ETV Bharat / state

କନ୍ଧମାଳରେ ଜୋରଦାର ପ୍ରଚାର, ଭୋଟ୍ ମାଗିଲେ ଓଲିଉଡ୍‌ ଷ୍ଟାର - ଜୋରଦାର ପ୍ରଚାର

ଆଜି ସରୁଛି ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନର ପ୍ରଚାର। କନ୍ଧମାଳରେ ବିଜେଡି ପାଇଁ ଭୋଟ୍ ମାଗିଲେ ଓଲିଉଡ ଷ୍ଟାର । ସେପଟେ ରାଲି କରି ଲୋକଙ୍କ ପାଖକୁ ଯାଇ ଭୋଟ୍ ମାଗିଲେ କଂଗ୍ରେସ ଓ ବିଜେପି ପ୍ରାର୍ଥୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ
author img

By

Published : Apr 16, 2019, 3:29 PM IST

ଫୁଲବାଣୀ: ଆଉ ଦିନକ ପରେ ଅର୍ଥାତ ଆସନ୍ତା 18 ତାରିଖରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ। ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି(ମଙ୍ଗଳବାର) ସରୁଛି ପ୍ରଚାର। ଭୋଟରଙ୍କ ମନ ଜିଣିବା ପାଇଁ ଡୋର-ଟୁ-ଡୋର କ୍ୟାମ୍ପେନ ସାଙ୍ଗକୁ ରାଲି, ସଭା କରି ନିଜ ସପକ୍ଷରେ ଭୋଟ ହାତେଇବାକୁ ଲାଗି ପଡିଛନ୍ତି ନେତା। ପ୍ରଚାରରେ ଶେଷ ଦିନ ପରେ କନ୍ଧମାଳରେ ଜୋରଦାର ପ୍ରଚାର ଦେଖିବାକୁ ମିଳିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ

ପ୍ରଚଣ୍ଡ ଖରାକୁ ଖାତିର୍ ନ କରି ବିଜେଡି, ବିଜେପି ଓ କଂଗ୍ରେସର ଉଭୟ ଲୋକସଭା ଓ ବିଧାନ ସଭା ପ୍ରାର୍ଥୀ ଦ୍ବାର ଦ୍ବାର ବୁଲି ଭୋଟ୍ ଭିକ୍ଷା କରୁଛନ୍ତି । ବିଜେଡି ପ୍ରାର୍ଥୀ ଅଚ୍ୟୁତ ସାମନ୍ତ, କଂଗ୍ରେସ ପ୍ରାର୍ଥୀ ମନୋଜ ଆଚାର୍ଯ୍ୟ ଓ ବିଜେପି ପ୍ରାର୍ଥୀ ଖାରବେଳ ସ୍ବାଇଁ ଶେଷ ଚେଷ୍ଟାରେ ଲାଗିଛନ୍ତି । ବିଜେଡି ପ୍ରାର୍ଥୀ ଅଚ୍ୟୁତ ସାମନ୍ତ କିଛି କିଛି ଛୋଟ ଛୋଟ ସଂଗଠନ,ଗୋଷ୍ଠୀ,ସଂଘ ଓ ଜାତି ଭିତ୍ତିକ ସମାଜର କର୍ମକର୍ତ୍ତା ଓ ସଭ୍ୟଙ୍କୁ ଭେଟି ଭୋଟ୍ ଦେବାକୁ ଅନୁରୋଧ କରୁଛନ୍ତି । ଅନ୍ୟପଟେ ବିଜେପି ପ୍ରାର୍ଥୀ ବ୍ୟବସାୟୀ ସଂଘ ଓ ଅନ୍ୟାନ୍ୟ ସଂଘ ସହିତ ମିଶି ଆଲୋଚନା କରୁଥିବା ବେଳେ କଂଗ୍ରେସ ପ୍ରାର୍ଥୀ ସହରରେ ଶୋଭାଯାତ୍ରା କରି ଲୋକଙ୍କୁ ଭୋଟ ମାଗିଛନ୍ତି ।

ସେହିପରି ପ୍ରଚାରର ଶେଷ ଦିନରେ ବିଜେଡି ସିନେ ଷ୍ଟାରଙ୍କୁ ପ୍ରଚାର ମଇଦାନକୁ ଓହ୍ଲାଇଥିବା ଦେଖିବାକୁ ମିଳିଥିଲା । ବିଜେଡି ପାଇଁ ଅଭିନେତା ସବ୍ଯସାଚ୍ଚୀ ଓ ଅଭିନେତ୍ରୀ ଅର୍ଚ୍ଚିତା ଫୁଲବାଣୀରେ ରୋଡ୍ ସୋ’ କରି ଭୋଟ୍‌ ମାଗିଥିଲେ ।

କନ୍ଧମାଳରୁ ସଦାଶିବ ମହାପାତ୍ର, ଇଟିଭି ଭାରତ

Intro:ମୟୁରଭଞ୍ଜ ଜିଲ୍ଲାରେ ଚର୍ତୁଥ ପର୍ଯ୍ୟାୟ ହେବ ନିର୍ବାଚନ।ନିର୍ବାଚନ ପାଇଁ ସବୁଠି ରାଜନୀତି ସରଗରମ ।ଚା ଖଟିରୁ ଆରମ୍ଭ କରି ଗାଁ ଗହଳି ସବୁଠି ନିର୍ଵାଚନୀ ମାହଲ । ଏଇ ନିର୍ବାଚନି ମାହଲ ରେ ଇ ଟି ଭି ଭାରତ ଭୋଟର ଙ୍କ ମୁଡ଼ ପରଖି ବା ପାଇଁ ପହଂଚିଛି ଭୋଟର ଙ୍କ ନିକଟରେ। ମୟୁରଭଞ୍ଜ ଜିଲ୍ଲା 18 ନମ୍ବର ଜାତୀୟ ରାଜପଥ ରେ ଥିବା ଦନ୍ତୀଆମୁହାଁ ଛକରେ ଥିବା ଚା ଖଟିରେ ପହଞ୍ଚି ଭୋଟର ଙ୍କ ଆଲୋଚନା କରିଛୁ। ମୟୁରଭଞ୍ଜ ଜିଲ୍ଲା ମୋରଡ଼ା, ବାରିପଦା ଓ ବଡ଼ସାହି ନିର୍ବାଚନ କୁ ସଂଯୋଗ କରେ ଏଇ 18 ନମ୍ବର ଜତୀୟ ରାଜପଥ ରେ ଥିବା ଦାନ୍ତିଆ ମୁହାଁ ଛକ। ଆସନ୍ତୁ ଶୁଣିବା କଣ କହୁଛନ୍ତି ଭୋଟର।

Body:ଆସନ୍ତୁ ଶୁଣିବା କଣ କହୁଛନ୍ତି ଭୋଟର।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.