ETV Bharat / state

ନୂଆଁଖାଇରେ ସଡକ ଦୁର୍ଘଟଣା, ଯୁବକ ମୃତ - କଳାହାଣ୍ଡିରେ ସଡକ ଦୁର୍ଘଟଣା

କଳାହାଣ୍ଡି ଜିଲ୍ଲାରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । କାର ଓ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ଜଣକ ମୃତ୍ୟ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଥିବା ଜଣାପଡିଛି । ଅଧିକ ପଢନ୍ତୁ

ନୂଆଁଖାଇରେ ମର୍ମନ୍ତୁଦ ସଡକ ଦୁର୍ଘଟଣା,ଯୁବକ ମୃତ

author img

By

Published : Sep 2, 2022, 10:25 PM IST

ଭବାନୀପାଟଣା: ଚାରିଆଡେ ଜମିଛି ନାଚଗୀତ ସହ ଉତ୍ସାହର ମାହୋଲ । ନୂଆଁଖାଇ ପରେ ଆଜି ସମଗ୍ର ପଶ୍ଚିମ ଓଡିଶାର ପାଳିତ ହେଉଛି ଭେଟଘାଟ। ସମସ୍ତେ ଏହି ପର୍ବ ପାଳନରେ ମସଗୁଲ ଥିବା ବେଳେ କଳାହାଣ୍ଡି ଜିଲ୍ଲାରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । କାର ଓ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ଜଣକ ମୃତ୍ୟ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଥିବା ଜଣାପଡିଛି।

ସୂଚନା ଅନୁଯାୟୀ, ଜିଲ୍ଲାର ଭବାନୀପାଟଣା ସହରର ଛୁନୁ ବିଶି ଜୁନାଗଡ଼କୁ କୌଣସି କାମରେ ଯାଇ ଭବାନୀପାଟଣାକୁ ବାଇକ ଯୋଗେ ଫେରିବା ସମୟରେ ବାଦଳି ଛକ ଠାରେ ସାମ୍ନା ପଟୁ ଆସୁଥିବା ଏକ କାର ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଏନେଇ ଘଟଣା ସ୍ଥଳରେ ହିଁ ଛୁନୁ ବିଶିଙ୍କ ମୃତ୍ୟୁ ହୋଇଥିଲା। ଏଥିସହ କାର ଚାଳକ ଜଣକ ଗୁରୁତର ଆହତ ହୋଇଥିବା ଜଣାପଡିଛି।ତେବେ ଖବର ପାଇ ଘଟଣା ସ୍ଥଳରେ ସଦର ଥାନା ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଗୁରୁତର ବ୍ୟକ୍ତି ଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। ଏଥି ସହ ମୃତଦେହ ବ୍ୟବଚ୍ଛେଦ ପରେ ପୋଲିସ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି।

ସୂଚନା ଥାଉକି,ଜୁନାଗଡ ସହରରେ ମାନସ ନାମକ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଫଳରେ ଚିକିତ୍ସାଧୀନ ଅବସ୍ଥାରେ ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଛି । ଯୁବକଙ୍କ ମୃତ୍ୟୁକୁ ନେଇ କାରଣ ସ୍ପଷ୍ଟ ହୋଇ ନଥିବା ବେଳେ ପରିବାର ଲୋକ ଏହାକୁ ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଅଭିଯୋଗ ଆଣିଛନ୍ତି । ମାନସ ଓ ତାଙ୍କର ଜଣେ ବାଇକରେ ଜୁନାଗଡ଼ ସହରରୁ ଘରକୁ ଫେରୁଥିବାବେଳେ ନୂଆ ବସଷ୍ଟାଣ୍ଡ ନିକଟରେ ଅନ୍ୟ ଏକ ବାଇକ ତାଙ୍କୁ ଧକ୍କା ଦେଇଥିଲା । ଏହି ସମୟରେ ଅନ୍ୟ ବାଇକରେ ବସିଥିବା ଯୁବକ ମାନେ ଉତ୍ୟକ୍ତ ହୋଇ ମାନସକୁ ମରଣାନ୍ତକ ଆକ୍ରମଣ କରିଥିଲେ । ଏଥିରେ ମାନସ ଗୁରୁତର ହୋଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଜୁନାଗଡ଼ ସରକାରୀ ଡାକ୍ତରଖାନା ଓ ପରେ ରାୟପୁରଙ୍କୁ ନିଆଯାଉଥିବାବେଳେ ବାଟରେ ତାଙ୍କର ମୃତ୍ୟୁ ହୋଇଛି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.