କଳାହାଣ୍ଡି: ଭିଜିଲାନ୍ସ ଜାଲରେ ଜିଲ୍ଲା ଯୋଗାଣ ଅଧିକାରୀ ଶିବ ପ୍ରସାଦ ଦୌରା । ଗାଡିରୁ ଜବତ୍ ହେଲା ନଗଦ 1 ଲକ୍ଷ 10 ହଜାର ଟଙ୍କା । ଗାଡିରେ ଥିବା ଟଙ୍କା କାହାର ବୋଲି ପ୍ରଶ୍ନ କରାଯିବାରୁ ଯୋଗାଣ ଅଧିକାରୀଙ୍କ ପାଖରେ ଉତ୍ତର ନଥିଲା । ତେବେ ତାଙ୍କୁ ଭିଜଲାନ୍ସ ଅଫିସରେ ଅଟକ ରଖାଯାଇ ଜେରା କରାଯାଉଛି ।
ବୁଧବାର ପ୍ରାୟ ଅପରାହ୍ନରେ ଶିବ ପ୍ରସାଦ ନଗଦ 1 ଲକ୍ଷ 10 ହଜାର ଟଙ୍କା ନେଇ ଅଫିସରୁ ନିଜ ଭଡା ଘର ହିଲ୍ ଟାଉନକୁ ଯାଉଥିଲେ । ଭିଜିଲାନ୍ସ ବିଭାଗ ବିଶେଷ ସୂତ୍ରରୁ ଖବର ପାଇ ତାଙ୍କୁ ଅଧା ରାସ୍ତାରେ ଅଟକାଇ ଟଙ୍କା କେଉଁଠୁ ଆସିଲା ବୋଲି ପ୍ରଶ୍ନ କରିଥିଲା । ଯୋଗାଣ ଅଧିକାରୀ ଉତ୍ତର ଦେଇ ନ ପାରିଥିବାରୁ ତାଙ୍କୁ ଭିଜିଲାନ୍ସ ଅଫିସରେ ଅଟକ ରଖାଯାଇ ଅଧିକ ତଦନ୍ତ ଚାଲିଥିବା କହିଛନ୍ତି ଭିଜିଲାନ୍ସ DSP ସତ୍ୟବାନ ମହାନନ୍ଦ ।
କଳାହାଣ୍ଡିରୁ ଅଜିତ୍ କୁମାର ସିଂ, ଇଟିଭି ଭାରତ