ETV Bharat / state

ଭାରସାମ୍ୟ ହରାଇ ଘାଟିରେ ଓଲଟିଲା ଅଟୋ:୨ ମହିଳା ମୃତ, ୫ ଆହତ - auto overturns near ranipathara ghati

କନ୍ଧମାଳ ଜିଲା ସୀମାନ୍ତ ୧୫୭ ନଂ ଜାତୀୟ ରାଜପଥର ରାଣୀପଥର ଘାଟିରେ ଗତକାଲି (ମଙ୍ଗଳବାର) ଏକ ଅଟୋ ରିକ୍ସା ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ଥିବା ଦୁଇ ଜଣ ମହିଳାଙ୍କ ମୃତ୍ୟୁ ଘଟିଥିବାବେଳେ ୫ ଜଣ ଆହତ ହୋଇଛନ୍ତି । ଅଧିକ ପଢ଼ନ୍ତୁ

severe road accident in kandhamal
ଭାରସାମ୍ୟ ହରାଇ ଘାଟିରେ ଓଲଟିଲା ଅଟୋ: ୨ ମୃତ, ୫ ଆହତ
author img

By

Published : Jun 1, 2022, 2:22 PM IST

ଫୁଲବାଣୀ: କନ୍ଧମାଳ ଜିଲା ସୀମାନ୍ତ ୧୫୭ ନଂ ଜାତୀୟ ରାଜପଥର ରାଣୀପଥର ଘାଟିରେ ଗତକାଲି (ମଙ୍ଗଳବାର) ଏକ ଅଟୋ ରିକ୍ସା ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ଥିବା ଦୁଇ ଜଣ ମହିଳାଙ୍କ ମୃତ୍ୟୁ ଘଟିଥିବାବେଳେ ୫ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ପୁରୁଣା କଟକ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

ମୃତକ ହେଲେ ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ ଲୋକାପଡା ଗ୍ରାମର ଗୁରୁବାରୀ ମାଝୀ ଓ ବାଘଛେପ୍ରା ଗ୍ରାମର କୁମାରୀ କହଁର । ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ଲୋକପଡା ବନ୍ତିଝୋଲି ଓ ବାଘଛେପ୍ରା ଗ୍ରାମର ୮ ଜଣ ମିଶି ଅଟୋ ଯୋଗେ କନ୍ଧମାଳ ଜିଲ୍ଲା ଭେଟଖୋଲ ଗ୍ରାମକୁ ଏକ ପୂଜା କାର୍ଯ୍ୟରେ ଯୋଗ ଦେବା ପାଇଁ ଆସିଥିଲେ । ସେଠାରୁ କାମ ସାରି ଫେରୁଥିବା ବେଳେ ଘାଟି ଉପରେ ଭାରସାମ୍ୟ ହରାଇ ଗାଡିଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଫଳରେ ସେଥିରେ ଥିବା ୭ ଜଣ ଗୁରୁତର ହୋଇଥିଲେ ।

ଖବର ପାଇ ଚାରିଛକରୁ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ପୁରଣା କଟକ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ଚିକିତ୍ସିତ ଅବସ୍ଥାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି । ଅନ୍ୟ ଆହତମାନେ ଚିକିତ୍ସିତ ହେଉଛନ୍ତି । ପୋଲିସ ଘଟଣାସ୍ଥଳରେ ପୋଲିସ ପହଞ୍ଚି ପରିସ୍ଥିତିର ଅନୁଧ୍ୟାନ କରୁଛି ।

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.