ETV Bharat / state

କାଦୁଅ ରାସ୍ତାରେ ଧାନ ତଳି ରୋଇ ପ୍ରତିବାଦ

author img

By

Published : Aug 11, 2022, 2:16 PM IST

ଗ୍ରାମକୁ ରାସ୍ତା ନଥିବାରୁ ଧାନ ତଳି ଲଗାଇ ରାସ୍ତା ଅବରୋଧ କଲେ ଜକାବାହାଳି ଗ୍ରାମବାସୀ । ଅଧିକ ପଢନ୍ତୁ

କାଦୁଅ ରାସ୍ତାରେ ଧାନ ତଳି ରୋଇ ପ୍ରତିବାଦ
କାଦୁଅ ରାସ୍ତାରେ ଧାନ ତଳି ରୋଇ ପ୍ରତିବାଦ

ଭବାନୀପାଟଣା: କାଦୁଅ ପଚ ପଚ ରାସ୍ତା । ଗାଡି ମଟର ତ ଦୂରର କଥା, ପାଦରେ ଚାଲି ଯିବା ମଧ୍ୟ ସମ୍ଭବ ନୁହେଁ । କିନ୍ତୁ ଭଲ ରାସ୍ତାଟିଏ ନଥିବାରୁ ବାଧ୍ୟ ହୋଇ ଆଣ୍ଠୁଏ କାଦୁଅ ମଧ୍ୟରେ ଯାତାୟତ କରୁଛନ୍ତି ଲୋକେ । ବାରମ୍ବାର ଅଭିଯୋଗ ପରେ ବି ରାସ୍ତା ନହେବାରୁ ଶେଷରେ ବାଧ୍ୟ ହୋଇ ଧାନ ତଳି ଲଗାଇ ରାସ୍ତା ଅବରୋଧ କଲେ ଗ୍ରାମବାସୀ । କଳାହାଣ୍ଡି ଜିଲ୍ଲାର ମଦନପୁର ରାମପୁର ବ୍ଳକର ଜକାବାହାଳି ଗ୍ରାମବାସୀ ଏଭଳି ଅଭିନବ ଡଙ୍ଗରେ ଆଜି ପ୍ରତିବାଦ କରିଛନ୍ତି ।

କାଦୁଅ ରାସ୍ତାରେ ଧାନ ତଳି ରୋଇ ପ୍ରତିବାଦ

ପ୍ରତି ଗାଁକୁ ପକ୍କା ରାସ୍ତା ପାଇଁ ସରକାର ଯୋଜନା କରିଥିବା ବେଳେ ଏହି ଗ୍ରାମକୁ ରାସ୍ତା ଖଣ୍ଡିଏ ପାଲଟିଛି ସାତ ସପନ । ଗ୍ରାମକୁ ଭଲ ରାସ୍ତା ଟିଏ ନଥିବାରୁ ଗାଁକୁ ଆମ୍ବୁଲାନ୍ସ ଟିଏ ମଧ୍ୟ ଆସିପାରେ ନାହିଁ । ଫଳରେ ରୋଗୀ ହୁଅନ୍ତୁ ଅବା ଗର୍ଭବତୀ ମହିଳା ଖଟିଆରେ ଆମ୍ବୁଲାନ୍ସ ନିକଟକୁ ଯିବାକୁ ପଡେ । ପିଡ଼ିଏସ ସାମଗ୍ରୀ ପାଇଁ ପଞ୍ଚାୟତ କାର୍ଯ୍ୟାଳୟ ଯିବାକୁ ହେଲେ ଏହି ରାସ୍ତା ଗୋଟିଏ ମାତ୍ର ମାଧ୍ୟମ । ତେବେ ପକ୍କା ରାସ୍ତା ନିର୍ମାଣ ପାଇଁ ଅନେକ ବାର ଗ୍ରାମବାସୀ ପ୍ରଶାସନ ଠାରୁ ଆରମ୍ଭ କରି ରାଜନେତାଙ୍କ ଦ୍ୱାରସ୍ତ ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ଶେଷରେ ବାଧ୍ୟ ହୋଇ ଆଜି ରାସ୍ତାରେ ଧାନ ତଳିରୋଇ ପ୍ରତିବାଦ କରିବା ସହ ଏଥି ପ୍ରତି ଦୃଷ୍ଟି ଦେବାକୁ ସରକାରଙ୍କ ନିକଟରେ ଦାବି କରିଛନ୍ତି ଜକାବାହାଳି ଗ୍ରାମବାସୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.