ETV Bharat / state

National Lok Adalat: କନ୍ଧମାଳରେ ୩୫ଟି ମାମଲାର ହେଲା ଫଇସଲା - କନ୍ଧମାଳ ଖବର

ରାଷ୍ଟ୍ରୀୟ ଲୋକ ଅଦାଲତରେ (National Loka Adalat) ଫଇସଲା ହେଲା ୩୫ ଗୋଟି ଫୌଜଦାରୀ ଓ ଦେୱାନୀ ମାମଲା । ନ୍ୟାୟାଳୟମାନଙ୍କରେ ଦୀର୍ଘ ଧରି ବିଚାରାଧୀନ ଥିବା ବା ପ୍ରାକ୍ ମକଦ୍ଦମା ସ୍ତରୀୟ ସାମାଧାନ ଯୋଗ୍ୟ ବିଭିନ୍ନ ଛୋଟ ଛୋଟ ମାମଲା ଗୁଡ଼ିକର ଫଇସଲା କରାଯାଇଛି । ଅଧିକ ପଢନ୍ତୁ

ରାଷ୍ଟ୍ରୀୟ ଲୋକ ଅଦାଲତରେ ୩୫ଟି ମାମଲା ଫଇସଲା
ରାଷ୍ଟ୍ରୀୟ ଲୋକ ଅଦାଲତରେ ୩୫ଟି ମାମଲା ଫଇସଲା
author img

By

Published : Dec 12, 2021, 8:31 AM IST

ଫୁଲବାଣୀ: ରାଷ୍ଟ୍ରୀୟ ଲୋକ ଅଦାଲତରେ (National Lok Adalat) ଫଇସଲା ହେଲା ୩୫ ଗୋଟି ଫୌଜଦାରୀ ଓ ଦେୱାନୀ ମାମଲା । ନ୍ୟାୟାଳୟମାନଙ୍କରେ ଦୀର୍ଘ ଧରି ବିଚାରାଧୀନ ଥିବା ବା ପ୍ରାକ୍ ମକଦ୍ଦମା ସ୍ତରୀୟ ସାମାଧାନ ଯୋଗ୍ୟ ବିଭିନ୍ନ ଛୋଟ ଛୋଟ ମାମଲା ଗୁଡ଼ିକର ଫଇସଲା କରାଯାଇଛି । ବିଚାରାଧୀନ ମାମଲା ପରିମାଣ ହ୍ରାସ କରିବା ସହିତ ଏକ ବିକଳ୍ପ ନ୍ୟାୟିକ ପନ୍ଥା ମାଧ୍ୟମରେ ଜନସାଧାରଣଙ୍କୁ ତ୍ବରିତ ନ୍ୟାୟ ପ୍ରଦାନ କରିବା ଲକ୍ଷ୍ୟ ନେଇ ଶନିବାର ସମସ୍ତ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି ।

ରାଷ୍ଟ୍ରୀୟ ଲୋକ ଅଦାଲତରେ ୩୫ଟି ମାମଲା ଫଇସଲା

ଏହି କ୍ରମରେ କନ୍ଧମାଳ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ମଧ୍ୟ ଜିଲ୍ଲା ଦୌରା ଜଜ୍ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ନ୍ୟାୟିକ ପଦ୍ଧତି ମାଧ୍ୟମରେ ଫଇସଲା ଉଦ୍ଦେଶ୍ୟରେ ଫୌଜଦାରୀ ଓ ଦେୱାନୀ, ମୋଟର ଦୁର୍ଘଟଣା ଜନିତ କ୍ଷତି ପୂରଣ, ପାରିବାରିକ ଓ ବୈବାହିକ ବିବାଦ ସମ୍ବନ୍ଧୀୟ ବିଭିନ୍ନ ମାମଲା ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ଆଗତ କରାଯାଇଥିଲା । ଜିଲ୍ଲା ଜଜ୍ ତଥା- ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକଙ୍କ ଠାରୁ ପ୍ରାପ୍ତ ତଥ୍ୟ ଅନୁଶାରେ ୪୧ ଗୋଟି ଅର୍ଥ ଅସୁଲି ମାମଲାରେ ୯ଲକ୍ଷ ୯୮ହଜାର ୬୨୦ଟଙ୍କା ଆଦାୟ କରାଯାଇଥିବାବେଳେ ୩୫ ଗୋଟି ଫୌଜଦାରୀ ଓ ଦେୱାନୀ ମାମଲା ଫଇସଲା କରାଯାଇଛି । ଏଥିରେ ୨ଲକ୍ଷ ୭୩ ହଜାର ୩୭୨ ଟଙ୍କା ଆଦାୟ ହୋଇଛି ।

ସେହିପରି ଦୀର୍ଘ ଦିନ ଧରି ବିଚାରାଧୀନ ଥିବା ମାମଲା ଗୁଡ଼ିକ ମଧ୍ୟରୁ ୬୨ଟି ମାମଲାର ବିଚାର କରାଯାଇ ମୋଟ ୩୬ ଲକ୍ଷ ୫୭ ହଜାର ୨୬୬ ଟଙ୍କା ଆଦାୟ ହୋଇପାରିଛି ସେଥି ମଧ୍ୟରୁ ଚେକ୍‌ ବାଉନ୍ସ ମାମଲା ବିଚାର କରାଯାଇ ୩୯ ହଜାର ଟଙ୍କା, ୭ଟି ଅର୍ଥ ଅସୁଲି ମାମଲାରେ ୭ଲକ୍ଷ ୪୨ହଜାର ୨୬୬ ଟଙ୍କା, ୯ଟି ମୋଟର ଯାନ ଦୁର୍ଘଟଣା ଜନିତ କ୍ଷତି ପୂରଣ ମାମଲାରେ ୨୮ଲକ୍ଷ ୨୫ହଜାର ଟଙ୍କା, ୮ଟି ବୈବାହିକ ବିବାଦ ମାମଲାରେ ୫୦ହଜାର ଟଙ୍କା ଆଦାୟ ହୋଇଛି । ଏହା ବ୍ୟତିତ ୩୫ ଗୋଟି ଛୋଟ ଛୋଟ ମାମଲା ମଧ୍ୟ ଫଇସଲା ହୋଇଛି ।

କନ୍ଧମାଳରୁ ସଞ୍ଜୟ ପାତ୍ର,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.