ETV Bharat / state

ବିଇଓ ଅଫିସ ଆକାଉଣ୍ଟାଣ୍ଟ ଟଙ୍କା ହଡ଼ପ ଘଟଣା, ଜମିକିଣାକୁ ନେଇ ଭିଜିଲାନ୍ସର ତନାଘନା - ଜମିକିଣାକୁ ନେଇ ଭିଜିଲାନ୍ସର ତନାଘନା

କଳାହାଣ୍ଡି ଭବାନୀପାଟଣା ସଦର ବ୍ଲକ ବିଇଓ ଅଫିସ ଆକାଉଣ୍ଟାଣ୍ଟ ସୁଚିସ୍ମିତା ସୁଆର ଟଙ୍କା ହଡ଼ପ ଘଟଣା । ଜମି କିଣାକୁ ନେଇ ତନାଘନା ଆରମ୍ଭ କଲା ଭିଜିଲାନ୍ସ । ଅଧିକ ପଢନ୍ତୁ

ବିଇଓ ଅଫିସ ଆକାଉଣ୍ଟାଣ୍ଟ ଟଙ୍କା ହଡ଼ପ ଘଟଣା, ଜମିକିଣାକୁ ନେଇ ଭିଜିଲାନ୍ସର ତନାଘନା

author img

By

Published : Oct 27, 2022, 10:35 PM IST

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ବ୍ଲକ ବିଇଓ ଅଫିସ ଆକାଉଣ୍ଟାଣ୍ଟ ସୁଚିସ୍ମିତା ସୁଆର ଟଙ୍କା ହଡ଼ପ ଘଟଣା । ଆଜି (ଗୁରୁବାର) ଭିଜିଲାନ୍ସ ପକ୍ଷରୁ ବେହେରାଗୁଡ଼ା ମୌଜାରେ ଥିବା ୧୦ ଡିସିମିଲ ଜମିକୁ ନେଇ ତନାଘନା ଆରମ୍ଭ କରିଛି ଭିଜିଲାନ୍ସ ବିଭାଗ । ତଦନ୍ତ ବେଳେ ଭିଜିଲାନ୍ସ ହାତରେ ଜମି କିଣାବିକାକୁ ନେଇ ଅନେକ ତଥ୍ୟ ଲାଗିଥିବା ଜଣାପଡ଼ିଛି ।

ମନ୍ଦାର ବଗିଚା ପଡ଼ାର ପ୍ରତିମା ପାଢ଼ୀଙ୍କଠାରୁ ଏହି ଜାଗା କିଣି ଥିବା ଯୋଗୁଁ ତାଙ୍କ ସ୍ଵାମୀ ଗୌରଚନ୍ଦ୍ର ଠାକୁରଙ୍କୁ ଜେରା କରିଥିଲା ଭିଜିଲାନ୍ସ ବିଭାଗ । ଜାଗା କିଣିବା ପାଇଁ ୧୮ ଲକ୍ଷ ଟଙ୍କା ନଗଦ ରାଶି ଜମି ମାଲିକ ଓ ମଧ୍ୟସ୍ଥିଙ୍କୁ ପ୍ରଦାନ କରିଥିବା ଭଳି ଅନେକ ତଥ୍ୟ ଭିଜିଲାନ୍ସ ବିଭାଗ ହାତରେ ଲାଗିଥିବା ଜଣାପଡିଛି । ଭବାନୀପାଟଣା ସଦର ବ୍ଳକ ବିଇଓ ଅଫିସ ଆକାଉଣ୍ଟାଣ୍ଟ ସୁଚିସ୍ମିତାଙ୍କ ବେହେରାଗୁଡ଼ା ମୌଜାରେ ଥିବା ୧୦ ଡିସିମିଲ ଜାଗାର ତଦନ୍ତ ଭିଜିଲାନ୍ସ ପକ୍ଷରୁ କରାଯାଇଥିବା ବେଳେ ବେହେରାଗୁଡ଼ା ମୌଜାର ପ୍ଳଟ ନଂ-୧୩୨/୧୫୨୧ ଫଟାମୁଣ୍ଡା ଆଟ ଜମିରେ ୧୦ ଡିସିମିଲ ଜମି କିଣିଥିଲେ ସୁଚିସ୍ମିତା ।

ଏହା ବି ପଢନ୍ତୁ- ରେଳ ଷ୍ଟେସନରେ ଯୁବକଙ୍କୁ ଛୁରାମାଡ଼, ଅଭିଯୁକ୍ତ ଗିରଫ

ଗତ ମାର୍ଚ୍ଚ ୯ ତାରିଖରେ ଭବାନୀପାଟଣା ସହରର ମନ୍ଦାର ବଗିଚାପଡ଼ାର ପ୍ରତିମା ପାଢ଼ୀଙ୍କଠାରୁ ୧୦ ଡିସିମିଲ ଜାଗା ସୁଚିସ୍ମିତା ଓ ତାଙ୍କ ମା' ସ୍ବପ୍ନା ସୁଆରଙ୍କ ନାମରେ କିଣା କିଣାଯାଇଥିବା ବେଳେ ୧୫ ଲକ୍ଷ ଟଙ୍କା ନଗଦ ରାଶି ତାଙ୍କୁ ପ୍ରଦାନ କରିଥିଲେ । ପ୍ରଥମ ପର୍ଯ୍ୟାୟରେ ୫ ଲକ୍ଷ ଓ ଦ୍ବିତୀୟ ପର୍ଯ୍ୟାୟରେ ୧୦ ଲକ୍ଷ ଟଙ୍କା ଜମି ମାଲିକଙ୍କୁ ପ୍ରଦାନ କରିଥିଲେ। ଏହି ଜମି କିଣାରେ ମଧ୍ୟସ୍ଥିମାନଙ୍କୁ ୩ ଲକ୍ଷ ଟଙ୍କା ନଗଦ ରାଶି ପ୍ରଦାନ କରିଥିଲେ। ଭିଜିଲାନ୍ସ ପକ୍ଷରୁ ଆଜି ଜାଗା ମାଲିକ ପ୍ରତିମା ପାଢ଼ୀଙ୍କ ସ୍ବାମୀ ଗୌରଚନ୍ଦ୍ର ଠାକୁରଙ୍କୁ ଜେରା କରାଯାଇଥିଲା ।

ସଦର ବ୍ଲକର ଏକ୍ସ କ୍ୟାଡରମାନଙ୍କ ଦରମା ଟଙ୍କାକୁ ହଡ଼ପ କରି ସୁଚିସ୍ମିତା ନିଜ ନାଁରେ ଓ ତାଙ୍କ ମା'ଙ୍କ ନାମରେ ମିଳିତ ଭାବରେ ଜାଗା କ୍ରୟ କରିଥିଲେ। ଜମି ରେଜିଷ୍ଟ୍ରେସନରେ କିଭଳି ଏତେ ପରିମାଣର ନଗଦ ଟଙ୍କା ପ୍ରଦାନ କରାଯାଇଥିଲା । ଏନେଇ ଭିଜିଲାନ୍ସ ପକ୍ଷରୁ ଖୋଳତାଡ଼ ଆରମ୍ଭ ହୋଇଛି । ଆଜି ଦିନ ତମାମଏହି ୧୦ ଡିସିମିଲ ଜାଗା ଉପରେ ଗୌରଚନ୍ଦ୍ର ଠାକୁରଙ୍କୁ ଜେରା କରାଯାଇଥିଲା । ଦିନକୁ ଦିନ ସୁଚିସ୍ମିତାଙ୍କ କଳା କାରନାମାର ସାମ୍ରାଜ୍ୟର ଗୁମର ଖୋଲିବାରେ ଲାଗିଛି । କିନ୍ତୁ ପୋଲିସ ପକ୍ଷରୁ ଏ ପର୍ଯ୍ୟନ୍ତ ସୁଚିସ୍ମିତାଙ୍କୁ ଗିରଫ କରାଯାଇ ନଥିବା ଘଟଣା ସାଧାରଣରେ ଆଲୋଡ଼ନ ସୃଷ୍ଟି ହୋଇଛି। ପୋଲିସ କେବେ ସୁଚିସ୍ମିତାଙ୍କ ଟେର ପାଇବ ସାଧାରଣରେ ଉତ୍ସୁକତା ପ୍ରକାଶ ପାଇଛି।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.