ETV Bharat / state

ସୁଡ୍ରା ଜଙ୍ଗଲରେ କୁମ୍ବିଂ ଅପରେସନ ବେଳେ ମାଓ କ୍ୟାମ୍ପ୍‌ ଠାବ, ମାଓବାଦୀ ଫେରାର

author img

By

Published : Jul 19, 2022, 5:03 PM IST

କନ୍ଧମାଳ ଜିଲ୍ଲାରେ ପୁଣି ମାଓବାଦୀ ସକ୍ରିୟ ହୋଇଛନ୍ତି । ବାଲିଗୁଡା ଥାନା ସୁଡ୍ରା ପଞ୍ଚାୟତ ଜଙ୍ଗଲରେ ମିଳିତ କୁମ୍ବିଂ ଅପରେସନ ବଳେ ଏକ ମାଓ କ୍ୟାମ୍ପକୁ ଠାବ କରିଛନ୍ତି ସୁରକ୍ଷାକର୍ମୀ । ଅଧିକ ପଢ଼ନ୍ତୁ

ସୁଡ୍ରା ଜଙ୍ଗଲରେ କୁମ୍ବିଂ ଅପରେସନ ବେଳେ ମାଓ କ୍ୟାମ୍ପ୍‌ ଠାବ, ମାଓବାଦୀ ଫେରାର
ସୁଡ୍ରା ଜଙ୍ଗଲରେ କୁମ୍ବିଂ ଅପରେସନ ବେଳେ ମାଓ କ୍ୟାମ୍ପ୍‌ ଠାବ, ମାଓବାଦୀ ଫେରାର

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ପୁଣି ମାଓବାଦୀ ସକ୍ରିୟ ହୋଇଛନ୍ତି । ବାଲିଗୁଡା ଥାନା ସୁଡ୍ରା ପଞ୍ଚାୟତ ଜଙ୍ଗଲରେ ମିଳିତ କୁମ୍ବିଂ ଅପରେସନ ବଳେ ଏକ ମାଓ କ୍ୟାମ୍ପକୁ ଠାବ କରିଛନ୍ତି ସୁରକ୍ଷାକର୍ମୀ । ଏହି ଜଙ୍ଗଲରେ କିଛି ମାଓବାଦୀ କ୍ୟାମ୍ପ ପକାଇଥିବା ନେଇ ଖବର ପାଇଥିଲେ ସୁରକ୍ଷା କର୍ମୀ । ଏହାପରେ ଏଠାରେ ଲଗାତାର କୁମ୍ବିଂ ଅପରେସନ ଜାରି ରହିଛି ।

କ୍ୟାମ୍ପ ଠାବ ହେବାପରେ ମାଓବାଦୀ ପୁଣିଥରେ ସଂଗଠନକୁ ସଜାଡିବା ପାଇଁ ସକ୍ରିୟ ହୋଇ ଉଠିଥିବା ଅନୁମାନ କରାଯାଉଛି । ଠାବ ହୋଇଥିବା କ୍ୟାମ୍ପରେ ୧୦ରୁ ୧୨ ଜଣ ମାଓବାଦୀ ରହିଥିବା ନେଇ ସୂଚନା ମିଳିଥିଲା । ଜୁଲାଇ ୧୪ ତାରିଖରେ ସୁ଼ଡ୍ରା ଜଙ୍ଗଲରେ ମାଓବାଦୀ ଡେରା ପକାଇଥିବା ଖବର ପାଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ ସୁରକ୍ଷାକର୍ମୀ । ଜୁଲାଇ ୧୭ ତାରିଖରେ ମାଓବାଦୀଙ୍କ କ୍ୟାମ୍ପ ଠାବ ହେବାପରେ ଆରମ୍ଭ ହୋଇଥିଲା କୁମ୍ବିଂ ଅପରେସନ । ତେବେ ସୁରକ୍ଷାକର୍ମୀ କ୍ୟାମ୍ପ ନିକଟରେ ପହଞ୍ଚିବା ପୂର୍ବରୁ ସେଠାରୁ ଛତ୍ରଭଙ୍ଗ ଦେଇଥିଲେ ମାଓବାଦୀ ।

ପୋଲିସ କ୍ୟାମ୍ପରୁ ବିପୁଳ ପରିମାଣରେ ମାଓବାଦୀ ବ୍ୟବହାର କରୁଥିବା ସାମଗ୍ରୀ ରହିଛି । ଏହି କ୍ୟାମ୍ପ KKBN ଡିଭିଜନ୍‌ର ହୋଇଥାଇ ପାରେ ବୋଲି କହିଛି ପୋଲିସ । ଜବତ ହୋଇଥିବା ମାଓ ସାମଗ୍ରୀ ମଧ୍ୟରେ ମେଡିସିନ୍, ପୋଷାକ , ଛୁରୀ, ଟାଙ୍ଗିଆ ,ଟିଫିନ, ଆଲୁମିନିଅମ ହାଣ୍ଡି , ପାଲ ଆଦି ସାମିଲ ରହିଛି । ସୁଡ୍ରା ପଞ୍ଚାୟତ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ମିଳିତ କୁମ୍ବିଂ ଅପରେସନ ଜାରି ରହିଛି । ଏହାକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କନ୍ଧମାଳ ଏସ୍‌ପି । ଏହି ଅବସରରେ ହିଂସା ଛାଡି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ଆହ୍ବାନ ଦେଇଛନ୍ତି ଏସପି ଭିନୀତ ଅଗ୍ରୱାଲ ।

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.