ETV Bharat / state

ସରକାରୀ ଅର୍ଥ ଆତ୍ମସାତ କରି ଜେଲ ଗଲେ ୨ ଦୁର୍ନୀତିଗ୍ରସ୍ତ ବନ ଅଧିକାରୀ - ଜେଲଗଲେ ଦୁର୍ନୀତିଗ୍ରସ୍ତ ସରକାରୀ ବାବୁ

ସରକାରୀ ଅର୍ଥ ଆତ୍ମସାତ କରି ଜେଲ ଗଲେ ୨ ଦୁର୍ନୀତିଗ୍ରସ୍ତ ବନ ଅଧିକାରୀ । ଦୁଇ ଅଧିକାରୀ ହେଲେ ଅତିରିକ୍ତ ପିସିସିଏଫ ଲଳିତେନ୍ଦୁ ଜେନା ଓ ଅବସରପ୍ରାପ୍ତ ପୂର୍ବତନ ଏସିଏଫ ସୁଶାନ୍ତ ସାମନ୍ତରାୟ । ଅଧିକ ପଢନ୍ତୁ

ଜେଲ ଗଲେ ୨ ଦୁର୍ନିତୀଗ୍ରସ୍ତ ବନ ଅଧିକାରୀ
ଜେଲ ଗଲେ ୨ ଦୁର୍ନିତୀଗ୍ରସ୍ତ ବନ ଅଧିକାରୀ
author img

By

Published : Mar 22, 2023, 12:05 PM IST

ଜେଲ ଗଲେ ୨ ଦୁର୍ନିତୀଗ୍ରସ୍ତ ବନ ଅଧିକାରୀ

ଭବାନୀପାଟଣା: ମହଙ୍ଗା ପଡିଲା ସରକାରୀ ଅର୍ଥକୁ ଆତ୍ମସାତ କରିବା । ଜେଲ ଗଲେ ଦୁର୍ନୀତିଗ୍ରସ୍ତ ସରକାରୀ ବାବୁ । କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡର ନର୍ଲା ବନ ବିଭାଗ ରେଞ୍ଜରେ ଦୁର୍ନୀତି କରି ହଟହଟା ହୋଇଛନ୍ତି । ଜାମିନ ନାମଞ୍ଜୁର ହେବା ପରେ ଜେଲ ଗଲେ ଅତିରିକ୍ତ ପିସିସିଏଫ ଲଳିତେନ୍ଦୁ ଜେନା ଓ ଅବସରପ୍ରାପ୍ତ ପୂର୍ବତନ ଏସିଏଫ ସୁଶାନ୍ତ ସାମନ୍ତରାୟ । ଅନ୍ୟ ଅଭିଯୁକ୍ତ ବନ କର୍ମଚାରୀ ଉପସ୍ଥିତ ନଥିବା ଜଣାପଡିଛି ।

କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡର ନର୍ଲା ବନ ବିଭାଗ ରେଞ୍ଜରେ ଦୁର୍ନୀତି କରି ହଟହଟା ହୋଇଛନ୍ତି ପୂର୍ବତନ ବନବାବୁ । ଅଭିଯୋଗ ପ୍ରମାଣିତ ହେବାପରେ ତାଙ୍କୁ ଜେଲକୁ ପଠାଇ ଦିଆଯାଇଛି । ସୂଚନାଅନୁସାରେ, ଆମ ଜଙ୍ଗଲ କାମ୍ପା ଯୋଜନା’ରେ ୨୦୧୫-୧୬ ଓ ୨୦୧୬-୧୭ ଆର୍ଥିକ ବର୍ଷରେ ନର୍ଲା ରେଞ୍ଜ ଅନ୍ତର୍ଗତ ଖେରାବାଣ୍ଡି, ନର୍ଲା ଓ ସର୍ଗିଗୁଡ଼ା ସମେତ ୩ଟି ବିଟ୍‌ର ୧୪୫୦ ହେକ୍ଟର ଜଙ୍ଗଲ ଜମିରେ ହୋଇଥିବା ବନୀକରଣରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା । ଏଥିରେ ବନବିଭାଗ ଉଚ୍ଚ ପଦାଧିକାରୀମାନେ ୨୩ ଲକ୍ଷ ୬୩ହଜାର ୯୪୦ଟଙ୍କା ଆତ୍ମସାତ କରିଥିବା ନେଇ ଲୋକାୟୁକ୍ତଙ୍କ ଠାରେ ଅଭିଯୋଗ ହୋଇଥିଲା । ଅଭିଯୋଗକ୍ରମେ ଲୋକାୟୁକ୍ତ ଭିଜିଲାନ୍ସ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଫଳରେ କଳାହାଣ୍ଡିର ପୂର୍ବତନ ଡିଏଫଓ ଲଳିତେନ୍ଦୁ ଜେନା ଓ ପୂର୍ବତନ ଏସିଏଫ ସୁଶାନ୍ତ ସାମନ୍ତରାୟ, ପୂର୍ବତନ ରେଞ୍ଜର ଅନ୍ତର୍ଯ୍ୟାମୀ ଦାସ, ପୂର୍ବତନ ଫରେଷ୍ଟର ସମ୍ପଦ କୁମାର, ଫରେଷ୍ଟ ଗାର୍ଡ ମାନସ ରଞ୍ଜନ ସାହୁ, ପୂର୍ବତନ ରେଞ୍ଜର ନୃତ୍ୟରାଜ ମାଝୀ ଓ ଫରେଷ୍ଟ ଗାର୍ଡ ମଧୁ ପଟେଲଙ୍କ ନାମରେ ମାମଲା ରୁଜୁ କରିଥିଲା ଭିଜିଲାନ୍ସ ବିଭାଗ ।

ଏହା ମଧ୍ୟ ପଢନ୍ତୁ: Bar Council Election: ଆଗାମୀ ରାଜ୍ୟ ବାର କାଉନସିଲ ନିର୍ବାଚନରେ ଭୋଟ ଦେଇପାରିବେନି ଆନ୍ଦୋଳନକାରୀ ଓକିଲ !

ଏହା ମଧ୍ୟ ପଢନ୍ତୁ: WB CM Odisha Visit: ମମତାଙ୍କ ପୁରୀରେ 2ଦିନ ରହଣି, ମହାପ୍ରଭୁଙ୍କ ଦର୍ଶନ ନେଇ ବ୍ୟାପକ ବ୍ୟବସ୍ଥା

ଭିଜିଲାନ୍ସର ତଦନ୍ତରେ ଅଭିଯୋଗ ମଧ୍ୟ ସତ୍ୟ ପ୍ରମାଣିତ ହୋଇଥିଲା । ପୂର୍ବତନ ଡିଏଫଓ ଏବଂ ବର୍ତ୍ତମାନର ଅତିରିକ୍ତ ପିସିସିଏଫ ଲଳିତେନ୍ଦୁ ଜେନା ଓ ଅବସରପ୍ରାପ୍ତ ପୂର୍ବତନ ଏସିଏଫ ସୁଶାନ୍ତ ସାମନ୍ତରାୟ ଭିଜିଲାନ୍ସ କୋର୍ଟରେ ଜାମିନ ପାଇଁ ହାଜର ହୋଇଥିଲେ । ତେବେ ଭବାନୀପାଟଣା ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍ ଶ୍ରୀକାନ୍ତ ମିଶ୍ର ଉଭୟଙ୍କ ଜାମିନ ନାମଞ୍ଜୁର କରି ସେମାନଙ୍କୁ ଜେଲ ହାଜତକୁ ପଠାଇ ଦେଇଥିବା ବେଳେ ଘଟଣାରେ ସଂପୃକ୍ତ ଅନ୍ୟ ବନ ବିଭାଗ ଅଧିକାରୀ କୋର୍ଟରେ ଉପସ୍ଥିତ ନଥିବା ଜଣାପଡିଛି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.