ETV Bharat / state

ରାଜ ରାସ୍ତାରେ ଗର୍ଜିଲେ ଶିକ୍ଷକ

ରାଜରାସ୍ତାରେ ଗର୍ଜିଲେ ଶହଶହ ଶିକ୍ଷକ । ନିଜର ଅଧିକାରୀ ପାଇଁ ଚାଲିଛି ଲଢେଇ । ବ୍ଲାକ ବୋର୍ଡ ଛାଡି ହାତରେ ପ୍ଲାକାର୍ଡ ଧରିଛନ୍ତି ଶହ ଶହ ଶିକ୍ଷକ । ଅଧିକ ପଢ଼ନ୍ତୁ

author img

By

Published : Nov 21, 2022, 9:13 AM IST

ରାଜ ରାସ୍ତାରେ ଗର୍ଜିଲେ ଶିକ୍ଷକ
ରାଜ ରାସ୍ତାରେ ଗର୍ଜିଲେ ଶିକ୍ଷକ

ଭବାନୀପାଟଣା: ରାଜରାସ୍ତାରେ ଗର୍ଜିଲେ ଶହଶହ ଶିକ୍ଷକ । ନିଜର ଅଧିକାରୀ ପାଇଁ ଚାଲିଛି ଲଢେଇ । ବ୍ଲାକ ବୋର୍ଡ ଛାଡି ହାତରେ ପ୍ଲାକାର୍ଡ ଧରିଛନ୍ତି ଶହଶହ ଶିକ୍ଷକ । କଳାହାଣ୍ଡି ଜିଲ୍ଲାର ସମସ୍ତ ୧୩ ଗୋଟି ବ୍ଲକରେ ଆଜି ପ୍ରାଥମିକ ଶିକ୍ଷକମାନେ ରାଜ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିଛନ୍ତି । ବର୍ଷବର୍ଷ ଧରି ଶିକ୍ଷକ ମାନଙ୍କ ବିଭିନ୍ନ ପ୍ରକାରର ସମସ୍ୟା ଲାଗି ରହିଥିବା ବେଳେ ରାଜ୍ୟସରକାର ସେମାନଙ୍କ ଦାବିକୁ ଗୁରୁତ୍ଵ ଦେଉ ନଥିବା ଅଭିଯୋଗ ଆଣିଛନ୍ତି ପ୍ରାଥମିକ ଶିକ୍ଷକ ।

ରାଜ ରାସ୍ତାରେ ଗର୍ଜିଲେ ଶିକ୍ଷକ
ପୁରୁଣା ପେନସନ ବ୍ୟବସ୍ଥା ଲାଗୁ କରିବା ଓ ଚୁକ୍ତି ଭିତ୍ତିକ ପ୍ରଥା ଉଚ୍ଛେଦ କରାଯାଇ ଥିବା ବେଳେ ତାହାକୁ ପ୍ରାଥମିକ ଶିକ୍ଷକମାନଙ୍କ ପାଇଁ ଲାଗୁ କରାଗଲା ନାହିଁ । ସେହିପରି ୬ବର୍ଷ ଚାକିରି କରିଥିବା ଶିକ୍ଷା ସହାୟିକାମାନଙ୍କୁ ମୂଳ ଚାକିରିରେ ଗଣନା କରିବା ଆଦି ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ହଜାର ହଜାର ଶିକ୍ଷକ ।

ଏନେଇ ଧର୍ମଗଡ଼, ଭବାନୀପାଟଣା ଭଳି ଜିଲ୍ଲାର ସମସ୍ତ ବ୍ଲକରେ ବିକ୍ଷୋଭ ପ୍ରଦର୍ଶନ କରିବାସହ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ସମସ୍ତ ବିଇଓଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରିଛନ୍ତି । ତେଣୁ ଯଥାଶୀଘ୍ର ରାଜ୍ୟସରକାର ଶିକ୍ଷକଙ୍କ ଦାବିକୁ ପୂରଣ ନକଲେ ଆସନ୍ତା ଦିନରେ ରାଜ୍ୟ ବ୍ୟାପି ଆନ୍ଦୋଳନ ସହ ରାଜଧାନୀରେ ଆନ୍ଦୋଳନ ତୀବ୍ର ହେବ ବୋଲି ଆନ୍ଦୋଳନକାରୀ ଶିକ୍ଷକମାନେ ଚେତାବନୀ ଦେଇଛନ୍ତି।

ସୂଚନାନୁସାରେ 2013 ମସିହାରୁ ଯେଉଁ ଠିକା ନିଯୁକ୍ତିରେ ଶିକ୍ଷକମାନେ ନିଯୁକ୍ତି ପାଇଥିଲେ ସେମାନଙ୍କ ଉପରୁ ଠିକା ନିଯୁକ୍ତି ଉଠାଇଛନ୍ତି ସରକାର । କିନ୍ତୁ 2001 ମସିହାରୁ ଯେଉଁ ଶିକ୍ଷକମାନେ ନିଯୁକ୍ତି ପାଇଥିଲେ ସେମାନଙ୍କୁ ସରକାର ଉପେକ୍ଷା କରିଛନ୍ତି ବୋଲି କହିଛି ସଂଘ । ସେହିପରି କେନ୍ଦ୍ରୀୟ ହାରରେ ସରକାର ଦରମା ଦେଉନାହାଁନ୍ତି । ପୁରୁଣା ପେନସନର ପୁନଃ ପ୍ରଚଳନ କରିବା ପାଇଁ ଦାବି ରଖିଛି ସଂଘ।

ନିକଟରେ ରାଜ୍ୟ ସରକାର ଚୁକ୍ତି ଭିତ୍ତିକ ନିଯୁକ୍ତି ଉଚ୍ଛେଦ କରି ସ୍ଥାୟୀ ନିଯୁକ୍ତିରେ ପରିବର୍ତ୍ତନ କରିଛନ୍ତି । ଫଳରେ ରାଜ୍ୟରେ ହଜାର ହଜାର ସଂଖ୍ୟାର କର୍ମଚାରୀ ସ୍ଥାୟୀ ନିଯୁକ୍ତିର ସୁଯୋଗ ପାଇଛନ୍ତି । ମାତ୍ର ବିଭିନ୍ନ ସ୍କୁଲ ମାନଙ୍କରେ ଶିକ୍ଷାଦାନ ଦେଉଥିବା ଜିଲ୍ଲା ପରିଷଦ ମାଧ୍ୟମରେ ଚୁକ୍ତି ଭିତ୍ତିକ ପ୍ରାଥମିକ ଶିକ୍ଷକଙ୍କ କଥା ସରକାର ଭୁଲି ଯାଇଛନ୍ତି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.