ଭବାନୀପାଟଣା: କେନାଲରେ ବୁଡି ପ୍ରାଣ ହାରଇଲେ ଦୁଇ ଭଉଣୀ । ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ଚାଚିଗୁଡା ଗାଁରେ । ବୁଧବାର ସକାଳେ ଦୁହେଁ ଗାଁ ନିକଟ ଇନ୍ଦ୍ରାବତୀ ମେଗା ଲିଫ୍ଟ କେନାଲକୁ ଗାଧୋଇବାକୁ ଯାଇଥିବା ବେଳେ ପାଣିର ପ୍ରଖର ସ୍ରୋତରେ ଭାସି ଯାଇଥିଲେ ।
ପରେ ଗାଁ ଲୋକେ ପୋଲିସକୁ ଖବର ଦେବାପରେ ଘଟଣା ସ୍ଥଳେରେ ପୋଲିସ ପହଞ୍ଚି ପାଣିରେ ବୁଡି ଯାଇଥିବା ଦୁଇ ଭଉଣୀଙ୍କୁ ଉଦ୍ଧାର କରିଥିଲା । ମୃତକ ଦୁଇ ଭଉଣୀ ହେଲେ ଯାଜ୍ଞସେନୀ ପୁଝାରୀ ଓ ପ୍ରିୟଙ୍କ ପୁଝାରୀ ।
ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ବାତାବରଣ ଦେଖାଦେଇଛି । ପୋଲିସ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି ।
କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ