କଳାହାଣ୍ଡି: ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ସରପଞ୍ଚଙ୍କ ଘର ଓ ପଞ୍ଚାୟତ କାର୍ଯ୍ୟାଳୟରେ ଭିଜିଲାନ୍ସର ଚଢାଉ । କର୍ଲାମୁଣ୍ଡା ବ୍ଲକ ରିଞ୍ଜା ପଞ୍ଚାୟତ ସରପଞ୍ଚ ଭୋଜବନ୍ତୀ ସାହୁଙ୍କ ବାସଗୃହ ଓ ପଞ୍ଚାୟତ କାର୍ଯ୍ୟାଳୟରେ ଚଢାଉ ଜାରି ରଖିଛି ଭିଜିଲାନ୍ସ ।
ସରପଞ୍ଚଙ୍କ ପାଖରେ ଆୟ ବହିର୍ଭୂତ ସମ୍ପତ୍ତି ଥିବା ଖବର ପାଇ କଳାହାଣ୍ଡି ଭିଜିଲାନ୍ସ ଡିଏସପି ସତ୍ୟବାନ ମହାନନ୍ଦଙ୍କ ନେତୃତ୍ଵରେ ଚଢାଉ କରିଛି ଟିମ । ସରପଞ୍ଚଙ୍କ ବିରୋଧରେ ସରକାରୀ ଯୋଜନାର ଅନୁଦାନ ଦୁର୍ନୀତି କରି ସମ୍ପତ୍ତି ଠୁଳ ଅଭିଯୋଗ ହୋଇଥିଲା ।
କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ