ETV Bharat / state

ଲକ୍ଷେ ଟଙ୍କା ଲାଞ୍ଚ ନେଉଥିଲେ CDPO, ମାଡିବସିଲା ଭିଜିଲାନ୍ସ

author img

By

Published : Oct 25, 2021, 12:11 PM IST

କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର CDPOଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ ଟିମ । ଅଧିକ ପଢନ୍ତୁ...

ଭିଜିଲାନ୍ସ ଜାଲରେ ଥୁଆମୂଳ ରାମପୁର CDPO
ଭିଜିଲାନ୍ସ ଜାଲରେ ଥୁଆମୂଳ ରାମପୁର CDPO

ଭବାନୀପାଟଣା: ଭିଜିଲାନ୍ସ କବଜାରେ ଜିଲ୍ଲାର ଥୁଆମୂଳ ରାମପୁର ସିଡିପିଓ ପୁଷ୍ପାଞ୍ଜଳି ରଥ । ସେ ୧ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ବିଭାଗର ସ୍ବତନ୍ତ୍ର ଟିମ ଖବର ପାଇ ତାଙ୍କ ବାସଭବନରେ ଚଢାଉ କରିଥିବା ଜଣାପଡ଼ିଛି ।

ଭିଜିଲାନ୍ସ ଜାଲରେ ଥୁଆମୂଳ ରାମପୁର CDPOଭିଜିଲାନ୍ସ ଜାଲରେ ଥୁଆମୂଳ ରାମପୁର CDPO

ସୂଚନା ଅନୁଯାୟୀ ଥୁଆମୂଳ ରାମପୁର ବ୍ଲକ ମେଲରଫା ଅଙ୍ଗନବାଡି କେନ୍ଦ୍ର କର୍ମୀ ନିଯୁକ୍ତି କରାଇ ଦେବା ପାଇଁ ଆଶାୟୀ ପ୍ରାର୍ଥୀଙ୍କୁ ୧ ଲକ୍ଷ ଲାଞ୍ଚ ମାଗିଥିଲେ।ଏନେଇ ପ୍ରାର୍ଥୀ ଜଣକ ଭିଜିଲାନ୍ସ ବିଭାଗର ଦ୍ବାରସ୍ଥ ହୋଇଥିଲା ।

ଅଭିଯୋଗ ପାଇବା ପରେ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରି ଆଜି CDPO ୧ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଜୟପୁର ଭିଜିଲାନ୍ସ ଟିମ ଚଢ଼ାଉ କରିବା ସହ ସିଡିପିଓଙ୍କ ଠାରୁ ରଙ୍ଗବୋଲା ଟଙ୍କା ଜବତ କରି ସିଡିପିଓ ଭବାନୀପାଟଣା ସ୍ଥିତ ବାସ ଭବନରେ ଚଢ଼ାଉ ଜାରି ରଖିଛି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.