ETV Bharat / state

ପୋଲତଳୁ ମିଳିଲା ଯୁବକଙ୍କ ହାତ ଗୋଡ଼ ବନ୍ଧା ମୃତଦେହ - ହାତୀ ନଦୀ ପୋଲ ତଳୁ ହାତଗୋଡ଼ ବନ୍ଧା ମୃତଦେହ ଉଦ୍ଧାର

ପୋଲ ତଳୁ ମିଳିଲା ହାତଗୋଡ଼ ବନ୍ଧା ମୃତଦେହ । ହାତୀ ନଦୀ ପୋଲ ତଳୁ ହାତଗୋଡ଼ ବନ୍ଧା ମୃତଦେହ ଉଦ୍ଧାର କରିଛି । ଅଧିକ ପଢ଼ନ୍ତୁ

ପୋଲ ତଳୁ ମିଳିଲା ହାତଗୋଡ଼ ବନ୍ଧା ମୃତଦେହ
ପୋଲ ତଳୁ ମିଳିଲା ହାତଗୋଡ଼ ବନ୍ଧା ମୃତଦେହ
author img

By

Published : Nov 7, 2022, 9:30 AM IST

ଭବାନୀପାଟଣା: ପୋଲ ତଳୁ ମିଳିଲା ଯୁବକଙ୍କ ହାତଗୋଡ଼ ବନ୍ଧା ମୃତଦେହ । କଳାହାଣ୍ଡି ଜିଲ୍ଲାରେ ପ୍ରବାହିତ ହେଉଥିବା ହାତୀ ନଦୀ ପୋଲ ତଳୁ ପୋଲିସ ହାତଗୋଡ଼ ବନ୍ଧା ମୃତଦେହକୁ ଉଦ୍ଧାର କରିଛି । ସୂଚନା ଅନୁଯାୟୀ କଳାହାଣ୍ଡି ଜିଲ୍ଲା କେଗାଁ ଥାନା ଅନ୍ତର୍ଗତ ଚିକିଲି ଗାଁ ଦେଇ ପ୍ରବାହିତ ହେଉଥିବା ହାତୀନଦୀ ପୋଲ ତଳକୁ ଗାଁର କିଛି ଲୋକ ଗାଧୋଇବା ପାଇଁ ଯାଇଥିଲେ ।

ସେହି ସମୟରେ ପୋଲ ନିକଟରେ ଏକ ମୃତଦେହ ପଡ଼ିଥିବା ଦେଖି ପୋଲିସକୁ ଖବର ଦେଇଥିଲେ । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ହାତ ଓ ଗୋଡ଼ ବନ୍ଧା ଅବସ୍ଥାରେ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ । ଏହାପରେ ଏହି ମୃତଦେହକୁ ଉଦ୍ଧାର କରିଥିଲା । ପୋଲିସ ମୃତଦେହ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ ଯୁବକଙ୍କୁ କିଏ ଏଭଳି ହତ୍ୟା କରିଛି କାହିଁକି କରିଛି ତାର କାରଣ ଖୋଜୁଛି ପୋଲିସ ।

ସେପଟେ ଏହାଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ପୋଲିସ କହୁଥିବାବେଳେ ଏହାକୁ ନେଇ ଅନେକ ଆଲୋଚନା ହେଉଛି । ତେବେ ଏହି ଘଟଣା ଅନେକ ଦିଗକୁ ସୂଚାଉଥିବା ଥିବା ବେଳେ ବର୍ତ୍ତମାନ ସୁଦ୍ଧା ମୃତ ବ୍ୟକ୍ତିଙ୍କ ପରିଚୟ ମିଳି ପାରିନଥିବା ନେଇ ପୋଲିସ ସୂଚନା ଦେଇଛି । ଅନ୍ୟପକ୍ଷରେ ପୋଲିସ ଏନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.