ETV Bharat / state

Cannabis Seized: 4 କ୍ବିଣ୍ଟାଲରୁ ଊର୍ଦ୍ଧ୍ବ ଗଞ୍ଜେଇ ଜବତ, ଜଣେ ଗିରଫ - ଗଞ୍ଜେଇ ଜବତ କନ୍ଧମାଳ

କନ୍ଧମାଳରୁ 4 କ୍ବିଣ୍ଟାଲରୁ ଊର୍ଦ୍ଧ୍ବ ଗଞ୍ଜେଇ ଜବତ । ଜଣେ ଗିରଫ, ଫେରାର୍ 3 ଜଣଙ୍କୁ ଖୋଜୁଛି ପୋଲିସ । ଅଧିକ ପଢନ୍ତୁ

Cannabis Seized: 4 କ୍ବିଣ୍ଟାଲରୁ ଊର୍ଦ୍ଧ୍ବ ଗଞ୍ଜେଇ ଜବତ, ଜଣେ ଗିରଫ

author img

By

Published : Dec 8, 2021, 3:11 PM IST

ଫୁଲବାଣୀ: ମାଓ ଇଲାକାରେ ପୋଲିସକୁ ବଡ଼ ସଫଳତା । ଗଞ୍ଜେଇ ଚୋରାଚାଲାଣ ପାଇଁ ସଜବାଜ ସମୟରେ ମାଡ଼ିବସିଲା ପୋଲିସ୍ । 4 କ୍ବିଣ୍ଟାଲରୁ ଊର୍ଦ୍ଧ୍ବ ଗଞ୍ଜେଇ ଜବତ(Cannabis Seized) ହୋଇଥିବାବେଳେ ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ ।

Cannabis Seized: 4 କ୍ବିଣ୍ଟାଲରୁ ଊର୍ଦ୍ଧ୍ବ ଗଞ୍ଜେଇ ଜବତ, ଜଣେ ଗିରଫ

କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ସଲାଗୁଡ଼ା ନିକଟ ଜଙ୍ଗଲରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି । ଘଟଣାସ୍ଥଳରୁ ଜଣକୁ ପୋଲିସ ଗିରଫ କରିବାରେ ସକ୍ଷମ ହୋଇଥିବାବେଳେ ଅନ୍ୟ ତିନିଜଣ ଫେରାର୍ ହୋଇଯାଇଛନ୍ତି । ସୂଚନା ଅନୁସାରେ ବାଲିଗୁଡ଼ା ଥାନା ତେର୍ଜାକିଆ-ସଲାଗୁଡ଼ା ଜଙ୍ଗଲରେ ବିପୁଳ ପରିମାଣର ଗଞ୍ଜେଇ ରଖାଯାଇଥିବା ସହ ସେଠାରୁ ଫୁଲବାଣୀକୁ ଚୋରାଚାଲାଣ ପାଇଁ ସଜବାଜ ଚାଲିଥିବା ବିଶ୍ବସ୍ତ ସୂତ୍ରରୁ ଖବର ପାଇଥିଲା ବାଲିଗୁଡ଼ା ପୋଲିସ୍ ।

ଥାନା ଅଧିକାରୀ ବାବାଶଙ୍କର ସରାଫ୍ ଏକ ସ୍ବତନ୍ତ୍ର ଟିମ୍ ଗଠନ କରି ଘଟଣାସ୍ଥଳରେ ଅଚାନକ ଚଢ଼ାଉ କରିଥିଲେ । ଘଟଣାସ୍ଥଳରୁ ୪୫୯ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ କରିଛି ପୋଲିସ୍ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପାଖାପାଖି ୨୩ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ଅନ୍ୟପଟେ ଗିରଫ ଅଭିଯୁକ୍ତ ଜଣକ ସଲାଗୁଡ଼ା ଗ୍ରାମର ମନୋଜ କହଁର ବୋଲି ଜଣାପଡ଼ିଛି । ଫେରାର୍ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ ।

କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.