ଭବାନୀପାଟଣା: ଦିନକୁ ଦିନ ବଢିବାରେ ଲାଗିଛି କାଠ ମାଫିଆଙ୍କ ଦୌରାତ୍ମ୍ୟ । କାଠ ବୋଝେଇ ପିକଅପ ଭ୍ୟାନ ଜବତ କରିବା ସହ 2 ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଏନେଇ ଅଧିକ ତଦନ୍ତ ଜାରି ରଖିଛି ବନ ବିଭାଗ ।
ସୂଚନା ଅନୁଯାୟୀ ,କଳାହାଣ୍ଡି ଉତ୍ତର ବନଖଣ୍ଡ ମଦନପୁର ରାମପୁର ବନବିଭାଗ ପକ୍ଷରୁ ବୁଧବାର ପାଟ୍ରୋଲିଂ କରାଯାଉଥିଲା । ଏହି ସମୟରେ ଗୋଛାଡେଙ୍ଗେନ ପଟୁ ଆସୁଥିବା ଏକ ପିକଅପ ଭ୍ୟାନକୁ ସନ୍ଦେହରେ ଅଟକାଇଥିଲେ ବନ ବିଭାଗର କର୍ମଚାରୀ । ଭ୍ୟାନରେ ଶାଳ କାଠ ଚାଲାଣ ହେଉଥିବା ଦେଖିଥିଲେ। ପରେ ଗାଡିରେ ଥିବା ଦୁଇ ଜଣଙ୍କୁ ଗିରଫ କରିବା ସହିତ କୋର୍ଟ ଚାଲାଣ କରାଯାଇଛି। ଗିରଫ ହୋଇଥିବ 2 ଜଣ ବଲାଙ୍ଗୀର ସମରା ଗାଁର ଦେବାଧି ପ୍ରଧାନ ଓ ଅନିରୁଦ୍ଧ ସାହୁ ବୋଲି ଜଣାପଡିଛି ।
କଳାହାଣ୍ତିରୁ ଅଜିତ ସିଂ, ଇଟିଭି ଭାରତ