ETV Bharat / state

କର୍ଲାପାଟ ସଂରକ୍ଷିତ ଜଙ୍ଗଲରୁ ଅଜଣା ବୃଦ୍ଧଙ୍କ ମୃତଦେହ ଉଦ୍ଧାର - କର୍ଲାପାଟ ସଂରକ୍ଷିତ ଜଙ୍ଗଲ ନ୍ୟୁଜ

କଳାହାଣ୍ଡି ଜିଲ୍ଲା ସଦର ଥାନା ଅନ୍ତର୍ଗତ ମିରଖାଲ ଗାଁ ନିକଟରେ ଥିବା କର୍ଲାପାଟ ସଂରକ୍ଷିତ ଜଙ୍ଗଲରୁ ଜଣେ ଅଜଣା ବୃଦ୍ଧଙ୍କ ମୃତଦେହ ଉଦ୍ଧାର । ଅଧିକ ପଢନ୍ତୁ

ଅଜଣା ବୃଦ୍ଧଙ୍କ ମୃତଦେହ ଉଦ୍ଧାର,ପରିଚୟ ଖୋଜୁଛି ପୋଲିସ।
The body of an unidentified man was rescue_
author img

By

Published : May 31, 2022, 7:47 AM IST

ଭବାନୀପାଟଣା: ଅଜଣା ବୃଦ୍ଧଙ୍କ ମୃତଦେହ ଉଦ୍ଧାର । କଳାହାଣ୍ଡି ଜିଲ୍ଲା ସଦର ଥାନା ଅନ୍ତର୍ଗତ ମିରଖାଲ ଗାଁ ନିକଟରେ ଥିବା କର୍ଲାପାଟ ସଂରକ୍ଷିତ ଜଙ୍ଗଲରୁ ଜଣେ ବୃଦ୍ଧଙ୍କ ମୃତଦେହକୁ ଉଦ୍ଧାର କରିଛି ପୋଲିସ । ଘଞ୍ଚ ଜଙ୍ଗଲରୁ ଅଜଣା ବୃଦ୍ଧଙ୍କ ମୃତ ଦେହ ମିଳିବାପରେ ମୃତ୍ୟୁକ କାରଣ ଖୋଜୁଛି ପୋଲିସ । ତେବେ ବୃଦ୍ଧଙ୍କ ପରିଚୟ ଅସ୍ପଷ୍ଟ ରହିଛି । ସୂଚନା ଅନୁଯାୟୀ, ମିରଖାଲ ଗ୍ରାମର କିଛି ବ୍ୟକ୍ତି ଜଙ୍ଗଲକୁ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ ପାଇଁ ଯାଉଥିବା ସମୟରେ ବୃଦ୍ଧଙ୍କ ମୃତଦେହ ଦେଖି ଗ୍ରାମବାସୀଙ୍କୁ ଖବର ଦେଇଥିଲେ ।

ପରେ ଗ୍ରାମବାସୀ ପକ୍ଷରୁ ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲେ । ଜଙ୍ଗଲରେ ବୃଦ୍ଧଙ୍କ ମୃତଦେହ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି । ସେପଟେ ବୃଦ୍ଧଙ୍କ ପରିଚୟ ମିଳି ପାରିନଥିବାରୁ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.