ETV Bharat / state

ପୁଣି ଜଣେ ନାବାଳିକା ଛାତ୍ରୀ ଗର୍ଭବତୀ, ଅଭିଯୁକ୍ତ ଗିରଫ

author img

By

Published : Mar 1, 2021, 10:30 PM IST

କନ୍ଧମାଳ ଜିଲ୍ଲାରେ ପୁଣି ଗର୍ଭବତୀ ହେଲେ ନାବାଳିକା ଛାତ୍ରୀ ! ବାଲିଗୁଡ଼ା ଥାନା ଅଞ୍ଚଳର ଏକ ସ୍କୁଲ ହଷ୍ଟେଲରେ ରହୁଥିବା ଅନ୍ତେବାସୀ ହଷ୍ଟେଲକୁ ଆସିବା ପରେ ଏହି ଘଟଣା ପଦାକୁ ଆସିଛି । ଅଧିକ ପଢ଼ନ୍ତୁ...

ପୁଣି ଜଣେ ଛାତ୍ରୀ ଗର୍ଭବତୀ, ଅଭିଯୁକ୍ତ ଗିରଫ
ପୁଣି ଜଣେ ଛାତ୍ରୀ ଗର୍ଭବତୀ, ଅଭିଯୁକ୍ତ ଗିରଫ

ଫୁଲବାଣୀ : କନ୍ଧମାଳ ଜିଲ୍ଲାରେ ପୁଣି ଗର୍ଭବତୀ ହେଲେ ନାବାଳିକା ଛାତ୍ରୀ । ବାଲିଗୁଡ଼ା ଥାନା ଅଞ୍ଚଳର ଏକ ସ୍କୁଲ ହଷ୍ଟେଲରେ ରହୁଥିବା ଅନ୍ତେବାସୀ ହଷ୍ଟେଲକୁ ଆସିବା ପରେ ଏହି ଘଟଣା ପଦାକୁ ଆସିଛି। ଏହାକୁ ନେଇ ସ୍କୁଲ ପ୍ରଧାନ ଶିକ୍ଷକ ଥାନାରେ ମାମଲା ରୁଜୁ କରିଥିବା ସୂଚନା ମିଳିଛି।

ପୋଲିସ ମାମଲା ଆଧାରରେ ତଦନ୍ତ କରି ଜଣେ ଅଭିଯୁ୍କ୍ତଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି। ଜଣେ ଦଶମ ଶ୍ରେଣୀ ଛାତ୍ରୀ ଅସୁସ୍ଥ ହେବା ପରେ ସ୍କୁଲ ହଷ୍ଟେଲରେ ଥିବା ସ୍ବାସ୍ଥ୍ୟକର୍ମୀ ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ଏହାପରେ ଛାତ୍ରୀ ଜଣକ ଗର୍ଭବତୀ ଥିବା ଜଣା ପଡ଼ିଥିଲା। ଗର୍ଭବତୀ ସମ୍ପର୍କରେ ଜଣା ପଡ଼ିବା ପରେ ସଂପୃକ୍ତ ଛାତ୍ରୀଙ୍କୁ ମେଡ଼ିକାଲକୁ ନିଆଯାଇଥିଲା।

ଏହି ଘଟଣାରେ ଜଣେ ପରିବାର ସମ୍ପର୍କୀୟ ହିଁ ଅଭିଯୁକ୍ତ ବୋଲି ଜଣା ପଡ଼ିଥିଲା। ପୁଲିସ ମାମଲା ରୁଜୁ କରିବା ସହ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଜାମିନ ନାମଞ୍ଜୁର ହେବାରୁ ବାଲିଗୁଡ଼ା ଅଭିଯୁକ୍ତକୁ ଜେଲ ହାଜତକୁ ପଠାଇ ଦିଆଯାଇଛି। ପୀଡ଼ିତାଙ୍କୁ CWC ରେ ହାଜିର କରିବା ପରେ ତାଙ୍କୁ ତାଙ୍କ ପରିବାର ପାଖକୁ ପଠାଇ ଦିଆଯାଇଛି।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.