ETV Bharat / state

ରାସ୍ତାରେ ଧାନ ତଳି ରୋଇ ପ୍ରତିବାଦ କଲେ ଗ୍ରାମବାସୀ - କଳାହାଣ୍ଡି ଖବର

ଗ୍ରାମାଞ୍ଚଳରେ ବିକାଶ ଅପହଞ୍ଚ। ଗମନାଗମନ ପାଇଁ ନାହିଁ ପକ୍କା ରାସ୍ତା । ଧାନ ତଳି ରୋଇ ପ୍ରତିବାଦ କଲେ ଗ୍ରାମବାସୀ । ଅଧିକ ପଢନ୍ତୁ

ରାସ୍ତାରେ ଧାନ ତଳି ରୋଇ ପ୍ରତିବାଦ କଲେ ଗ୍ରାମବାସୀ

author img

By

Published : Jul 26, 2022, 8:54 AM IST

ଭବାନୀପାଟଣା: ସରକାର ଗମନାଗମନର ବିକାଶ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି । ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ମଧ୍ୟ ଖର୍ଚ୍ଚ କରୁଛନ୍ତି । ହେଲେ ସରକାରୀ ବାବୁଙ୍କ ଉଦାସୀନତା ଓ ସ୍ଥାନୀୟ ଜନ ପ୍ରତିନିଧିଙ୍କ ଇଚ୍ଛାଶକ୍ତିର ଅଭାବ ଯୋଗୁଁ ଆଜିବି ଗ୍ରାମାଞ୍ଚଳରେ ବିକାଶ ଅପହଞ୍ଚ । ଗମନଗମନ ପାଇଁ ଭଲ ରାସ୍ତା ଖଣ୍ତିଏ ନ ଥିବାରୁ ଲୋକେ ଯିବା ଆସିବା ପାଇଁ ହଇରାଣ ହେଉଛନ୍ତି । ଏପରକି ବର୍ଷା ଅସରାଏ ହେଲେ କଥା ସରିଲା ।

ରାସ୍ତାରେ ଧାନ ତଳି ରୋଇ ପ୍ରତିବାଦ କଲେ ଗ୍ରାମବାସୀ

କାଦୁଅ ପଚପଚ ରାସ୍ତାରେ ଯିବାଆସିବା ମୁସ୍କିଲ ହୋଇପଡେ । ରାସ୍ତାର ଅବସ୍ଥା ବେହାଲ ହୋଇ ପଡିଥିବା ଯୋଗୁଁ ଗ୍ରାମବାସୀ ରାସ୍ତାରେ ଧାନ ତଳି ରୋଇ ପ୍ରତିବାଦ କରିଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ବଙ୍ଗୋମୁଣ୍ଡା ଗାଁରେ । ସୂଚନା ଅନୁଯାୟୀ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ବଙ୍ଗୋମୁଣ୍ଡା ଗାଁ ମଧ୍ୟରେ ଥିବା ରାସ୍ତାର ଅବସ୍ଥା ବେହାଲ ହୋଇ ପଡିଛି ।

ଅସରାଏ ବର୍ଷାରେ ରାସ୍ତାରେ କାଦୁଅ ହେବା ଯୋଗୁଁ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖିନ ହେଉଛନ୍ତି ଲୋକେ । ରାସ୍ତା ନିର୍ମାଣ ନେଇ ଦୀର୍ଘ ଦିନରୁ ଗ୍ରାମବାସୀ ଦାବି କରି ଆସୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ତେବେ ଏହାର ପ୍ରତିବାଦ ସ୍ବରୂପ ଗାଁ ରାସ୍ତାରେ ଧାନ ତଳି ରୋଇ ପ୍ରତିବାଦ କରିଛନ୍ତି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.