ETV Bharat / state

ବିକାଶ ମାନଚିତ୍ରରୁ ଅଦୃଶ୍ୟ କଣାମଞ୍ଜୁର ଗାଁ

author img

By

Published : May 27, 2023, 10:00 PM IST

ପିଡିଏସ ସାମଗ୍ରୀ ପାଇଁ ପଞ୍ଚାୟତ କାର୍ଯ୍ୟାଳୟକୁ ଯିବାକୁ ଘଞ୍ଚ ଜଙ୍ଗଲ ମଧ୍ୟରେ ୫ କିଲୋମିଟର ଯିବାକୁ ପାଡେ । ସମସ୍ତ ଗାଁକୁ ପକ୍କା ରାସ୍ତା ନିର୍ମାଣ କରି ସଂଯୋଗ କରୁଥିବା ସରକାର କହୁଥିବା ବେଳେ ସ୍ୱାଧୀନତାର ଦୀର୍ଘବର୍ଷ ବିତିଯାଇଥିଲେ ମଧ୍ୟ ପକ୍କା ସଡକ ଗାଁ ପାଇଁ ପଲଟିଛି ସ୍ବପ୍ନ । ଅଧିକ ପଢ଼ନ୍ତୁ

ବିକାଶ ମାନଚିତ୍ରରୁ ଅଦୃଶ୍ୟ କଣାମଞ୍ଜୁର ଗାଁ
ବିକାଶ ମାନଚିତ୍ରରୁ ଅଦୃଶ୍ୟ କଣାମଞ୍ଜୁର ଗାଁ
ବିକାଶ ମାନଚିତ୍ରରୁ ଅଦୃଶ୍ୟ କଣାମଞ୍ଜୁର ଗାଁ

ଭବାନୀପାଟଣା: ଗାଁକୁ ବିକାଶ ଦିଗରେ ନବାପାଇଁ ସରକାରଙ୍କ ଅନେକ ଯୋଜନା । ଗାଁକୁ ଚାଲ ଗାଁକୁ ଗଢ ଏଭଳି କିଛି ସ୍ଲୋଗାନ ନେଇ ଗ୍ରାମାଞ୍ଚଳର ବିକାଶ ପାଇଁ ସରକାର ବିଭିନ୍ନ ଯୋଜନା ମାଧ୍ୟରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ପ୍ରଶାସନିକ ଅବହେଳା ଓ ଜନ ପ୍ରତିନିଧିଙ୍କ ଇଚ୍ଛା ଶକ୍ତି ଅଭାବ ଯୋଗୁଁ ଆଜିବି ଉପାନ୍ତ ଅଞ୍ଚଳରେ ପହଞ୍ଚିପାରି ନାହିଁ ସରକାରଙ୍କ ବିକାଶ ରଥ। ଏପରି ଗାଁ ହେଉଛି କଳାହାଣ୍ଡି ଜିଲ୍ଲା ମୁଖ୍ୟାଳୟ ଠାରୁ ମାତ୍ର ୧୫ କିମି ଦୂରରେ ଥିବା ସଦର ବ୍ଲକ ର ଉପାନ୍ତ କଣାମଞ୍ଜୁର ଗାଁ । ଘଞ୍ଚ ଜଙ୍ଗଲ ମଧ୍ୟରେ ଖାଲ ଖମା ଘାଟି ରାସ୍ତା ଦେଇ ୨ ଟି ନାଳ ଡେଇଁ ଗଲେ ପଡେ କଣାମଞ୍ଜୁର ଗାଁ ।

ଗାଁରେ ନାହିଁ ମୈଳିକ ବିକାଶ: ନା ଅଛି ଗାଁକୁ ରାସ୍ତା, ନା ଅଛି ନାଳ ଉପରେ ପୋଲ । ରୋଗୀ ହେଉ ଅବା ସାଧାରଣ ଲୋକ ସମସ୍ତେ ଏମିତି ଖାଲଖମା ରାସ୍ତା ଦେଇ ଦୁଇଟି ନାଳ ପାରି ହୋଇ ଯିବା ଆସିବା କରନ୍ତି । ଯେଉଁଠି ରାସ୍ତାଘାଟ ପାଇଁ ଅବ୍ୟବସ୍ଥା ସେଠାରେ ସ୍ବାସ୍ଥ୍ୟ ଓ ଶିକ୍ଷାର ଅବସ୍ଥା ବି ନକହିବା ଭଲ । ପିଡିଏସ ସାମଗ୍ରୀ ପାଇଁ ପଞ୍ଚାୟତ କାର୍ଯ୍ୟାଳୟକୁ ଯିବାକୁ ଘଞ୍ଚ ଜଙ୍ଗଲ ମଧ୍ୟରେ ୫ କିଲୋମିଟର ଯିବାକୁ ପାଡେ । ସମସ୍ତ ଗାଁକୁ ପକ୍କା ରାସ୍ତା ନିର୍ମାଣ କରି ସଂଯୋଗ କରୁଥିବା ସରକାର କହୁଥିବା ବେଳେ ସ୍ୱାଧୀନତାର ଦୀର୍ଘବର୍ଷ ବିତିଯାଇଥିଲେ ମଧ୍ୟ ପକ୍କା ସଡକ ଗାଁ ପାଇଁ ପଲଟିଛି ସ୍ବପ୍ନ ।

ଗାଁ ଲୋକଙ୍କୁ ମିଳୁନି ତାଙ୍କ ହକ୍: ଗାଁରେ ପ୍ରାୟ ୪୦ ପରିବାର ବସବାସ କରୁନ୍ତି । ମାତ୍ର ସ୍ୱାଧୀନତାର ଦୀର୍ଘବର୍ଷ ବିତିଯାଇଥିଲେ ମଧ୍ୟ ନା ଅଛି ପକ୍କା ରାସ୍ତା ନା ଅଛି ନାଳ ଉପରେ ବ୍ରିଜ। ଜଙ୍ଗଲ ଅଧିକାର ଆଇନ ୨୦୦୬ ମାଧ୍ୟମରେ ଘର ପଟ୍ଟାପାଇଁ ମଧ୍ୟ ସଂଘର୍ଷ ଜାରି ରହିଛି। ଗାଁରେ ନା ଅଛି ଡାକ୍ତରୀ ସୁବିଧା ନାଁ ସ୍କୁଲ। ଯେଉଁଥିପାଇଁ ଏହି ଗାଁର ଶିଶୁ ପ୍ରାଥମିକ ଶିକ୍ଷା ଠାରୁ ମଧ୍ୟ ବଞ୍ଚିତ। ଗାଁକୁ ରାସ୍ତା ନଥିବା ଯୋଗୁଁ କୌଣସି ବ୍ୟକ୍ତିଙ୍କ ଦେହ ଖରାପ ହେଲେ କିମ୍ବା ଗର୍ଭବତୀ ମହିଳାଙ୍କୁ ଖଟରେ ବୋହି ୫ କିଲୋମିଟର ଯିବା ପରେ ମିଳିଥାଏ ଆମ୍ବୁଲାନ୍ସ ସୁବିଧା ।

ଗ୍ରାମବାସୀଙ୍କ ଆଭିଯୋଗ: ମୈଳିକ ସୁବିଧାରୁ ବଞ୍ଚିତ ଗାଁ ଲୋକ ଗାଁକୁ ଏକ ପକ୍କା ରାସ୍ତା ଓ ନାଳ ଉପରେ ପୋଲ ପାଇଁ ସରକାରୀ ବାବୁଙ୍କୁ ନିକଟରେ ଗୁହାରୀ କରୁଥିବା ବେଳେ କେହି ଶୁଣୁନଥିବା ଅଭିଯୋଗ କରିଛନ୍ତି । ଆଜି ପର୍ଯ୍ୟନ୍ତ ଗାଁରେ ନା ସରକରୀ ଅଧିକାରୀ ନା ଜନ ପ୍ରତିନିଧିଙ୍କ ପାଦ ପଡିନଥିବା ଆଭିଯୋଗ କରିଛନ୍ତି ଗ୍ରାମବାସୀ । ନିଜ ହକ୍ ମାଗି ମାଗି ଥକି ଗଲେନି, ତଥାପି କେହି ଶୁଣୁ ନାହାଁନ୍ତି ।

ସେପଟେ ଜନପ୍ରତିନିଧି କହିଛନ୍ତି, ‘‘ଦୁର୍ଗମ ଅଞ୍ଚଳର ରାସ୍ତା ନିର୍ମାଣ ପାଇଁ ସରକାରଙ୍କ ପ୍ରୟାସ ଚାଲିଛି। ପାନୀୟ ଜଳ ଓ ରାସ୍ତା ଯୋଗାଇ ଦେବାକୁ କାର୍ଯ୍ୟ ଯାରି ରହିଛି। ସରକାର ଗାଁର ଉନ୍ନତି କରିବାରେ ହେଳା କରିନାହିଁନ୍ତି ।"

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.