ETV Bharat / state

ଲଗାଣ ବର୍ଷାରେ ଫୁଲୁଛି ହାତୀନଦୀ, ଭୟଭୀତ ନଦୀକୂଳିଆ - କଳାହାଣ୍ଡି ନ୍ୟୁଜ

କଳାହାଣ୍ଡି ଜିଲ୍ଲାରେ ଲାଗି ରହିଛି ଲଗାଣ ବର୍ଷା । ଫଳରେ ଅସ୍ତବ୍ୟସ୍ତ ହୋଇ ପଡିଛି ଜନଜୀବନ । ଭୟଭୀତ ନଦୀକୂଳିଆ । ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୨୦୦ ସହ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ଦିନକରେ ଜିଲ୍ଲାର ଲାଞ୍ଜିଗଡ଼ ବ୍ଲକରେ ସର୍ବାଧିକ ୬୨.୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଅଧିକ ପଢନ୍ତୁ

ଲଗାଣ ବର୍ଷାରେ ଫୁଲୁଛି ହାତୀନଦୀ, ଭୟଭୀତ ନଦୀକୁଳିଆ ଲୋକେ

author img

By

Published : Sep 21, 2022, 11:00 PM IST

ଭବାନୀପାଟଣା: ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ଫୁଲୁଛି ହାତୀନଦୀ । ଭୟଭୀତ ନଦୀକୂଳିଆ । କଳାହାଣ୍ଡି ଜିଲ୍ଲାରେ ଦୁଇଦିନ ହେଲା ଲାଗି ରହିଛି ଲଗାଣ ବର୍ଷା । ଏନେଇ ଅସ୍ତବ୍ୟସ୍ତ ହୋଇ ପଡିଛି ଜନଜୀବନ ।

ଲଗାଣ ବର୍ଷାରେ ଫୁଲୁଛି ହାତୀନଦୀ, ଭୟଭୀତ ନଦୀକୁଳିଆ ଲୋକେ

ସୂଚନା ଅନୁଯାୟୀ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୨୦୦ ଶହ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ଦିନକରେ ଜିଲ୍ଲାର ଲାଞ୍ଜିଗଡ଼ ବ୍ଲକରେ ସର୍ବାଧିକ ୬୨.୪ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ । ସେପଟେ ଜିଲ୍ଲାର ଉପର ମୁଣ୍ଡରେ ଥିବା ଜୟପାଟଣା କଲମପୁର ଅଞ୍ଚଳରେ ଲଗାଣ ବର୍ଷା ଜାରି ରହିଛି । ମଙ୍ଗଳବାର ହାତୀ ବ୍ୟାରେଜରୁ ବର୍ଷା ଜଳ ନିଷ୍କାସନ ହେବାରୁ ହାତୀ ନଦୀରେ ଜଳ ସ୍ତର ବୃଦ୍ଧି ପାଇବାରେ ଲାଗିଛି । ଯାହାକୁ ନେଇ ହାତୀ ନଦୀ କୂଳରେ ଥିବା କଲମପୁର ବ୍ଲକର ବାଲିଛଡ଼ା, ଟେମରା, ପରୁଆଗୁଡା, ମାଟିଖାଲ, ବିରିପୁର, ଜାମପଡା, ବଙ୍କାପଲା, ଖଣ୍ଡି ଡଙ୍ଗରୀଗୁଡା ଓ ସାନକୁଟୃ ଆଦି ଗାଁର ଲୋକେ ଏବେ ଭୟଭୀତ ଅବସ୍ଥାରେ ରହିଥିବା ଦେଖିବାକୁ ମିଳିଛି । ସେପଟେ ସମସ୍ତ ଜରୁରୀକାଳୀନ ପରିସ୍ଥିତିର ସମ୍ମୁଖୀନ କରିବା ପାଇଁ ବ୍ଲକ ପ୍ରଶାସନ ପ୍ରସ୍ତୁତ ରହିଥିବା କହିଛନ୍ତି କଲମପୁର ବିଡ଼ିଓ ।

ତେବେ ଏନେଇ କଲମପୁର ବିଡ଼ିଓ ପ୍ରଶନ୍ନ ପଟେଲ କହିଛନ୍ତି , " ପ୍ରଶାସନ ସମ୍ପୁର୍ଣ୍ଣ ରୂପେ ପ୍ରସ୍ତୁତ ଅଛି । କେନାଲ ମାନଙ୍କରେ ମଧ୍ୟ ପାଣି ଛଡା ଯାଉଛି । ଯଦି ହାତୀ ନଦୀରେ ବେଶୀ ପାଣି ଆସେ କି ଯଦି ବନ୍ୟା ପରିସ୍ଥିତି ସୃଷ୍ଟି ହେଲା ସେନେଇ ପ୍ରଶାସନ ପ୍ରସ୍ତୁତ ରହିଛି ।"

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.