ଫୁଲବାଣୀ: କନ୍ଧମାଳ ଜିଲ୍ଲା ବିଶିପଡ଼ା ପଞ୍ଚାୟତ ଅନ୍ତର୍ଗତ ମାଝିପଦର ଗ୍ରାମର ଦେହୁରୀ ସାହିରେ ବଜ୍ରପାତ ହୋଇ ୮ଟି ଗାଈ ଓ ୩ଟି ବଳଦ ମୃତ୍ୟୁବରଣ କରିଛନ୍ତି । ସୂଚନା ଅନୁଯାୟୀ, ଗାଁର ଗୋରୁଦଳ ନିକଟସ୍ଥ ପଡିଆକୁ ଚରିବା ପାଇଁ ଯାଇଥିଲେ । ଦିନ ଗୋଟାଏରୁ ଦୁଇଟା ମଧ୍ୟରେ ପ୍ରବଳ ବର୍ଷା ହେବାରୁ ଏହି ଗୋରୁଦଳ ଏକ ଗଛ ତଳେ ଆଶ୍ରୟ ନେଇଥିଲେ ।
ଏହି ସମୟରେ ବଜ୍ରପାତ ହେବାରୁ ଘଟଣା ସ୍ଥଳରେ ୧୧ଟି ଗୋରୁଗାଈ ମୃତ୍ୟୁବରଣ କରିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ, ମୃତ ଗୋରୁଙ୍କ ମଧ୍ୟରେ ରଣ ସିଂ ବେହେରା, ସୁଶାନ୍ତ କୁମାର ବେହେରା, ନାମିତ ବେହେରା, ସୁବାଷ ବେହେରା, ଆଶା ବେହେରା, ହର ବେହେରା, ଶ୍ରୀବନ୍ତ ବେହେରା ଓ ନିରଞ୍ଜନ ମଲ୍ଲିକଙ୍କ ଗୋଟିଏ ଲେଖାଏଁ ବଳଦ ରହିଛି । ସେହିପରି ପଦ୍ମଚରଣ ବେହେରା, କିଶୋର ଚନ୍ଦ୍ର ଦିଗାଲଙ୍କ ଗୋଟିଏ ଲେଖାଏଁ ଗାଈ ଥିଲା ।
ତେବେ ଏହି ଘଟଣା ପରେ ସ୍ଥାନୀୟ ରାଜସ୍ବ ନୀରିକ୍ଷକ ଘଟଣାସ୍ଥଳକୁ ଯାଇଥିଲେ । ସେଠାରେ ସ୍ଥିତି ଅନୁଧ୍ୟାନ କରିବା ସହ କ୍ଷତିଗ୍ରସ୍ତ ଗୋପାଳକ ମାନଙ୍କୁ ସହାୟତା ଯୋଗାଇଦେବାକୁ ପଦକ୍ଷେପ ଆରମ୍ଭ କରିଛନ୍ତି ।
ଇଟିଭି ଭାରତ, କନ୍ଧମାଳ