ETV Bharat / state

ରାସ୍ତା ପାଇଁ ଜିଲ୍ଲାପାଳଙ୍କ ଅଫିସ ଘେରାଉ - talakenduguda Village

ଗାଁକୁ ବିଚ୍ଛିନ୍ନ ହୋଇଛି ଯୋଗାଯୋଗ । ଆଉ ଏନେଇ ଘୋର ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତଳକେନ୍ଦୁଗୁଡା ଗ୍ରାମବାସୀ । ସ୍ଥାୟୀ ରାସ୍ତା ନିର୍ମାଣ ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କଲେ ଗ୍ରାମବାସୀ । ଅଧିକ ପଢନ୍ତୁ...

ରାସ୍ତା ପାଇଁ ଜିଲ୍ଲାପାଳଙ୍କ ଅଫିସ ଘେରାଉ କଲେ ଗ୍ରାମବାସୀ

author img

By

Published : Jul 20, 2021, 10:56 PM IST

କଳାହାଣ୍ଡି: ଗ୍ରାମବାସୀଙ୍କ ପାଇଁ ବାଧକ ସାଜିଛି ରାସ୍ତା ନିର୍ମାଣ । ଆଉ ଏଥିପାଇଁ ଲୋକେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ ତଳକେନ୍ଦୁଗୁଡା ଗାଁକୁ ପୂର୍ବରୁ ସଂଯୋଗ କରୁଥିବା ଅସ୍ଥାୟୀ ରାସ୍ତାକୁ ସେହି ଗାଁର ଜଣେ ବ୍ୟକ୍ତି ନିଜ ଚାଷ ଜମି ବୋଲି ଦାବି କରି ରାସ୍ତା ଖୋଳି ଦେବା ପରେ ବର୍ତ୍ତମାନ ଉଭୟ ତଲ କେନ୍ଦୁଗୁଡା ଓ ଲକ୍ଷ୍ମୀପୁର ଗାଁକୁ ଯୋଗାଯୋଗ ବିଛିନ୍ନ ହୋଇଯାଇଛି । ଫଳରେ ସ୍ଥାନୀୟ ଲୋକେ ନିଜ ନିଜର ନିତିଦିନିଆ କାମରେ ଯିବା ଆସିବା ପାଇଁ ଘୋର ସମସ୍ୟାର ସମ୍ମୁଖିନ ହେଉଛନ୍ତି ।

ରାସ୍ତା ପାଇଁ ଜିଲ୍ଲାପାଳଙ୍କ ଅଫିସ ଘେରାଉ କଲେ ଗ୍ରାମବାସୀ

ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଉକ୍ତ ସମସ୍ୟାର ସମାଧାନ ହୋଇ ନ ପାରିବାରୁ ଉଭୟ ଗାଁର ଶତାଧିକ ପୁରୁଷ ଓ ମହିଳା ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ପ୍ରଶାସନ ପକ୍ଷରୁ ଜମି ଚିହ୍ନଟ କରି ଏକ ସ୍ଥାୟୀ ରାସ୍ତା ନିର୍ମାଣ ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ଗ୍ରାମବାସୀ ।

କଳାହାଣ୍ଡିରୁ ଅଜିତ୍ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.