ETV Bharat / state

କୋରୋନା କଟକଣା ମଧ୍ୟରେ ପାଳିତ ହେଲା ସାବିତ୍ରୀ ବ୍ରତ

author img

By

Published : Jun 10, 2021, 2:13 PM IST

Updated : Jun 10, 2021, 3:07 PM IST

କୋରୋନା ଯୋଗୁଁ ଚଲିତ ବର୍ଷ ବିବାହିତା ମହିଳାମାନେ ନିଜଘରେ ପାଳନ କରିଛନ୍ତି ସାବିତ୍ରୀ ବ୍ରତ । ଯଦିଓ କୋରୋନା କଟକଣା ଏହି ପର୍ବକୁ କିଛି ମାତ୍ରାରେ ଫିକା କରିଦେଇଥିଲା, ତଥାପି ଜିଲ୍ଲାରେ ଦେଖିବାକୁ ମିଳିଥିଲା ଭାବ ଭକ୍ତିମୟ ପରିବେଶ । ଅଧିକ ପଢନ୍ତୁ...

କୋରୋନା କଟକଣା ମଧ୍ୟରେ ପାଳିତ ହେଲା ସାବିତ୍ରୀ ବ୍ରତ
କୋରୋନା କଟକଣା ମଧ୍ୟରେ ପାଳିତ ହେଲା ସାବିତ୍ରୀ ବ୍ରତ

ଭବାନୀପାଟଣା: ଶଙ୍ଖା ସିନ୍ଦୁର ଶାଢ଼ୀ ସହ ଫଳଭର୍ତି ପାତ୍ର । ଅପେକ୍ଷା ଥିଲା ସେହି ଶୁଭ ମୁହୂର୍ତ୍ତକୁ । ନୈବେଦ୍ୟ ସମର୍ପି ସ୍ୱାମୀଙ୍କ ଦୀର୍ଘ ଜୀବନ ପାଇଁ କାମନା କରିଥାନ୍ତି ବ୍ରତଧାରୀ ମହିଳା । ଏ ପବିତ୍ର ବ୍ରତ ଲାଗି ଅନ୍ୟ ବର୍ଷ ମାନଙ୍କରେ କିଏ ଦେବାଳୟ, କିଏ ବଟ ବୃକ୍ଷ ତ ଆଉ କିଏ ତୁଳସୀ ଚଉଁରା ମୂଳେ ଜମାଇଥାନ୍ତି ଭକ୍ତିର ଆସର । ହେଲେ କୋରୋନା କଟକଣାକୁ ନେଇ ଚଳିତ ବର୍ଷ ବିବାହିତା ମହିଳାମାନେ ନିଜଘରେ ହିଁ ଏହି ବ୍ରତ ପାଳନ କରିଥିଲେ।

ଧୂପ ଦୀପ ଦିବ୍ୟ ନୈବେଦ୍ୟରେ ଚହଟି ଉଠିଥିଲା ପୁରା ପରିବେଶ। ସାରାଦିନ ଉପବାସ ରହି ଭକ୍ତି ଆଉ ନିଷ୍ଠାର ସହ ପୂଜାର୍ଚ୍ଚନା ସାଙ୍ଗକୁ ସ୍ୱାମୀଙ୍କ ମଙ୍ଗଳକାମନା କରିଥିଲେ ମହିଳା। ସାବିତ୍ରୀ ପାଇଁ ସଧବା ନାରୀମାନଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା ବେଶ ଉତ୍ସାହ ଓ ଉଦିପନ୍ନା। ଯଦିଓ କୋରୋନା କଟକଣା ଏଇ ପର୍ବକୁ କିଛି ମାତ୍ରାରେ ଫିକା କରିଦେଇଥିଲା, ତଥାପି ଜିଲ୍ଲାରେ ଦେଖିବାକୁ ମିଳିଥିଲା ଭାବ ଭକ୍ତିମୟ ପରିବେଶ ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

Last Updated : Jun 10, 2021, 3:07 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.