ETV Bharat / state

କଳାହାଣ୍ଡିରେ ଅଭାବୀ ବିକ୍ରିର ଶିକାର ତରଭୁଜ ଚାଷୀ

author img

By

Published : May 4, 2022, 6:58 PM IST

ନଦୀ କୂଳିଆ ଅଞ୍ଚଳ ଗୁଡ଼ିକରେ ବ୍ୟାପକ ପରିମାଣର ତରଭୁଜ ଚାଷ ହେଉଥିବାବେଳେ ଉପଯୁକ୍ତ ବଜାର ବ୍ୟବସ୍ଥା ନଥିବା ଯୋଗୁଁ ପ୍ରାୟ ସମୟରେ ଅଭାବୀ ବିକ୍ରିର ଶିକାର ହୋଇ ଆସୁଛନ୍ତି ତରଭୁଜ ଚାଷୀ । ମୁଣ୍ଡର ଝାଳ ତୁଣ୍ଡରେ ମାରି ଚାଷୀ ପରିଶ୍ରମ କରି ଚାଷ ତ କରୁଛି ସତ । ହେଲେ ଅଭାବୀ ବିକ୍ରି ସମସ୍ୟା ଚାଷୀଙ୍କ ମନୋବଳକୁ ଭାଙ୍ଗି ଦେଇଛି । ଅଧିକ ପଢ଼ନ୍ତୁ

କଳାହାଣ୍ଡିରେ ଅଭାବୀ ବିକ୍ରିର ଶୀକାର ତରଭୁଜ ଚାଷୀ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା, ଧର୍ମଗଡ଼, ଜୁନାଗଡ଼, ଗୋଲାମୁଣ୍ଡା ତଥା ଅନ୍ୟାନ୍ୟ ସବୁ ଅଞ୍ଚଳରେ ବ୍ୟାପକ ପରିମାଣର ତରଭୁଜ ଚାଷ ହୋଇଥାଏ । ବିଶେଷ କରି ଜିଲ୍ଲାର ନଦୀ କୂଳିଆ ଅଞ୍ଚଳମାନଙ୍କରେ ଏହି ଚାଷ କରିଥାନ୍ତି ଚାଷୀ । ବିଗତ ଦୁଇ ବର୍ଷ ହେଲା କରୋନା ପ୍ରଭାବରେ ଲକଡାଉନ ଯୋଗୁଁ ତରଭୁଜ ଚାଷ କରି ବହୁ କ୍ଷତି ସହିଥିଲେ ।

ହେଲେ ଚଳିତ ବର୍ଷ ଏହି ଚାଷ କରି ଭଲ ଦି ପଇସା ଲାଭ ଅଶା କରିଥିଲେ ଚାଷୀ । କିନ୍ତୁ ସେହି ସମାନ ଅବସ୍ଥା । ଉପଯୁକ୍ତ ବଜାର ବ୍ୟବସ୍ଥା ନଥିବା ଯୋଗୁଁ ଅଭାବୀ ବିକ୍ରିର ଶିକାର ହେଉଥିବା ପ୍ରକାଶ କରିଛନ୍ତି ତରଭୁଜ ଚାଷୀ । ତରଭୁଜ ଚାଷ ପାଇଁ ମୁଖ୍ୟତଃ ପାଣିର ଆବଶ୍ୟକତା ରହିଥିବାବେଳେ ଚଳିତ ବର୍ଷ ନଦୀମାନଙ୍କରେ ଶୁଖି ଯାଇଛି ପାଣି । ଫଳରେ ପାଣି ସମସ୍ୟା ବର୍ତ୍ତମାନ ମୁଣ୍ଡ ଟେକିଛି ।

ବର୍ତ୍ତମାନ କିଛି ତରଭୁଜ ଅମଳ ହୋଇଥିବାବେଳେ ଅମଳ ହେବାକୁ ଥିବା ତରଭୁଜ ପାଣି ଅଭାବରୁ ନଷ୍ଟ ହେବା ଆଶଙ୍କା ଦେଖାଦେଇଛି । ଯାହାକୁ ନେଇ ଚାଷୀଙ୍କ ସମସ୍ୟା ବଢିଯାଇଛି । ଏପଟେ ପାଣି ଅଭାବରୁ ତରଭୁଜ ଚାଷ ନଷ୍ଟ, ସେପଟେ ଅମଳ ହୋଇଥିବା ତରଭୁଜ ବିକ୍ରି ନହେବା ଘଟଣାକୁ ନେଇ ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ତରଭୁଜ ଚାଷ କାମ ଆରମ୍ଭ ହେବା ବେଳକୁ ବର୍ଷା ଏବଂ ବନ୍ୟା ପାଣି ଧୋଇ ନେଇଛି । ଯାହା କିଛି ବି ଚାଷୀ ସାଇତି କରି ରଖିଥିଲା ସେତକରେ ତାର ମୂଳ ବାହାରିବା ବେଶ ଆଶା ରଖିଥିଲା ଚାଷୀ । ହେଲେ ଏବେ ସେହି ଆଶା ମଉଳିବାରେ ଲାଗିଥିବା ପ୍ରକାଶ କରିଛନ୍ତି ତରଭୁଜ ଚାଷୀ ।

କଳାହାଣ୍ଡି ଜିଲ୍ଲାରେ ହଜାର ହଜାର ହେକ୍ଟରରେ ତରଭୁଜ ଚାଷ ହେଉଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ତରଭୁଜ ଚାଷୀଙ୍କ ପାଇଁ ସରକାରଙ୍କ ପକ୍ଷରୁ କୌଣସି ବଜାର ବ୍ୟବସ୍ଥା ନକରିବା ଘଟଣାକୁ ଚାଷୀମାନେ ଅସନ୍ତାଷ ପ୍ରକାଶ କରିଛନ୍ତି । ତେଣୁ ରାଜ୍ୟ ସରକାର ତୁରନ୍ତ ଏଥିରେ ହସ୍ତକ୍ଷେପ କରି ବଜାର ବ୍ୟବସ୍ଥା ସହ ଶୀତଳଭଣ୍ଡାରର ବ୍ୟବସ୍ଥା ପାଇଁ ଦାବି କରିଛନ୍ତି ତରଭୁଜ ଚାଷୀ ।

କଳାହାଣ୍ଡିରୁ ଅଜିତ୍‌ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.