ETV Bharat / state

Vote Counting: ଭୋଟ ଗଣନା କେନ୍ଦ୍ରରେ ୧୪୪ ଧାରା ଜାରି - ପୌର ନିର୍ବାଚନ ଫଳାଫଳ

ଆଜି ପ୍ରକାଶ ପାଇବ ପୌର ନିର୍ବାଚନ ଫଳାଫଳ। କଳାହାଣ୍ଡି ଜିଲ୍ଲାରେ ଭୋଟ ଗଣତି ସୁରୁଖୁରୁରେ ଚାଲୁଥିବା ଦେଖିବାକୁ ମିଳିଛି। ସୁରକ୍ଷା ବ୍ୟବସ୍ଥାକୁ ଆଖି ଆଗରେ ରଖି ଭୋଟ ଗଣନା କେନ୍ଦ୍ରରେ 144 ଧାରା ଲାଗୁ ହୋଇଛି। ଅଧିକ ପଢ଼ନ୍ତୁ

vote counting of municipal election in kalahandi
Vote Counting: ଭୋଟ ଗଣନା କେନ୍ଦ୍ରରେ ୧୪୪ ଧାରା ଜାରି
author img

By

Published : Mar 26, 2022, 10:28 AM IST

Updated : Mar 26, 2022, 11:17 AM IST

ଭବାନୀପାଟଣା: ଆଜି ପ୍ରକାଶ ପାଇବ ପୌର ନିର୍ବାଚନ ଫଳାଫଳ। କଳାହାଣ୍ଡି ଜିଲ୍ଲାରେ ଭୋଟ ଗଣତି ସୁରୁଖୁରୁରେ ଚାଲୁଥିବା ଦେଖିବାକୁ ମିଳିଛି। ସକାଳ 8ଟାରୁ ଭୋଗ ଗଣତି ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଅନ୍ୟପଟେ ଜିଲ୍ଲାର ଭୋଟ ଗଣନା କେନ୍ଦ୍ରରେ 144 ଧାରା ଲାଗୁ ହୋଇଛି।

Vote Counting: ଭୋଟ ଗଣନା କେନ୍ଦ୍ରରେ ୧୪୪ ଧାରା ଜାରି

କଳାହାଣ୍ଡି ଜିଲ୍ଲାର ୩ ଗୋଟି ଏନଏସି ଓ ଗୋଟିଏ ପୌର ପରିଷଦ ପାଇଁ ଅନୁଷ୍ଠିତ ହୋଇଥିବା ନିର୍ବାଚନ ପାଇଁ ଜାରି ରହିଛି ଗଣତି ପ୍ରକ୍ରିୟା। ଭବାନୀପାଟଣା ପୌର ପରିଷଦ ପାଇଁ ସରକାରୀ ମହିଳା ମହାବିଦ୍ୟାଳୟର ଷ୍ଟ୍ରଙ୍ଗ ରୁମରେ ଗଣନା ପ୍ରକ୍ରିୟା ପାଇଁ ବ୍ୟବସ୍ଥା କରାଯାଇଛି। ସେହିପରି କେସିଙ୍ଗା ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ଜୁନାଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ଗଣନା ପ୍ରକ୍ରିୟା ପାଇଁ ସହରର କଲ୍ୟାଣ ମଣ୍ଡପରେ ସମସ୍ତ ବ୍ୟବସ୍ଥା କରାଯାଇଛି।

ଅନ୍ୟପଟେ ଧର୍ମଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଭୋଟ ଗଣତି ପାଇଁ ପଞ୍ଚାୟତ କଲେଜରେ କରାଯାଇଥିବା ବେଳେ ଭୋଟ ଗଣତି ପ୍ରକ୍ରିୟା ସରିବା ପର୍ଯ୍ୟନ୍ତ ଗଣନା କେନ୍ଦ୍ରର ୧୦୦ ମିଟର ପରିସରରେ ୧୪୪ ଧାରା ଜାରି କରିଛି ଜିଲ୍ଲା ପ୍ରଶାସନ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

Last Updated : Mar 26, 2022, 11:17 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.