ETV Bharat / state

ଗଛରେ ପିଟି ହେଲା ବାଇକ: ଚାଳକ ମୃତ, 2 ଗୁରୁତର

author img

By

Published : Mar 29, 2021, 10:55 PM IST

କନ୍ଧମାଳ ଗୁଦାରୀ ଠାରେ ସଡକ ଦୁର୍ଘଟଣା । ଗଛକୁ ବାଇକ ପିଟିବା ପରେ ଜଣଙ୍କ ମୃତ୍ୟୁ ହୋଇଥିଲା ବେଳେ 2 ଜଣ ଗୁରୁତର ଆହତ ହୋଇଛନ୍ତି । ଅଧିକ ପଢନ୍ତୁ..

ଗଛକୁ ପିଟିଲା ବାଇକ:  ଚାଳକ ମୃତ, 2 ଗୁରୁତର
ଗଛକୁ ପିଟିଲା ବାଇକ: ଚାଳକ ମୃତ, 2 ଗୁରୁତର

ଫୁଲବାଣୀ: କନ୍ଧମାଳ ଖଜୁରୀପଡ଼ା ଥାନା ଅନ୍ତର୍ଗତ ଗୁଦାରୀ ଠାରେ ଘଟିଛି ଦୁର୍ଘଟଣା। ଗଛକୁ ପିଟିଲା ବାଇକ୍। ଦୁର୍ଘଟଣାରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ଦମକଳ ବାହିନୀ ଲୋକଙ୍କ ସହାୟତାରେ ଉଦ୍ଧାର କରି ପ୍ରଥମେ ଫୁଲବାଣୀ ଜିଲ୍ଲା ମେଡିକାଲ୍ ଏବଂ ପରେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ଫୁଲବାଣୀରୁ ଗୁଦାରି ପଟକୁ ବାଇକରେ ୩ ଜଣ ବସି ଦ୍ରୁତ ଗତିରେ ଯାଉଥିଲେ। ଭାରସାମ୍ୟ ହରାଇ ରାସ୍ତା କଡ ଗଛ ରେ ପିଟି ହୋଇଥିଲା ବାଇକ୍। ଅତି ଗୁରୁତର ଅବସ୍ଥାରେ ୩ଜଣଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଦମକଳ ବାହିନୀ ଉଦ୍ଧାର କରି ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। ସେଠାରେ ଫୁଲବାଣୀ ଗୋପାଳ ସାହିର କୁଷ କୁଦେଇ (୨୮)ର ମୃତ୍ୟୁ ହୋଇଛି। ବାଇକରେ ଥିବା ଏହି ସାହିର ଅନ୍ୟ ଦୁଇ ଜଣ ଅଶୋକ ଷଣ୍ଢ ଓ ରାକେଶ ପାତ୍ର ଅତି ଗୁରୁତର ଥିବାରୁ ବ୍ରହ୍ମପୁର ବଡ଼ ମେଡିକାଲ୍ ସ୍ଥାନାନ୍ତର କରାଯାଇଛି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.