ETV Bharat / state

କଳାହାଣ୍ଡିରେ କୋରୋନା ଚିହ୍ନଟ ପରେ ଅଘୋଷିତ ସଟଡାଉନ ଦୃଶ୍ୟ... - View of the kalahndi announced shutdown

କଳାହାଣ୍ଡି ଜିଲ୍ଲାରେ କୋରୋନା ପଜିଟିଭ ଚିହ୍ନଟ ପରେ ଅଘୋଷିତ ସଟଡାଉନର ଦୃଶ୍ୟ ଦେଖିବାକୁ ମିଳିଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

କୋରୋନା ଚିହ୍ନଟ ପରେ ଆଘୋଷିତ ସଟଡାଉନର ଦୃଶ୍ୟ
କୋରୋନା ଚିହ୍ନଟ ପରେ ଆଘୋଷିତ ସଟଡାଉନର ଦୃଶ୍ୟ
author img

By

Published : Apr 6, 2020, 7:31 PM IST

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ କୋରୋନା ପଜିଟିଭ ଚିହ୍ନଟ ପରେ ଭୟରେ ଆତଙ୍କିତ ହୋଇଛନ୍ତି ଜିଲ୍ଲାବାସୀ । ତେବେ ଜିଲ୍ଲାରେ ଜଣେ କୋରୋନା ପଜିଟିଭ ଚିହ୍ନଟ ହେବା ପରେ ଭବାନୀପାଟଣା ସହରରେ ଦେଖିବାକୁ ମିଳିଥିଲା ଅଘୋଷିତ ସଟଡାଉନର ଦୃଶ୍ୟ । ଜିଲ୍ଲାରେ ଲକଡାଉନ ବଲବତ୍ତର ରହିଥିବା ବେଳେ ସକାଳ ୬ ଠାରୁ ଦିନ ୧୧ ଟା ଯାଏଁ ପନିପରିବା ତେଜରାତି ଦୋକାନ ସହ ଔଷଧ ଦୋକାନ ଖୋଲା ରହୁଛି ।

କୋରୋନା ଚିହ୍ନଟ ପରେ ଆଘୋଷିତ ସଟଡାଉନର ଦୃଶ୍ୟ

ସେହିପରି କୋରୋନା ପଜିଟିଭ ଚିହ୍ନଟ ଖବର ପ୍ରଚାର ହେବା ପରେ ଗତ ୨୪ ଘଣ୍ଟାରେ ବଦଳି ଯାଇଥିଲା ଭବାନୀପାଟଣା ସହରର ଦୃଶ୍ୟ । କାଁ ଭାଁ ଗୋଟିଏ କିମ୍ବା ଦୁଇଟି ତେଜରାତି ଦୋକାନ, ଔଷଧ ଦୋକାନ ଖୋଲା ରହିଥିବା ବେଳେ ରାସ୍ତାଘାଟ ସହର ବଜାର ସବୁ ଖାଁ ଖାଁ । କହିବାକୁ ଗଲେ ଅଘୋଷିତ ସଟଡାଉନର ଏହା ଏକ ଦୃଶ୍ୟ । ଏସବୁ ଭିତରେ ଆଜି ପ୍ରଶାସନ ପକ୍ଷରୁ କଡ଼ାକଡ଼ି ଭାବେ ସାମାଜିକ ଦୂରତ୍ବକୁ ସହରବାସୀ ବଜାୟ ରଖିବା ପାଇଁ ଡ଼ାକବାଜି ଯନ୍ତ୍ର ଯୋଗେ ପ୍ରଚାର କରାଯାଇଥିଲା ।

କୋରୋନା ଚିହ୍ନଟ ପରେ ଆଘୋଷିତ ସଟଡାଉନର ଦୃଶ୍ୟ
କୋରୋନା ଚିହ୍ନଟ ପରେ ଆଘୋଷିତ ସଟଡାଉନର ଦୃଶ୍ୟ

କଳାହାଣ୍ଡିରୁ ଅଜିତ ସିଂହ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.