ETV Bharat / state

ଦୀର୍ଘଦିନର ଦାବି ହେଲା ପୂରଣ: 2 ମୋଟର ବୋଟର ଶୁଭାରମ୍ଭ, ଇନ୍ଦ୍ରାବତୀ ବୁଡି ଅଞ୍ଚଳରେ ଖୁସିର ଲହରୀ - ଇନ୍ଦ୍ରାବତୀ ବୁଡି ଅଞ୍ଚଳ

ଦୀର୍ଘଦିନର ଦାବି ପରେ ଶେଷରେ ଇନ୍ଦ୍ରାବତୀ ବୁଡି ଅଞ୍ଚଳବାସୀଙ୍କ ପାଇଁ ଚାଲିଲା ମୋଟର ବୋଟ ।

ଇନ୍ଦ୍ରାବତୀ ବୁଡି ଅଞ୍ଚଳବାସୀଙ୍କ ପାଇଁ ଚାଲିଲା 2ଟି ମୋଟର ବୋଟ
author img

By

Published : Nov 11, 2019, 3:18 PM IST

କଳାହାଣ୍ଡି: ଇନ୍ଦ୍ରାବତୀ ବୁଡି ଅଞ୍ଚଳବାସୀଙ୍କ ପାଇଁ ଦୁଇଟି ମୋଟର ଚାଳିତ ବୋଟର ଶୁଭାରମ୍ଭ କରାଯାଇଛି । ଦୀର୍ଘଦିନରୁ ବୁଡି ଅଞ୍ଚଳବାସୀଙ୍କ ଦାବିକୁ ଗ୍ରହଣ କରି ଆଇଏପି ଅନୁଦାନରେ ଏହି ଡ଼ଙ୍ଗାକୁ ଲୋକାର୍ପଣ କରାଯାଇଛି ।

ଏହି ଅବସରରେ ଥୁଆମୂଳ ରାମପୁର ବ୍ଲକ ତଳନାଗି ପଞ୍ଚାୟତଠାରେ ଆଇଟିଡିଏ ପକ୍ଷରୁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏଥିରେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ଏବଂ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ୍ତ ଦିଶାରୀ ଯୋଗଦେଇ ଏହି ମୋଟର ବୋଟର ଶୁଭାରମ୍ଭ କରିଥିଲେ । ବୁଡି ଅଞ୍ଚଳବାସୀଙ୍କ ସ୍ବାର୍ଥ ଦୃଷ୍ଟିରୁ ଖୁବ ଶୀଘ୍ର ଆହୁରି ଦୁଇଗୋଟି ମୋଟର ବୋଟ ପ୍ରଦାନ କରାଯିବ ବୋଲି ବିଧାୟକ ପ୍ରଦୀପ ଦିଶାରୀ ପ୍ରକାଶ କରିଥିଲେ । ତେବେ ମୋଟର ବୋଟ ଚାଲିବା ପରେ ବୁଡି ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି ।

ଇନ୍ଦ୍ରାବତୀ ବୁଡି ଅଞ୍ଚଳବାସୀଙ୍କ ପାଇଁ ଚାଲିଲା 2ଟି ମୋଟର ବୋଟ

ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଇନ୍ଦ୍ରାବତୀ ଜଳଭଣ୍ଡାରରେ ବୁଡି ଅଞ୍ଚଳରେ ବାସ କରନ୍ତି 18ଟି ଗାଁ । ଏମାନଙ୍କ ପାଇଁ ଡଙ୍ଗା ହିଁ ଏକମାତ୍ର ସାହା ଭରସା । ଇନ୍ଦ୍ରାବତୀ ସ୍ଥାପନ ହେଲାଦିନଠାରୁ ଦୀର୍ଘ ୪୦ ବର୍ଷ ହେଲା ଏହି ବୁଡି ଅଞ୍ଚଳବାସୀ ଏହିଭଳି ଜଳଭଣ୍ଡାରରେ ଡଙ୍ଗାରେ ଯିବା ଆସିବା କରିଥାନ୍ତି । ପିଡ଼ିଏସ ଚାଉଳ ପାଇଁ ହେଉ କିମ୍ବା ନିଜର ଦୈନନ୍ଦିନ ପେଟ ପାଟଣା ପାଇଁ ଜଳଭଣ୍ଡାର ଦେଇ ଅରପାରିକୁ ଆସିଥାନ୍ତି ଏମାନେ । ତେବେ ଅନେକ ଥର ଦେଖାଦେଇଛି ଜଳଭଣ୍ଡାରରେ ଡଙ୍ଗାରେ ଯିବା ଆସିବା କରୁଥିବାବେଳେ ବିଭିନ୍ନ ସମୟରେ ଡଙ୍ଗାବୁଡିରେ ବହୁ ଲୋକଙ୍କ ଜୀବନ ହାନି ମଧ୍ୟ ହୋଇଛି । ତଥାପି ସରକାରଙ୍କ ପକ୍ଷରୁ କୌଣସି ସ୍ଥାୟୀ ପ୍ରତିକାର କରାଯାଉ ନଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ ।

କଳାହାଣ୍ଡିରୁ ଅଜିତ ସିଂହ, ଇଟିଭି ଭାରତ

Intro:କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଇନ୍ଦ୍ରାବତୀ ବୁଡି ଅଞ୍ଚଳ ବାସୀଙ୍କ ପାଇଁ ଦୁଇଗୋଟି ମୋଟର ଚାଳିତ ବୋଟ ର ଶୁଭାରମ୍ଭ କରାଯାଇଛି।ଏହି ଇନ୍ଦ୍ରାବତୀ ଜଳଭଣ୍ଡାର ରେ ବୁଡ଼ିଅଞ୍ଚଳରେ ୧୮ ଟି ଗାଁ ରହିଥିବା ବେଳେ ଏ ମାନଙ୍କ ଯାତାୟାତ ପାଇଁ ଡ଼ଙ୍ଗା ହିଁ ଏକମାତ୍ର ଭରଷା ।Body:ଦୀର୍ଘଦିନରୁ ବୁଡି ଅଞ୍ଚଳବାସୀଙ୍କ ଦାବିକୁ ଗ୍ରହଣ କରି ଆଏପି ଅନୁଦାନ ରେ ଏହି ଡ଼ଙ୍ଗାକୁ ଲୋକାର୍ପଣ କରାଯାଇଛି।ଏହି ଅବସରରେ ଥୁଆମୂଳ ରାମପୁର ବ୍ଲକ ତଳନାଗି ପାଞ୍ଚୟତ ଠାରେ ଆଇଟିଡିଏ ପକ୍ଷରୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା। ଏଥିରେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ଏବଂ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ୍ତ ଦିଶାରୀ ଯୋଗଦେଇ ଏହି ମୋଟର ବୋଟ ର ଶୁଭାରମ୍ଭ କରିଥିଲେ। ବୁଡି ଅଞ୍ଚଳ ବାସୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ଖୁବ ଶୀଘ୍ର ଆହୁରି ଦୁଇଗୋଟି ମୋଟର ବୋଟ ପ୍ରଦାନ କରାଯିବ ବୋଲି ଏହି ଅବସର ରେ ବିଧାୟକ ପ୍ରଦୀପ ଦିଶାରୀ ପ୍ରକାଶ କରିଥିଲେ। ଏହି ବୁଡି ଅଞ୍ଚଳ ବାସୀ ମାନେ ପିଡ଼ିଏସ ଚାଉଳ ପାଇଁ କିମ୍ବା ନିଜର ଦୈନନ୍ଦିନ ପେଟ ପାଟଣା ପାଇଁ ଜଳଭଣ୍ଡାର ଦେଇ ଅରପାରିକୁ ଆସିଥାନ୍ତି।Conclusion:ଇନ୍ଦ୍ରାବତୀ ସ୍ଥାପନ ହେଲାଦିନଠାରୁ ଦୀର୍ଘ ୪୦ ବର୍ଷ ହେଲା ଏହି ବୁଡି ଅଞ୍ଚଳ ବାସୀ ଏହିଭଳି ଜଳଭଣ୍ଡାର ରେ ଡଙ୍ଗାରେ ଯିବା ଆସିବା କରୁଥିବା ବେଳେ ବିଭିନ୍ନ ସମୟରେ ଡଙ୍ଗାବୁଡି ରେ ବହୁ ଲୋକଙ୍କ ଜୀବନ ହାନି ମଧ୍ୟ ହୋଇଛି ।ତଥାପି ସରକାରଙ୍କ ପକ୍ଷରୁ କୌଣସି ସ୍ଥାୟୀ ପ୍ରତିକାର କରାଯାଉ ନଥିବା ଅଭିଯୋଗ କରିଛନ୍ତି ଅଞ୍ଚଳ ବାସୀ।
ବାଇଟ ପ୍ରଦୀପ ଦିସାରୀ (ବିଧାୟକ ଲାଞ୍ଜିଗଡ଼)
ବାଇଟ-କନେକ କୁମାର ( ବୁଡି ଅଞ୍ଚଳ ବାସୀ)
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.