ETV Bharat / state

କୂଳ ଲଙ୍ଘୁଛି ହାତୀ ନଦୀ: ଆତଙ୍କିତ ନଦୀ କୂଳିଆ ବାସୀ

author img

By

Published : Jul 14, 2022, 3:40 PM IST

କୂଳ ଲଙ୍ଘୁଛି ହାତୀ ନଦୀ । ଭୟଭୀତ ନଦୀ କୂଳିଆ ବାସୀ । ଲଗାଣ ବର୍ଷା ଯୋଗୁଁ କଳାହାଣ୍ଡି ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଅଧିକ ପଢନ୍ତୁ

କୂଳ ଲଙ୍ଘୁଛି ହାତୀନଦୀ, ଆତଙ୍କିତ ନଦୀ କୂଳିଆ ବାସୀ

ଭବାନୀପାଟଣା : କୂଳ ଲଙ୍ଘୁଛି ହାତୀ ନଦୀ । ଏଥିଯୋଗୁଁ ଭୟଭୀତ ହୋଇ ପଡିଛନ୍ତି ନଦୀ କୂଳିଆ ବାସିନ୍ଦା । ଗତ ୪ ଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ କଳାହାଣ୍ଡି ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି ।

କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାକୁ ସଂଯୋଗ କରୁଥିବା ୫୭ ନମ୍ବର ଜାତୀୟ ରାଜପଥର ମଣ୍ଡଳ ପଦର ନିକଟ ଆପ୍ରୋଚ ରୋଡ଼ ଧୋଇ ହୋଇଯିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଛି । ସେପଟେ ଇନ୍ଦ୍ରାବତୀ ଜଳ ଭଣ୍ଡାରରୁ ଜଳ ନିଷ୍କାସନ ସାଙ୍ଗକୁ ଲଗାଣ ବର୍ଷା ଯୋଗୁଁ ହାତୀ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛ । ଫଳରେ ଜୁନାଗଡ ବ୍ଲକ ଦେଇ ପ୍ରବାହିତ ହେଉଥିବା ହାତୀ ନଦୀର ଜଳସ୍ତର ବୃଦ୍ଧି ପାଇ କୂଳ ଲଙ୍ଘିଛି ।

ହାତୀ ନଦୀରେ ବନ୍ଯା ଜଳ ଆସିବା ଯୋଗୁଁ କୂଳରେ ଥିବା ଅନେକ ଗାଁର ଲୋକେ ଏବେ ଭୟଭୀତ ଅବସ୍ଥାରେ ରହିଛନ୍ତି । ଏହାସହ ଜିଲ୍ଲାର ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ବନ୍ଦପାରି ନାଳରେ ଥିବା ଅସ୍ଥାୟୀ ପୋଲ ଭୁଶୁଡି ପଡିବାରୁ ବାନ୍ଦପାରି ଓ ଲାଞ୍ଜିଗଡ଼ ମଧ୍ୟରେ ଯୋଗାଯୋଗ ବିଛିନ୍ନ ହୋଇଛି । ସେହିପରି ଜୟପାଟଣା ବ୍ଲକ ଧୁଲୁଘାଟି ରାସ୍ତାରେ ଘାଇ ସୃଷ୍ଟି ହେବା ଫଳରେ ଜୟପାଟଣା ଓ ନବରଙ୍ଗପୁର ଜିଲ୍ଲାକୁ ଯୋଗାଯୋଗ ମଧ୍ଯ ବିଚ୍ଛିନ୍ନ ହୋଇଛି । ଲଗାଣ ବର୍ଷା ଯୋଗୁଁ ଜିଲ୍ଲାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି ।

ଇଟିଭି ଭାରତ,କଳହାଣ୍ତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.