହୋଇଛି । ଜି ଇ ଡି କଲୋନିରୁ ମେଡିକାଲ ଆଣିବା ବେଳେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ସେପଟେ ଏନେଇ ଶତାଧିକ ଷ୍ଟାପ ନର୍ସଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେବା ସହ ମୃତ ନର୍ସଙ୍କ ସ୍ବାମୀଙ୍କୁ ଗିରଫ କରିବାକୁ ଦାବି କରାଯାଇଛି ।

ଷ୍ଟାପ ନର୍ସଙ୍କ ସନ୍ଦେହଜନକ ମୃତ୍ୟୁ, ଅଭିଯୁକ୍ତ ସ୍ବାମୀକୁ ଗିରଫ କରିବାକୁ ଦାବି

ଢେଙ୍କାନାଳ ଜିଲ୍ଲା ବିହଳପ୍ରସାଦ ଗାଁର ମୌସୁମୀ ମିଶ୍ର ଫୁଲବାଣୀରେ ଜିଏନଏମ ତାଲିମ ପରେ 2018ରେ ରମାକାନ୍ତ ଦାସଙ୍କୁ ପ୍ରେମ ବିବାହ କରିଥିଲେ । ଉଭୟଙ୍କର ଗୋଟିଏ 11ମାସ 26 ଦିନର ଏକ କୁନି ଝିଅ ରହିଛି । ବୁଧବାର ରାତିରେ ନାଇଟ ଡ୍ୟୁଟି ପାଇଁ ବାହାରିବା ସମୟରେ ଘରେ କିଛି ଅଘଟଣ ହୋଇଥିଲା । ପ୍ରାୟ ରାତି ନଅଟାରେ ତାଙ୍କୁ ମେଡିକାଲ ଆଣିଥିବାବେଳେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।

ମୌସୁମୀଙ୍କ ନାକ ପାଟି କାନ ଓ ଅନ୍ୟ ସ୍ଥାନରୁ ରକ୍ତାକ୍ତ ହୋଇଥିବା ମୃତ ମୌସୁମୀଙ୍କ ସହକର୍ମୀମାନେ କହିଛନ୍ତି । ସେପଟେ ମୋସୁମୀଙ୍କ କେହି ପରିବାର ଲୋକ ନ ଆସିବାରୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଦୁଇ ଜଣିଆ ଡାକ୍ତରୀ ଟିମ ବ୍ୟବଚ୍ଛେଦ କରିଥିଲେ ।

ଘଟଣାରେ ପୋଲିସ ସଠିକ ତଦନ୍ତ କରୁନଥିବା ଅଭିଯୋଗ ଆଣି ଶତାଧିକ ଷ୍ଟାଫ ନର୍ସ ଏକାଠି ହୋଇଥିଲେ । ସଂଘର ଡାକରରେ ସମସ୍ତେ ମୃତ ଦେହକୁ ଧରି ଧାରଣା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଦୀର୍ଘ ସମୟ ଧରି ଧାରଣା ଦେବାରୁ ଏସ ଡି ପି ଓ ମହେନ୍ଦ୍ର ମୁର୍ମୁ ଓ ପୋଲିସ ବଳ ପହଞ୍ଚି ବୁଝାସୁଝା ପରେ ଧାରଣା ହଟିଥିଲା । ପୋଲିସ ସମ୍ପୃକ୍ତ ଅଭିଯୁକ୍ତ ସ୍ବାମୀକୁ ଥାନାରେ ଅଟକ ରଖିବା ସହ ଉଚିତ ତଦନ୍ତର ପ୍ରତିଶୃତି ଦେବା ପରେ ମୃତଦେହ ଗାଡି ଛାଡିଥିଲେ ଷ୍ଟାଫ ନର୍ସମାନେ ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.