କଳାହାଣ୍ଡି: ଭିଜିଲାନ୍ସ ଜାଲରେ ୱେସ୍କୋ କନିଷ୍ଠ କିରାଣୀ । କଳାହାଣ୍ଡି ଜିଲ୍ଲାର ବିଜୁଳି ବିଭାଗର ଉପଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟର କନିଷ୍ଠ କିରାଣୀ ଅଜିତ କୁମାର ମିଶ୍ର ବିଜୁଳି ଉପଭୋକ୍ତା ସରୋଜ କୁମାର ପାଢୀଙ୍କଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କଳାହାଣ୍ଡି ଭିଜିଲାନ୍ସ ହାତରେ ଧରାପଡିଛନ୍ତି ।
ଗୁରୁବାର ଦିନ ୧୨ ଟାରେ ବିଜୁଳି ଉପଭୋକ୍ତା ଗୋପୀନାଥ ପୁରର ଶାନ୍ତନୁ ପାଢ଼ୀଙ୍କ ଏରୀୟର ବିଲ ୩୦ହଜାର ଟଙ୍କା ଥିବା ବେଳେ ତାକୁ ୧୦ହଜାର ଟଙ୍କା କରିଦେବାକୁ ଲାଞ୍ଚ ମାଗିଥିଲେ କିରାଣୀ ଅଜିତ । ଆଜି ତାଙ୍କ ପୁଅ ସରୋଜ ପାଢ଼ୀ ୫ ହଜାର ଟଙ୍କା କିରାଣୀ ଅଜିତ ମିଶ୍ରଙ୍କୁ ବିଭାଗୀୟ ଅଫିସ ମଧ୍ୟରେ ଦେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ । ଏହି ଚଢ଼ାଉରେ ଡିଏସପି ସତ୍ୟବାନ ମହାନନ୍ଦ ଓ ଟିମ ଅଜିତଙ୍କୁ ଧରି ଅଧିକ ତଦନ୍ତ ପାଇଁ ନେଇଛନ୍ତି ।
କଳାହାଣ୍ଡିରୁ ଅଜିତ୍ ସିଂ, ଇଟିଭି ଭାରତ